ସାଇକେଲରେ ବୁହା ହେଲା ଶବ। ଗତକାଲି ବାଲେଶ୍ବର ହରିପୁର ଗାଁରେ ଛାତ ପକାକୁ କେନ୍ଦ୍ର କରି ଦୁଇ ମହିଳାଙ୍କୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। ପଡୋଶୀ ବାପା-ପୁଅଙ୍କ ଆକ୍ରମଣରେ ନଣନ୍ଦ-ଭାଉଜ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରିଥିଲେ। ସେଠାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଏବେ ଜୀବନ ସହିତ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ଖଇରା ପୋଲିସ୍ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବାବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆଜି କମଳାଙ୍କର ପରିବାର ଲୋକ ନିଜ ଗାଁ ହରିପୁର ଠାରୁ ଦୀର୍ଘ ୧୨କିମି ରାସ୍ତା ସାଇକେଲରେ ମୃତଦେହକୁ ବାନ୍ଧି ଖଇରା ଥାନା ପର୍ଯ୍ୟନ୍ତ ଆଣିଥିଲେ । ସାଇକେଲରେ ମୃତ ଦେହ ବୁହାଇବା ଘଟଣା ବେଶ୍ ହୃଦୟବିଦାରକ ହୋଇଥିବାବେଳେ ନ୍ୟାୟ ଦାବିରେ ଏହି ପ୍ରତିବାଦ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।ପୋଲିସ ବୁଝାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ସେମାନେ ବୁଝିବାକୁ ନାରାଜ।
ନ୍ୟାୟ ଦାବିରେ ସାଇକେଲରେ ୧୨ କିମି ବୁହାହେଲା ମୃତଦେହ
By madhulekha1 Min Read
