ପତ୍ନୀ ସୁନିତା ଆହୁଜା ତାଙ୍କ ବିବାଦୀୟ ବୟାନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ସେ ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କ ଉପରେ ବାରମ୍ବାର ଆଫେୟାର୍ସ ଥିବା ନେଇ ଅଭିଯୋଗ କରିଛନ୍ତି। ଏଥର ବଲିଉଡ ସୁପରଷ୍ଟାର ଗୋବିନ୍ଦା ମଧ୍ୟ ସମସ୍ତ ଅଭିଯୋଗର ଖୋଲାଖୋଲି ଭାବେ ଜବାବ ଦେଇଛନ୍ତି।ଏକ ସାକ୍ଷାତକାରରେ ଗୋବିନ୍ଦା କହିଛନ୍ତି, ଧନ ଏବଂ ପ୍ରସିଦ୍ଧି କାହାକୁ ଛାଡି ନାହିଁ, ଏବଂ ଏପରି ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ ଘଟେ ନାହିଁ । ମୁଁ ଜଣେ ବହୁତ ପ୍ରସିଦ୍ଧ ଅଭିନେତାଙ୍କୁ ଜାଣେ ଯିଏ ଏହାର ଶିକାର ହୋଇଥିଲେ, ଏବଂ ବର୍ତ୍ତମାନ ଏହା ମୋ ସହିତ ଘଟୁଛି, ଯଦିଓ ମୁଁ ତାଙ୍କ ପରି ବଡ଼ ନୁହେଁ । ମୁଁ ଏଥିରୁ ମୋତେ ରକ୍ଷା କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରେ ଏବଂ ମୁଁ ମୋ ପିଲାମାନଙ୍କ ମଙ୍ଗଳ ପାଇଁ ମଧ୍ୟ ପ୍ରାର୍ଥନା କରେ । ମୁଁ ବହୁତ ସଂଘର୍ଷ କରିଛି । ଗୋବିନ୍ଦା କହିଛନ୍ତି, ସେମାନେ ଜଣେ…
Author: madhulekha
ରେସ-୪ ରେ ନଜର ଆସିବେ ଅକ୍ଷୟ ଖାନ୍ନା । ରେହେମାନ୍ ଡକେଟ୍ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ଏଣ୍ଟ୍ରି ଆଉ ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି ।ରେସ୍-୪ ପରଦାକୁ ଆସିବାକୁ ଯାଉଛି । ଏହାର ପ୍ରସ୍ତୁତି ଜୋରଦାର ଚାଲିଥିବା ଚର୍ଚ୍ଚା ହେଉଛି । ତେବେ ରମେଶ କହିଛନ୍ତି କି, ଏପର୍ଯ୍ୟନ୍ତ କାଷ୍ଟିଂକୁ ନେଇ ଆମେ ଅକ୍ଷୟଙ୍କ ସହ କୌଣସି କଥା ହୋଇନାହୁଁ । ତାଙ୍କ କାଷ୍ଟ କରିବାର କୌଣସି ଯୋଜନା ନାହିଁ । ପ୍ରଥମ ଭାଗରେ ଦୁର୍ଘଟଣାରେ ତାଙ୍କ ଚରିତ୍ରର ମୃତ୍ୟୁ ହୋଇଛି । ଏଣୁ ଏବେ ହେଉଥିବା ଗୁଜବରେ କୌଣସି ସତ୍ୟତା ନାହିଁ । ସେପଟେ ସୈଫ ଅଲ୍ଲି ଖାନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ କାଷ୍ଟ ଭାବେ ନିଆଯିବା ପ୍ରସଙ୍ଗରେ ମଧ୍ୟ ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଏଯାବତ କାହାକୁ ନିଆଯିବ ଏନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।
ଗାୟିକା ନେହା କକ୍କର ନିଜ ସଙ୍ଗୀତ କ୍ୟାରିୟରରୁ ବ୍ରେକ୍ ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଦାୟିତ୍ୱ, ସମ୍ପର୍କ, କାମ ଏବଂ ଅନ୍ୟ ସବୁକିଛିରୁ ବିରତି ନେବାର ସମୟ ଆସିଛି। ଦ୍ବିତୀୟ ପୋଷ୍ଟରେ ନେହା ଲେଖିଛନ୍ତି , ’ସାମ୍ବାଦିକମାନେ ମୋତେ ଦୟାକରି କ୍ୟାପ୍ଚର କରନ୍ତୁନି । ମୋର ବ୍ୟକ୍ତିଗତ ଜୀବନରେ ଦଖଲ ନଦିଅନ୍ତୁ । ମୋତେ ଆଦୌ ଫଲୋ କରନ୍ତୁନି । ଆଶା କରୁଛି ମୋର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବେ । ମୋତେ ଏଥର ଟିକେ ସ୍ବାଧୀନତା ଦେବେ । ମୋର ଅନୁରୋଧ, ମୋତେ ଶାନ୍ତିରେ ରହିବାକୁ ସାମ୍ବାଦିକମାନେ ଅନ୍ତତଃ ଏତିକି କରନ୍ତୁ ’ ।ତାଙ୍କ ବ୍ୟକ୍ତିଗତ ଜୀବନରେ, ନେହା ପଞ୍ଜାବୀ ସଂଗୀତ କଳାକାର ରୋହନପ୍ରୀତ ସିଂହଙ୍କୁ ବିବାହ କରିଛନ୍ତି। ସେମାନଙ୍କର ବିବାହ ଅକ୍ଟୋବର ୨୦୨୦ରେ ହୋଇଥିଲା। ସେମାନଙ୍କ ବିବାହ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା। ୨୦୨୫ରେ ନେହାଙ୍କ ଭଉଣୀ ସୋନୁ କକ୍କର…
କଟକ – ଭୁବନେଶ୍ୱର ରାସ୍ତାରେ ଦୁର୍ଘଟଣା ଘଟିଲା ଦ୍ରୁତ ଗାଡି ଚାଳନା । ଅଳ୍ପକେ ବର୍ତ୍ତୀଲେ ଚାଳକ ।ପଳାଶୁଣି ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଉପରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି । କାର୍ ଉପରେ ଆଉ ଏକ କାର୍ ଚଢ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ । ଦୁଇ ଗାଡ଼ିରେ ଥିବା ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ କାର୍ ଦୁଇଟି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାର କିଛି ସମୟ ଯାଏଁ କଟକ-ଭୁବନେଶ୍ୱର ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରେ କ୍ରେନ ସାହାଯ୍ୟରେ କାର ଦୁଇଟିକୁ ହଟେଇବା ପରେ ସ୍ଥିତି ସ୍ୱାଭାବିକ ହୋଇଛି ।
ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ନୂତନ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଅଣାଯିବ। ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟରେ ସମସ୍ତ ଆଇନକୁ ସିଙ୍ଗଲ window ବ୍ୟବସ୍ଥାରେ ପରିଣତ କରାଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ‘ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ’ (OPLE) ଏବଂ ‘ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ’ରେ ପରିବର୍ତ୍ତନ କରାଯିବ। ଏହି ନୂଆ ଆଇନ ଦ୍ୱାରା ଜମିଜମା ବିବାଦର ସ୍ଥାୟୀ ସମାଧାନ ହେବା ସହ ଜମି ବନ୍ଦୋବସ୍ତ ପ୍ରକ୍ରିୟା ଅଧିକ ଦ୍ରୁତ ହେବ।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆ ଆଇନର ଡ୍ରାଫ୍ଟ ବା ଚିଠା ପ୍ରସ୍ତୁତ ସରିଛି। ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ନିମ୍ନଲିଖିତ ପଦକ୍ଷେପ ନିଆଯିବ। ଅନୁମୋଦନ ପରେ…
ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଲା ଲଜ୍ଜାଜନକ ଘଟଣା । ନବଜାତ ଶିଶୁକନ୍ୟାକୁ ବାଥରୁମରେ ଫୋପାଡ଼ି ଚାଲିଗଲା ରାକ୍ଷସୀ ମା ।ଫଳରେ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି । ଖବର ପାଇ ପୋଲିସ ଚିକିତ୍ସାଳୟରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ବିଭାଗର ଜରାରୋଗୀ ୱାର୍ଡର ଟଏଲେଟ୍ରେ ନବଜାତ ଶିଶୁ କନ୍ୟାଟି ପଡ଼ିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ମହିଳା ଟଏଲେଟ୍ରେ ଶିଶୁ କନ୍ୟାଟିକୁ ଜନ୍ମକରି ଛାଡ଼ି ପଳାଇଥିବା ଜଣାପଡିଥିଲା । ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଟଏଲେଟ୍ ଯାଇଥିବା ବେଳେ ନବଜାତ ଶିଶୁ କନ୍ୟାଟିକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ । ପରେ ଏହି ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ମାଆକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଛି ।
ବିନା ହେଲ୍ମେଟ୍ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ ଡ୍ରାଇଭରଙ୍କୁ ଆସିଛି ଚାଲାଣ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରୁ ଆସିଛି ଏମିତି ସଙ୍ଗୀନ ଅଭିଯୋଗ। ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଫାଇନ ଆସିଛି। ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ନିଜ ଅଟୋ ନମ୍ବର OD 22 E 9731ର ପ୍ରଦୂଷଣ ଯାଞ୍ଚ କରିବାକୁ ଯାଇଥିଲେ । ସେହି ସମୟରେ ଗାଡି ନାମରେ ଏକ ହଜାର ଟଙ୍କାର ବକେୟା ଫାଇନ୍ ଦେଖାଇଥିଲା । ତାହା ଗାଡିର କାଗଜପତ୍ର କିମ୍ବା ପଲ୍ୟୁସନ ପାଇଁ ନୁହେଁ, ବରଂ ହେଲମେଟ ନପିନ୍ଧିବା କାରଣରୁ କଟାଯାଇଛି l ମୋଟର ଯାନ ଅଧିନିୟମ ଅନୁଯାୟୀ କେବଳ ଦୁଇ ଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ । କିନ୍ତୁ ତିନି ଚକିଆ ଅଟୋ ପାଇଁ ହେଲମେଟ୍ ଚାଲାଣ କଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି Iଏହି ଚାଲାଣଟି ଆଜିର ନୁହେଁ, ବରଂ 17 ନଭେମ୍ବର 2021…
ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ରାତିର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ କିଛି ଦିନ ମଧ୍ୟରେ ପାରଦ ପ୍ରାୟ ୫ ଡିଗ୍ରୀ ବୃଦ୍ଧି ପାଇବ । ଏହା ଯୋଗୁଁ ଥଣ୍ଡାର ପ୍ରଭାବ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସୂର୍ଯ୍ୟଙ୍କ ଉତ୍ତର ଦିଗକୁ ଗତି ଆରମ୍ଭ ହେବା ପରଠାରୁ ଏହା ରାତିର ତାପମାତ୍ରାରେ ପ୍ରଥମ ବୃଦ୍ଧି । ପଶ୍ଚିମା ପବନ ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୦° ସେଲସିୟସ, ନବରଙ୍ଗପୁରରେ ୩୦.୮° ସେଲସିୟସ, ଟିଟିଲାଗଡ଼ରେ ୩୦.୫° ସେଲସିୟସ ଏବଂ ଭବାନୀପାଟଣାରେ ୩୦.୫° ସେଲସିୟସ ରେକର୍ଡ କରାଯାଇଛି।
କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ। ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି । ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର ସମ୍ମୁଖରେ ଏକ କ୍ରେନ ସାହାଯ୍ୟରେ କ୍ଷୀର ଢଳା ଯାଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଜାଲା ବିସଭରାଜ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରେ ଏପରି ଏକ ଭିଡିଓ ଅପଲୋଡ ହୋଇଛି । ଭିଡିଓ ଅପଲୋଡ ହେଲା ପରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ଶ୍ରୀଜିଉଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାଙ୍କ ନିର୍ଦ୍ଦେଶରେ ଏ…
ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି। ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀରର ଗଣନା କରାଯାଇଥିଲା। ୨୦୨୫ ମସିହାରେ ୧୮୨୬ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି ।ଗତ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ୟ୍ୟନ୍ତ ଏହି ଗଣନା କରାଯାଇଥିଲା । ତେବେ ଭିତରକନିକାର ଲୁଣା ଓ ମିଠା ମିଶା ପାଣି ଏହି କୁମ୍ଭୀରମାନଙ୍କ ରହିବା ପାଇଁ ଉପଯୁକ୍ତ। ତାଛଡ଼ା ଭିତରକନିକା ଅଭୟାରଣ୍ୟ ଏକ ନିସିଦ୍ଧାଞ୍ଚଳ ହୋଇଥିବାରୁ ଏଠାରେ ଶିକାର କରିବା ଏବଂ ମାଛଧରିବା ଉପରେ କଟକଣା ରହିଛି। ଫଳରେ ମାଛ କଙ୍କଡ଼ାମାନଙ୍କର ବଂଶ ବୃଦ୍ଧି ହୋଇଥାଏ।ଭିତରକନିକାର…