Author: madhulekha

ରାଉରକେଲା ବିମାନ ଦୁର୍ଘଟଣା। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ୍ ନବୀନ କଡଙ୍ଗା ।ରାଉରକେଲା କଂସର ଗ୍ରାମରେ ଗତ ୧୦ ତାରିଖ ଦିନ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ନିଜର ବୁଦ୍ଧି ବଳରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଲ୍ୟାଣ୍ଡିଂ କରିଥିଲେ ସାହସୀ ପାଇଲଟ ନବୀନ କାଡେଙ୍ଗା । ଦୀର୍ଘ ଦଶ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ ।ତେବେ ଗ୍ରାମବାସୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଇଲଟ। ପାଇଲଟଙ୍କ ମୁଣ୍ଡ ସହ ପିଠି ଏବଂ ମୁହଁରେ ଲାଗିଥିଲା ପ୍ରବଳ ଆଘାତ। ବିଭିନ୍ନ ସର୍ଜରୀ ପରେ ଆଜି ସୁସ୍ଥ ହୋଇଛନ୍ତି ପାଇଲଟ ନବୀନ କାଡେଙ୍ଗା।

Read More

ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍‌ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।ରାଜ୍ୟରେ ଜନଗଣନା ପାଇଁ ୬ ମାସ ଆଗରୁ ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର କଟକରେ ପ୍ରି-ଟେଷ୍ଟ ସରିଛି । ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ୍ ହୋଇଛି। ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ତେବେ ମିଳିଥିବା…

Read More

ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ପ୍ରକାଶ ପାଇଲା ଅତିଥି ତାଲିକା।କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି ଜାତୀୟ ପତାକା ଉତ୍ତୋଳନ କରିବେ। ପୁରୀରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ରାୟଗଡ଼ାରେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ,କେନ୍ଦୁଝରରେ କୃଷ୍ଣଚନ୍ଦ୍ର ପାତ୍ର, ଢ଼େଙ୍କାନାଳରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, କନ୍ଧମାଳରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମାଲକାନଗିରିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଦ୍ରକ ନଗର…

Read More

କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋସିଆଲ ମିଡିଆରେ ରାମଚନ୍ଦ୍ର ରାଓଙ୍କ କିଛି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ପୋଲିସ ଅଧିକାରୀ ତାଙ୍କ ଅଫିସରେ ପୋଲିସ ବର୍ଦ୍ଦିରେ ବସିଥିବା ନଜର ଆସୁଛନ୍ତି । ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହିତ ଅଛନ୍ତି । ଅଧିକାରୀ ଜଣକ ମହିଳାଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରୁଥିବାର ଦେଖାଯାଉଛି । ଅନ୍ୟପକ୍ଷରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓ ଉପରେ ଗୃହ ମନ୍ତ୍ରଣାଳୟଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଭାଇରାଲ ଭିଡିଓରେ ଦେଖାଯାଉଥିବା ଆଇପିଏସ ଅଧିକାରୀ ହେଉଛନ୍ତି ରାମଚନ୍ଦ୍ର ରାଓ । ରାମଚନ୍ଦ୍ର ରାଓ କର୍ଣ୍ଣାଟକର ଜଣେ ଡିଜିପି ରାଙ୍କ ଅଧିକାରୀ । ସାମ୍ନାକୁ ଆସିଥିବା ଭିଡିଓରେ ରାମଚନ୍ଦ୍ର ରାଓ…

Read More

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପ୍ରଥମ ସଫଳ ଅଲିମ୍ପିଆନ୍‌ ସାଇନା ନେହ୍ବାଲ ବିନା ଘୋଷଣାରେ ଅବସର ନେଇଯାଇଛନ୍ତି । ପ୍ରତିଯୋଗିତାରୁ ଦୀର୍ଘ ସମୟ ଅନୁପସ୍ଥିତ ରହିବା ସତ୍ତ୍ୱେ, ନେହୱାଲ ବ୍ୟାଡମିଣ୍ଟନରୁ ତାଙ୍କର ଅବସର ଘୋଷଣା କରି ନଥିଲେ। ସେ ଅବସର ନେବାର ନିଶ୍ଚିତ କରି ଏକ ପଡକାଷ୍ଟରେ କହିଛନ୍ତି ଯେ ନିଜେ ଅନୁଭବ କଲି ଆଗକୁ ବଢିପାରିବି ନାହିଁ, ଶାରୀରିକ ପ୍ରତିବନ୍ଧକ ବାଟ ଓଗାଳିଛି, ତେଣୁ ଏହା ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏଲିଟ୍ ସ୍ପୋର୍ଟ୍ସର ପ୍ରତିଦ୍ୱନ୍ଦିତା ସ୍ତର ପାଇଁ ଆବଶ୍ୟକ ଶାରୀରିକ ସକ୍ଷମତା ମୋ ନିକଟରେ ଆଉ ନାହିଁ। ଏଥି ସହ ଖାପଖୁଆଇବା ପାଇଁ ଶରୀର ବି ସାଥ ଦେଉନାହିଁ। ନେହୱାଲ କହିଛନ୍ତି ଯେ ତାଙ୍କ ଆଣ୍ଠୁର ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି।୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ସାଇନଙ୍କ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା । ଏହା ତାଙ୍କ କ୍ୟାରିୟର୍‌କୁ ବିଶେଷ ପ୍ରଭାବିତ କରିଥିଲା ।…

Read More

ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ଦୋକାନୀମାନେ ଏସଓପି ପାଳନ କରୁନଥିବା କହିଲେ ମେୟର । ସୂଚନାଥାଉକି, ଗତକାଲି ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୨୫ରୁ ଅଧିକ ଦୋକାନ ଜଳିଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କେହି କିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୨୫ଟି ଦୋକାନ ଏହି ନିଆଁରେ ଜଳିଯାଇଛି। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ,…

Read More

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା ।ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗାକ୍ରାନ୍ତ ହେବା ପରେ ତାଙ୍କୁ ମେଡିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନି । ଫଳରେ ପାଞ୍ଚ କିଲୋମିଟର ଦୋଳାରେ ବୁହା ହୋଇ ଜଙ୍ଗଲ ରାସ୍ତା ଦେଇ ମାଡ , ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଠାରୁ ଏକ ଅଟୋରେ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଛି । ଦେବରାଜ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗାଁକୁ ଫେରି ଆସିଥିଲେ ।ଗାଁକୁ ଫେରିବା ପରେ ତାଙ୍କୁ ପ୍ରବଳ କାଶ ହୋଇଥିଲା । ଏପିରିକି କାଶରେ ରକ୍ତ ପଡ଼ିବାରୁ ସେ…

Read More

ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ। ଅବସରପ୍ରାପ୍ତ ଏଏସ୍‌ଆଇ/ଏସ୍‌ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ । ସେମାନେ ସ୍ପେସାଲ୍‌ ପୁଲିସ ଅଫିସର୍‌(ଏସ୍‌ପିଓ) ଭାବେ କାର୍ଯ୍ୟ କରିବେ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ନେଇ ଆଜି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଅବଗତ କରାଯାଇଛି । ଏହି ଚିଠିରେ ଦର୍ଶାଯାଇଛି, ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ । ସେମାନଙ୍କ ସିସିଆର୍ ବେଶ୍ ଭଲ ଥିବ । ଏହି ଅଧିକାରୀମାନେ ନିଜ ସରକାରୀ କ୍ୱାର୍ଟର୍ସ ପୂର୍ବରୁ ଖାଲି କରି ସାରିଥିବା ଆବଶ୍ୟକ । ଏହି ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଚାକିରି କାଳରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ । ଏହି ଅଧିକାରୀଙ୍କୁ ନିଯୁକ୍ତ କରିବା ନେଇ ପୁଲିସ ମହାନିର୍ଦ୍ଦେଶକ ଏକ ଚୟନ କମିଟି ଗଠନ କରିବେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନେଇ ସାଧାରଣ…

Read More

ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ଲୋକସେବା ଭବନରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନରେ କେତେକ ସଂସ୍କାର ଅଣାଯିବାପାଇଁ ବିଭାଗ ପକ୍ଷରୁ କେତେକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ ଖୁବ୍‌ଶୀଘ୍ର ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ ଏବଂ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍‌ରେ ଅଣାଯିବ।ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ତହସିଲଦାର ବାବୁମାନଙ୍କ ଦକ୍ଷତା ମପାଯିବ। କେଉଁ ତହସିଲଦାର କେଉଁସବୁ ମାମଲାକୁ ତ୍ୱରିତ ସମାଧାନ କରୁଛନ୍ତି ଏବଂ ତାହା ମଧ୍ୟରେ କେତେସବୁ ଗୁଣାତ୍ମକ ସେବା ରହିଛି ତାକୁ…

Read More

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ନୀତିନ ନବୀନ ୪୫ ବର୍ଷ ବୟସରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବେ। ପୂର୍ବରୁ, ଅମିତ ଶାହା ୪୯ ବର୍ଷ ବୟସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା ନେତାଙ୍କ ଭିଡ଼। ବରିଷ୍ଠ ନେତାମାନଙ୍କ ଗହଣରେ ଯାଇ ନିତିନ ନବୀନ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରାର୍ଥିତ୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ନିତିନ ଗଡ଼କରୀ ପ୍ରମୁଖ ବରିଷ୍ଠ ନେତା ସମର୍ଥନ କରିଥିଲେ ।ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ତାଙ୍କ ନାଁ ଘୋଷଣା କରାଯିବ। ବେଶ୍ କିଛିଦିନ ଧରି ବିଜେପିର…

Read More