ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ୨୭ ଜୁନ୍, ୨୦୨୫ରେ ହୃଦଘାତ ଯୋଗୁ ହୋଇଥିଲା।ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ଦୁଃଖରୁ ବାହାରି ପାରି ନାହାଁନ୍ତି। ପରାଗ ପ୍ରାୟତଃ ସୋସିଆଲ ମିଡିଆରେ ଶେଫାଳିଙ୍କ ସହ ତାଙ୍କ ସ୍ମୃତିକୁ ସେୟାର କରୁଛନ୍ତି। ସେଫାଳିଙ୍କ ବ୍ୟତୀତ ଜୀବନ କାଟିବା ତାଙ୍କ ପାଇଁ ଯେମିତି ଖୁବ୍ କଷ୍ଟକର ହୋଇ ପଡ଼ିଛି। କିନ୍ତୁ ଏହାରି ଭିତରେ ପରାଗ ତ୍ୟାଗୀ ଶେଫାଳିଙ୍କ ମୃତ୍ୟୁକୁ ନେଇ ଏମିତି କିଛି ଦାବି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ଅଭିନେତା ପରାଗ ତ୍ୟାଗୀ ପାରସ ଛାବ୍ରାଙ୍କ ସହ ଏକ ପୋଡକାଷ୍ଟରେ ନଜର ଆଶିଥିଲେ। ଯେଉଁଥିରେ ସେ ଦାବି କରିଛନ୍ତି ଯେ ଶେଫାଳି ଜରିୱାଲାଙ୍କୁ କଳା ଯାଦୁ କରାଯାଇଥିଲା।
Author: madhulekha
ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଆମ ବସ୍’ ସେବା ସମୀକ୍ଷା ବୈଠକରେ ଏହି ଯୋଜନା ଉପରେ ମୋହର ବାଜିଛି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ମନୋନୀତ କରାଯାଇଛି। ଆସନ୍ତା ଜାନୁଆରୀ ୩୧ ତାରିଖରେ ଏହି ମହିଳା ଚାଳକମାନେ ଉନ୍ନତମାନର ତାଲିମ ପାଇଁ ପୁନେ ଗସ୍ତ କରିବେ। ସେଠାରେ ସେମାନଙ୍କୁ ବିଶେଷ କରି ଇ-ବସ୍ ଚାଳନା ଏବଂ ଯାନ୍ତ୍ରିକ କୌଶଳ ବାବଦରେ ପ୍ରଶିକ୍ଷଣ ଦିଆଯିବ।
ମହାପ୍ରଭୁଙ୍କ AI ଭିଡିଓ ଭାଇରାଲ୍ ଘଟଣାରେ ପୁରୀ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ, ଭିଡିଓ ଭାଇରାଲ ହୋଇଥିବା ଓ୍ବେବସାଇଟକୁ ତଥ୍ୟ ମାଗିଛି ପୁରୀ ପୋଲିସ। କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ପୋଷ୍ଟ କରାଯାଇଛି ତା’ର ତଦନ୍ତ ହେବ। ସୂଚନାଥାଉକି, ସୋମବାର vishvrajcreation ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ପ୍ରସ୍ତୁତ ଭିଡିଓ ପୋଷ୍ଟ ହୋଇଥିଲା। ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର ସମ୍ମୁଖରେ ଏକ କ୍ରେନ ସାହାଯ୍ୟରେ କ୍ଷୀର ଢଳା ଯାଇଛି । ଶ୍ରୀଜିଉଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମଞ୍ଚରେ ଚଢ଼ି ଅଭିନୟ ଜାରି ରଖିବେ ପିୟୁଷ । ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖିଲା ଅଦାଲତ । ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ । ମାମଲାରେ ରାୟ ଶୁଣାଇ ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି। ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ବର୍ତ୍ତମାନ ସିଂହବାହିନୀରେ ଅଭିନୟ କରୁଛନ୍ତି ପୀୟୂଷ ।ଜାନୁଆରୀ ୧୦ ତାରିଖରେ ପୀୟୂଷଙ୍କୁ ଭୁବନେଶ୍ବର କୋର୍ଟ ଅର୍ଡର କପି ମିଳିଥିଲା। ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟ ଅର୍ଡର କପି ଦେଇଥିଲେ। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିଲା। ଜାନୁଆରୀ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ପୀୟୂଷଙ୍କ ପକ୍ଷରୁ ତାଙ୍କ…
ଜାନୁଆରୀ ୧୮ରେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪.୨୧ ଲକ୍ଷ ପକ୍ଷୀଙ୍କ ଆଗମନ ରେକର୍ଡ କରିଛି।ଗତବର୍ଷ ଠାରୁ ଚଳିତ ଥର ହୀରକୁଦକୁ ଆସିଛନ୍ତି ପ୍ରାୟ ୪୪ ହଜାର ଅଧିକ ପକ୍ଷୀ।ସବୁଠାରୁ ଅଧିକ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରେ ଲୋକପ୍ରିୟ ଜଳପକ୍ଷୀ ଏବଂ ୱାଡର ଯେପରିକି ଟଫ୍ଟେଡ୍ ଡକ୍ସ, ହ୍ୱିସିଲିଂ ଡକ୍ସ, ଗ୍ରେବସ୍, ବାର୍-ହେଡେଡ୍ ଗିଜ୍, ବ୍ରାହ୍ମଣୀ ଡକ୍ସ, ଗାଡୱାଲ୍ସ, ୟୁରେସିଆନ୍ ୱିଜିଅନ୍ସ, ନର୍ଦର୍ଣ୍ଣ ପିଣ୍ଟେଲ୍ସ, ନର୍ଦର୍ଣ୍ଣ ସୋଭେଲର୍ସ, ରେଡ୍-କ୍ରେଷ୍ଟଡ୍ ପୋଚାର୍ଡସ୍, ସ୍ୟାଣ୍ଡପାଇପର୍ସ, ଗୁଲ୍ସ, ଟର୍ଣ୍ଣ, ପ୍ରାଟିନକୋଲ୍ସ, କିଙ୍ଗଫିସର୍ସ, ଇଣ୍ଡିଆନ୍ ସ୍କିମର୍ସ, କରମୋରାଣ୍ଟସ୍, ଇଗ୍ରେଟ୍ସ, ହେରନ୍ସ ଏବଂ ପ୍ଲୋଭର୍ସ ଥିଲେ।
ଭାରତୀୟ ରେଳ ଟ୍ରେନରେ ଲଗେଜ ବହନ କରିବା ସମ୍ବନ୍ଧୀୟ ନିୟମରେ କିଛି ପରିବର୍ତ୍ତନ କରିଛି। ଏହି ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଅଧିକ ପରିମାଣର ଘିଅ ବହନ କରିବା ସମ୍ବନ୍ଧୀୟ। ଜଣେ ଯାତ୍ରୀ ଘିଅ ସହିତ ଯାତ୍ରା କରିପାରିବେ, କିନ୍ତୁ କିଛି ସୀମା ଏବଂ ପ୍ୟାକିଂ ଆବଶ୍ୟକତା ଅଛି ।ଜଣେ ଯାତ୍ରୀ ସର୍ବାଧିକ ୨୦ କିଲୋ ଘିଅ ନେଇ ଯାତ୍ରା କରିପାରିବେ । ଏହି ସୀମା ପ୍ରତି ଯାତ୍ରୀ ପାଇଁ ପ୍ରଯୁଜ୍ୟ, ଅର୍ଥାତ୍ ଯଦି ଆପଣଙ୍କ ସହିତ ପରିବାରର ତିନି ଜଣ ସଦସ୍ୟ ଅଛନ୍ତି, ତେବେ ଆପଣ ମୋଟ ୬୦ କିଲୋ ପର୍ଯ୍ୟନ୍ତ ଘିଅ ବହନ କରିପାରିବେ । କିନ୍ତୁ ଏହା ବ୍ୟକ୍ତିଗତ ୨୦ କିଲୋ ପ୍ୟାକେଟରେ ହେବା ଆବଶ୍ୟକ । ଘିଅ ଲିକେଜ୍ ଏବଂ ଖସିଯିବା ବିପଦ ବୋଲି ବିବେଚନା କରେ ରେଳବାଇ । ତେଣୁ ଏହାକୁ ସାଧାରଣ ପ୍ଲାଷ୍ଟିକ୍ ପାତ୍ରରେ ପରିବହନ କରିବା ବିପଦପୂର୍ଣ୍ଣ ହୋଇପାରେ ବୋଲି କୁହାଯାଇଛି…
ଇନ୍ଦୋରର ବହୁ ଚର୍ଚ୍ଚିତ “କୋଟିପତି ଭିକାରୀ” ମଙ୍ଗିଲାଲ ମାମଲାରେ ନୂଆ ମୋଡ଼ । ପ୍ରଶାସନ ଦ୍ୱାରା ଭିକାରୀ ଭାବେ ଉଦ୍ଧାର କରାଯାଇଥିବା କୁଷ୍ଠ ରୋଗୀ ମଙ୍ଗିଲାଲଙ୍କ ପରିବାର ଏବେ ସାମ୍ନାକୁ ଆସି ସରକାରଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସୂଚନାମୁତାବକ ଗତ ଶନିବାର ବିଳମ୍ବିତ ରାତିରେ ଯେତେବେଳେ ଉଦ୍ଧାରକାରୀ ଟିମ୍ ସରାଫା ଅଞ୍ଚଳରେ ନିୟମିତ ଭିକ ମାଗୁଥିବା ଜଣେ କୁଷ୍ଠ ରୋଗୀ ଭାବେ ମଙ୍ଗିଲାଲଙ୍କୁ ଉଠାଇଲେ, ତାଙ୍କ ସମ୍ପତ୍ତି ବିଷୟରେ ଜାଣି ଚକିତ ହୋଇଗଲେ । ନିରବ ଭିକ୍ଷାବୃତ୍ତି କଳାରେ ମଙ୍ଗିଲାଲ ପାରଙ୍ଗମ । ସେ କଦାପି ପାଟି ଖୋଲି ଭିକ ମାଗନ୍ତି ନାହିଁ । କେବଳ ନିଜ ଚକଲଗା ଲୁହା ଗାଡ଼ିରେ ବସିରହନ୍ତି । ତା’ପରେ ସହାନୁଭୂତି ସବୁକିଛି କରେ । ଲୋକେ ତାଙ୍କୁ ଇଚ୍ଛା ଅନୁସାରେ ଭିକ ଦିଅନ୍ତି । ଏହା ଜରିଆରେ ମଙ୍ଗିଲାଲ ଦିନକୁ ୪୦୦-୫୦୦ ଟଙ୍କା ଆୟ କରନ୍ତି । କିନ୍ତୁ ଯାଞ୍ଚ୍କର୍ତ୍ତାଙ୍କ ଅନୁସାରେ,…
ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ ।ଜେଲ୍ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ । ଜେଲ୍ ଡିଆଇଜି କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲ୍ରେ ଏଆଇ କ୍ୟାମେରା ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା କାରାଗାରରେ ଏଆଇ କ୍ୟାମେରା ଲାଗିଛି । ଲାଗିଥିବା କ୍ୟାମେରା ସଫଳତାର ସହ କଏଦୀ ଖସିଲେ ଚିହ୍ନଟ କରି ସାଇରନ୍ ବଜାଇବାରେ ସକ୍ଷମ ହୋଇଛି ।”ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲାଗିବ । ଯେଉଁଠି ୩୨ଟି ଲେଖାଏଁ କ୍ୟାମେରା ଲାଗିବ।ଝାରପଡ଼ା,ଚୋଦ୍ବାର,ସମ୍ବଲପୁର ,ବ୍ରହ୍ମପୁର ଜେଲ ରହିଛି ।ସେ ଆହୁରି କହିଛନ୍ତି, “ଏଆଇ କ୍ୟାମେରା ଖାଲି କଏଦୀଙ୍କ ଗତିବିଧି ଉପରେ ନଜର ରଖିବା ତା ନୁହେଁ । ନିଶା ଦ୍ରବ୍ୟ ମଧ୍ୟ ବାହାରୁ…
ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର।ସରକାରୀ ଜମିର ହୋଇପାରିବନି ଦୁରୁପଯୋଗ । ଲିଜ ନେଇ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଉକ୍ତ ଜମିକୁ ରାଜସ୍ବ ବିଭାଗ ଫେରାଇ ଆଣିବ । ଜମିର ସଠିକ ପରିଚାଳନା ଏବଂ ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ସରକାରୀ ଜମିକୁ ସୁରକ୍ଷା ଦେବାକୁ ଦୁଇଟି ଆଇନରେ ସଂଶୋଧନ ହେବ । ଏହା ପରେ ସରକାର ନୂଆ ଆଇନ ଆଣିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁର୍ବ୍ୟବହାର ହେବନି । ସବୁ ଜମି ଲୋକଙ୍କ କାମରେ ଲାଗିବ ତାହା ହିଁ ପ୍ରାଥମିକତା ରହିବ। ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ପ୍ରାବଧାନ କଡା ରହିବ । ଏହି ଡ୍ରାଫ୍ଟ ପଲିସିକୁ ରାଜସ୍ବ ବିଭାଗ ୱେବସାଇଟରେ…
୨୭ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା । ୭ଟି ପେଣ୍ଡାଲରେ ଜଲୱା ଦେଖାଇବେ ୧୫ ପାର୍ଟି।ତେବେ ଯାତ୍ରା ହେବା ପୂର୍ବରୁ କମିଟିମାନଙ୍କ ଉପରେ ବିଏମସିର ଲଗାମ। NOC ଦେବା ପୂର୍ବରୁ ବିଏମସିର ଯାତ୍ରା ଏସଓପି। ଅଶ୍ଳୀଳତାକୁ କରାଯିବନି ଆଦୌ ବରଦାସ୍ତ। ପାର୍କିଂ, ସଫେଇ ଓ ବ୍ୟାରିକେଡକୁ ଗୁରୁତ୍ଵ। ଅଶ୍ଳୀଳ ପ୍ରଦର୍ଶନ କଲେ ଏନଓସି କ୍ୟାନସଲ୍। ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମ୍ସି ର ସ୍ଵତନ୍ତ୍ର ସ୍କ୍ଵାଡ୍। ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ହୋଇପାରେ ଆକ୍ସନ।ବିଏମସି କହିଛି ଯେ, କମିଟି ପକ୍ଷରୁ ସର୍ବାଧିକ ୫୦ଟି ଦୋକାନ ପକାଯାଇ ପାରିବ। ସେଥିରୁ ବି ବିଏମସି ଲାଇସେନ୍ସ ଫି ଆଦାୟ କରିବ। ବେନିୟମ ପାର୍କିଂକୁ ହଟାଯିବ। କେବଳ କମିଟିମାନେ ପାର୍କିଂ କରି ପାରିବେ। ଅନ୍ୟ କେହି କରି ପାରିବେ ନାହିଁ। ଟେଣ୍ଡର ଜରିଆରେ ପାର୍କିଂ ମିଳିବ। ଦର୍ଶକଙ୍କ ପାଇଁ ଚେୟାର ଛାଡି ଛାଡି ପକାହେବ। ସବୁ ଭଲ୍ୟୁଣ୍ଟର କାର୍ଡ ପକାଇବେ। ଏନେଇ ସବୁ…