ଗାୟିକା ନେହା କକ୍କର ନିଜ ସଙ୍ଗୀତ କ୍ୟାରିୟରରୁ ବ୍ରେକ୍ ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଦାୟିତ୍ୱ, ସମ୍ପର୍କ, କାମ ଏବଂ ଅନ୍ୟ ସବୁକିଛିରୁ ବିରତି ନେବାର ସମୟ ଆସିଛି। ଦ୍ବିତୀୟ ପୋଷ୍ଟରେ ନେହା ଲେଖିଛନ୍ତି , ’ସାମ୍ବାଦିକମାନେ ମୋତେ ଦୟାକରି କ୍ୟାପ୍ଚର କରନ୍ତୁନି । ମୋର ବ୍ୟକ୍ତିଗତ ଜୀବନରେ ଦଖଲ ନଦିଅନ୍ତୁ । ମୋତେ ଆଦୌ ଫଲୋ କରନ୍ତୁନି । ଆଶା କରୁଛି ମୋର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବେ । ମୋତେ ଏଥର ଟିକେ ସ୍ବାଧୀନତା ଦେବେ । ମୋର ଅନୁରୋଧ, ମୋତେ ଶାନ୍ତିରେ ରହିବାକୁ ସାମ୍ବାଦିକମାନେ ଅନ୍ତତଃ ଏତିକି କରନ୍ତୁ ’ ।ତାଙ୍କ ବ୍ୟକ୍ତିଗତ ଜୀବନରେ, ନେହା ପଞ୍ଜାବୀ ସଂଗୀତ କଳାକାର ରୋହନପ୍ରୀତ ସିଂହଙ୍କୁ ବିବାହ କରିଛନ୍ତି। ସେମାନଙ୍କର ବିବାହ ଅକ୍ଟୋବର ୨୦୨୦ରେ ହୋଇଥିଲା। ସେମାନଙ୍କ ବିବାହ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା। ୨୦୨୫ରେ ନେହାଙ୍କ ଭଉଣୀ ସୋନୁ କକ୍କର ନେହା ଏବଂ ଟୋନିଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ।
ଆଉ ଫେରିବି କି ନାହିଁ ଜାଣିନାହିଁ:ସାମ୍ବାଦିକମାନେ ମୋତେ ଦୟାକରି କ୍ୟାପ୍ଚର କରନ୍ତୁନି
By madhulekha1 Min Read
