Author: madhulekha

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ। ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ।ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଧରିଛନ୍ତି । ଫରେଷ୍ଟରଙ୍କ ଅଫିସ ଓ ଆଦର୍ଶ ପଡା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଡିଏସପି ପୂଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି। ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ ରେଙ୍ଗାଲ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ଦାବି କରିଥିଲେ ବଲାଙ୍ଗୀର ମୁରିବାହାଲ ରେଞ୍ଜ ଗୁଲମୀ ଫରେଷ୍ଟର ଅଶୋକ କୁମାର ନାଏକ।

Read More

ବୁଧବାର ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ତଥା ବନକଲାଗି ନୀତି ହେବ। ଏଥିପାଇଁ ଅପରାହ୍ଣରେ ଦର୍ଶନ କଟକଣା ରହିବ। ବନକଲାଗି ସମୟରେ ସର୍ବସାଧାରଣ ଠାକୁର ଦର୍ଶନ ୪ ରୁ ୫ ଘଣ୍ଟା ବନ୍ଦ ରହିବ।ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ନୀତି ସମ୍ପାଦନ କରିବେ । ବନକଲାଗି ଶେଷ କରି ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହ ବାହାରକୁ ଆସିଲେ ସିଂହାସନ ଧୁଆ ସହ ମହାପ୍ରଭୁଙ୍କ ମହାସ୍ନାନ ଆଦି ନୀତି ବଢ଼ି ପୁନଃ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ । ଏଥର ୩୪ ଦିନ ବ୍ୟବଧାନରେ ହେଉଛି ମହାପ୍ରଭୁଙ୍କ ବନକଲାଗି ।

Read More

ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଗତକାଲି ବାଲେଶ୍ୱର ପୌରପାଳିକା ଓ ଅନ୍ୟ ଏଏନଏସି ମ୍ୟୁନିସିପାଲଟି ପାଇଁ ପ୍ରଦୂଷଣ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଲଗାତର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଟ୍ୱିନ୍‌ ସିଟିରେ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ ରଖାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା କରାଯାଇଛି । ତେବେ ଏହି କଟକଣା କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Read More

ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଛନ୍ତି । ୪୦ ବର୍ଷୀୟ ଧାୱନ ତାଙ୍କ ଦୀର୍ଘଦିନର ବାନ୍ଧବୀ ତଥା ପ୍ରେମିକା ଆୟର୍ଲାଣ୍ଡ ମଡେଲ ସୋଫି ସାଇନଙ୍କ ହାତ ଧରିବେ । ବିବାହ ଲାଗି କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ସରିଛି । ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ଶିଖର-ସୋଫିଙ୍କ ବିହାଘର ହେବ ।ଶିଖର ଧାୱନ ଏବଂ ସୋଫି ସାଇନଙ୍କୁ ୨୦୨୫ ମସିହାରେ ଦୁବାଇରେ ଏକ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ସମୟରେ ଏକାଠି ଦେଖିବାକୁ ମିଳିଥିଲା । ସୋଫି ସାଇନ୍ ଆୟର୍ଲାଣ୍ଡର ଜଣେ ଉତ୍ପାଦ ପରାମର୍ଶଦାତା । ସେ ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ମାର୍କେଟିଂ ଏବଂ ପରିଚାଳନା ପାଠ ପଢ଼ିଥିଲେ । ସେ ବର୍ତ୍ତମାନ ଆବୁଧାବିରେ କାର୍ଯ୍ୟାଳୟ ଥିବା ଏକ ପ୍ରମୁଖ ଆର୍ଥିକ ସେବା କମ୍ପାନୀ, ନର୍ଦର୍ଣ୍ଣ ଟ୍ରଷ୍ଟ କର୍ପୋରେସନରେ ଦ୍ୱିତୀୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି । ସୋଫି ସାଇନ୍ ବର୍ତ୍ତମାନ ଶିଖର ଧାୱନ ଫାଉଣ୍ଡେସନ…

Read More

କୋରାପୁଟ ଜିଲ୍ଲା ଜୟପୁରରୁ ଆସିଛି ଏକ ହୃଦୟବିଦାରକ ଖବର । ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍‌ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ। ଜୟପୁର ପରିଚ୍ଛା ସାହିରେ ରହୁଥିଲେ ମାଆ ଏବଂ ପୁଅ ।ସକାଳୁ ପୁଅ ନିଜ କାମ ସାରିବା ପାଇଁ ଜମିକୁ ଯାଇଥିଲା । କାମ ସାରି ଘରକୁ ଫେରିବା ପରେ ସେ ସବୁଦିନ ପରି ନିଜ ମାଆଙ୍କୁ ଖୋଜି ବହୁତ ଡାକ ପକାଇଲା । କିନ୍ତୁ ମାଆଙ୍କ ପାଖରୁ କୌଣସି ଉତ୍ତର ମିଳିଲାନି । ସନ୍ଦେହ ହେବାରୁ ପୁଅ ମାଆ ଶୋଇଥିବା ଖଟ ପାଖକୁ ଗଲା । ମାଆଙ୍କୁ ବାରମ୍ବାର ଉଠାଇବାକୁ ଚେଷ୍ଟା କଲା, ହେଲେ ମାଆ ନିଶ୍ଚଳ ହୋଇ ପଡ଼ିରହିଥିଲେ । ଭୟଭୀତ ହୋଇ ସେ ସାହି ପଡ଼ୋଶୀଙ୍କୁ ଡାକିଲା । ଗାଁ ଲୋକେ ଆସି ଯେତେବେଳେ ଦେଖିଲେ କହିଲେ ଯେ ମାଆ ଆଉ ଏ ଦୁନିଆରେ…

Read More

ଆଗକୁ ଗାଡ଼ି ମାଲିକଙ୍କ ଯନ୍ତ୍ରଣା ବଢ଼ିବାକୁ ଯାଉଛି। ଯଦି ଗାଡ଼ି ଉପରେ କିଛି ଜରିମାନା ଅଛି, ବୀମା ନାହିଁ, ପ୍ରଦୂ‌ଷଣ ସାର୍ଟିଫିକେଟ୍ ନାହିଁ; ତେବେ ଫାସ୍‌ଟ୍ୟାଗ୍ ଆକ୍ଟିଭେଟ୍ ହେବନି। ଫେବ୍ରୁଆରୀ ୧ରୁ ଏହି ନିୟମ ଲାଗୁ ହେବ । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା ନିଷ୍ପତିକୁ କାର୍ଯ୍ୟକାରୀବେ ଓଡିଶା ସରକାର । ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିଲେ ଟୋଲଗେଟ୍ ରେ ସମସ୍ୟା ହେବ ନାହିଁ । ସେହିପରି ଏପ୍ରିଲ ୧ରୁ ପ୍ରଦୂଷଣ ସାର୍ଟିଫିକେଟ ଏବଂ ଫିଟ୍ ନେସ ଯାଂଚ ବେଳେ ବାହାନ ଯାଂଚ ବାଧ୍ୟତାମୂଳକ କରାଯାଇଛି । ଗାଡି ମାଲିକ ଚାଲାଣ ଦେଇଥିଲେ ,ଗାଡିର ବୀମା ଥିଲେ ହିଁ ଫିଟନେସ ଓ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ।ମିଳିଥିବା ସୂଚନା ଅନୁସାରେ, ଜାନୁଆରି ୧ରୁ ନିୟମ ହୋଇଛି ଯେ ସବୁ ସାଧାରଣ ପରିବହନ ଗାଡ଼ି ଅର୍ଥାତ୍ ଟାକ୍ସି, ଚାରିଚକିଆ ବ୍ୟାବସାୟିକ ଗାଡ଼ି, ଭ୍ୟାନ୍, ବସ୍‌, ଟ୍ରକ୍…

Read More

ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ଏଭଲି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନବେଳା ଏହି ଅଘଟଣ ଘଟିଥିବା ବେଳେ ଗୁଡାରି ଥାନାରେ ରାତିରେ ଅଭିଯୋଗ ହୋଇଥିବା ଜଣାପଡିଛି ।ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ୩ ଜଣ ମିଶି ବଳାତ୍କାର ଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ କପା ବାଡକୁ କପା ତୋଳିବାକୁ ଯାଇଥିଲେ। ସେହି ସମୟରେ ୩ ଜଣ ଯୁବକ ଯୁବତୀଙ୍କୁ ବଳାତ୍କାର କରିବା ସହିତ ଏହି କଥା କାହାକୁ ପ୍ରକାଶ କଲେ ମାରିଦେବେ ବୋଲି ଧମକ ଦେଇଥିବା ନେଇ ଯୁବତୀଜଣକ କହିଛନ୍ତି । ଏହି ମାମଲାରେ ଜଣକୁ ଥାନାରେ ଅଟକ ରଖି ପଚରଉଚରା କରୁଥିବା ଜଣାପଡିଛି ।

Read More

ନାବାଳିକାଙ୍କ ଅଶ୍ଲୀଳ ଭିଡିଓକୁ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍‌ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ମୁକେଶ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦ ଅଞ୍ଚଳରେ ।ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳର ଯୁବକ ଜଣଙ୍କ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି ଭିଡ଼ିଓ ଗୁଡ଼ିକୁ ବିଭିନ୍ନ ଫୋନ୍କୁ ଫରୱାର୍ଡ କରୁଥିଲା । ଏମିତି ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା ସଂପୃକ୍ତ ଯୁବକ । ଏ ନେଇ ସାଇବର ଥାନାରେ ଅଭିଯୋଗ ଆସିଥିଲା । ଅଭିଯୋଗ ପାଇବା ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ସାଇବର ଥାନା ପୋଲିସ ମୋବାଇଲର ଆଇପି ଆଡ୍ରେସରୁ ଫୋନ ଲୋକେସନ ସଂଗ୍ରହ କରିଥିଲା। ସେଠାରେ…

Read More

ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅଟକ ରଖାଯାଇଛି। ଏହି ଖବର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି| ଏହି ଦକ୍ଷିଣ ଆମେରିକୀୟ ଦେଶ ପ୍ରାକୃତିକ ସମ୍ପଦରେ ଏତେ ସମୃଦ୍ଧ ଯେ ଏହା ଅତୁଳନୀୟ । ଏହା ଅଶୋଧିତ ତୈଳର ଏକ ସମ୍ପତ୍ତି, ଯାହା ବିଶ୍ବର ଅନ୍ୟ କୌଣସି ସ୍ଥାନରେ ନାହିଁ । ଏହି କାରଣରୁ, ପେଟ୍ରୋଲ ମୂଲ୍ୟ ଏତେ କମ୍ ଯେ ବିଶ୍ବାସ କରିବା ମଧ୍ୟ କଷ୍ଟକର ଅଟେ । ଏଠି ଏକ ଲିଟର ପେଟ୍ରୋଲ ଏକ ଚକୋଲେଟ୍ ବାରଠାରୁ କମ୍ ମୂଲ୍ୟରେ କିଣାଯାଇପାରିବ। ପରିସଂଖ୍ୟାନ ଅନୁସାରେ, ଏଠାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୦.୦୧ ରୁ ୦.୦୩୫ ଡଲାର ମଧ୍ୟରେ ରହିଥାଏ । ଭାରତୀୟ ମୁଦ୍ରାରେ ରୂପାନ୍ତରିତ ହେଲେ, ଏହା ପ୍ରତି ଲିଟର ମାତ୍ର ୧ ରୁ ୩ ଟଙ୍କା ହୋଇଥାଏ ।ଏହି କମ୍ ମୂଲ୍ୟ ସିଧାସଳଖ ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରେ । ଭାରତ…

Read More

ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର ଫି ଆଦାୟ ହେବ। ୨୦୧୮ ବାଇ ଲ’ ଅନୁସାରେ ଫି ଆଦାୟ କରାଯିବ। ଆବାସିକ ଘର, ଦୋକାନ, ହୋଟେଲ ଓ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଫି ଧାର୍ଯ୍ୟ କରାଯାଇଛି। ଏଲଆଇଜି ଓ ଇଡବ୍ଲୁଏସ୍ ଘରେ ରହୁଥିଲେ ମାସିକ ୫୦ ଟଙ୍କା ଦେବେ। ସେହିଭଳି ୮୦୦ ବର୍ଗ ଫୁଟରୁ ଅଧିକ ଏମଆଇଜି କିମ୍ବା ଅନ୍ୟ ଘର ରହୁଥିବା ଲୋକେ ୭୫ ଟଙ୍କା ଦେବେ ୟୁଜର ଫି। ବ୍ୟବସାୟିକ ଅନୁଷ୍ଠାନ ପାଇଁ ପରିମାଣ ଅଧିକ ରହିଛି। ଏବାବଦରେ ସଫା ଆପ୍ କିମ୍ବା ବିଏମସି ସ୍ୱତନ୍ତ୍ର ହ୍ବାଟସ ଆପ୍ ନମ୍ବର 7653011832ରେ ଅଧିକ…

Read More