Author: madhulekha

ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା ଏକ ପୋଖରୀରେ ପଡ଼ିଯାଇଥିଲା। କେପି କଲେଜ ପଛରେ ଏହି ଦୁର୍ଘଟଣା ଘଟିଥିଲା।ସ୍ଥାନୀୟ ଲୋକ ଘଟଣା ବିଷୟରେ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ ଟିମ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

Read More

ଦେଢ ଶହ ଜନସଂଖ୍ୟା ଥିବା ଗାଁକୁ ହେବ ରାସ୍ତା। ୨୦୨୭ ସୁଦ୍ଧା ୭୫ ହଜାରରୁ ଉର୍ଦ୍ଧ୍ଵ ଗ୍ରାମ୍ୟ ରାସ୍ତା ନିର୍ମାଣ କରିବାକୁ ସରକାରଙ୍କ ଲକ୍ଷ୍ୟ।ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ ଖର୍ଚ୍ଚ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ପରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ଜନଗଣନା ଶେଷ ପରେ ଚୂଡ଼ାନ୍ତ ତଥ୍ୟ ପ୍ରଦାନ କରାଯିବ। ପଞ୍ଚାୟତ ପୁନଃଗଠନ ଆବଶ୍ୟକ ଅଛି, ଏବେ ସ୍ଥଗିତ ରହିଛି। ଜନଗଣନା ସରିବା ପରେ ପୁନଃଗଠନ ପ୍ରକ୍ରିୟା ଆରମ୍ଭ ହେବ।

Read More

ଆସନ୍ତା ଜୁନ୍‌ ମାସରେ ରାଜ୍ୟ ଦେଖିବ ପୌର ନିର୍ବାଚନ। ନୂତନ ଘୋଷିତ ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ।ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ଜୁନ୍ ସୁଦ୍ଧା ସେସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ ।ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ ଚିଠି ଲେଖି ଅବଗତ କରିଛନ୍ତି ।୧୪ଟି ଜିଲ୍ଲାର ଘୋଷିତ ୨୪ଟି ଏନ୍‌ଏସିରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ।

Read More

ମାର୍ଚ୍ଚରୁ ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ । ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ । ଭୁବନେଶ୍ବର ଆବୁଧାବି ସିଧାସଳଖ ବିମାନ ସେବା ଗତ ଡିସେମ୍ବରରୁ ବନ୍ଦ ହୋଇଯାଇଛି । ତେବେ ୧ ମାସ ପରେ ଭୁବନେଶ୍ବର ବିମାନ ବନ୍ଦରରୁ ଆଉ ୨ଟି ପ୍ରମୁଖ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ଯୋଜନା ରଖିଛି । ମାର୍ଚ୍ଚ ୨୮ ପରେ ଦୁବାଇ ଓ ସିଙ୍ଗାପୁର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଭୁବନେଶ୍ବରରୁ ସିଧା ବିମାନ ସେବା ବନ୍ଦ ହୋଇଯିବ । ମାର୍ଚ୍ଚ ୨୮ ପରେ ଏହି ୨ଟି ରୁଟ୍ ରେ ସିଧା ବିମାନ ସେବା ପାଇଁ ଇଣ୍ଡିଗୋ ଅନଲାଇନ ବୁକିଂ ବନ୍ଦ ରଖିଛି । ଏନେଇ ଉଦବେଦ ପ୍ରକାଶ କରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ଓଡିଆ ସମାଜ UAE ସଂଗଠନ । ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି ସ୍ପଷ୍ଟ କରାଯାଉନାହିଁ । ଭୁବନେଶ୍ୱରରୁ ଦୁବାଇ…

Read More

ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୧୮ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି।ଚଳିତବର୍ଷ ଭିତରକନିକାରେ ଗ୍ରେଟ ବିଟର୍ଣ୍ଣ ଜାତୀୟ ପକ୍ଷୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଲିଛି। ଗହୀରମଥା ଅଚଂଳରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ, କମନ ଟିଲ, ଆବୋସେଟ ଓ ଗଡୱିକ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗଡୱିକ ଜାତୀୟ ପକ୍ଷୀ ଅନ୍ୟ ସ୍ଥାନରେ କମ୍ ଦେଖାଯାଉଥିବା ବେଳେ ଭିତରକନିକାରେ ଏମାନଙ୍କ ସଂଖ୍ୟା ଅଧିକ ରହିଛି। ଏହାବାଦେ ଭିତରକନିକାରେ କମନ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୧୮ଟି ଟିମ ଭିତରକନିକା ଅଭୟାରଣ୍ୟର ମହାନଦୀ ଡେଲଟା ସମେତ ରାଇପାଟିଆ, ସାତଭାୟା…

Read More

ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ହୋଇଛି। ମଙ୍ଗଳବାର ୧୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ସେଥିରୁ ୮ଟି ସହରରେ ପାରଦ ୩୧ ଡିଗ୍ରୀ ଅତିକ୍ରମ କରିଥିଲା ।ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୩୨.୫ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୩୧.୭, ଭୁବନେଶ୍ୱର ୩୧.୬, ଭଦ୍ରକ ୩୧.୫, ସୁନ୍ଦରଗଡ଼ ୩୧.୪, ଅନୁଗୁଳ ୩୧.୧, ଟିଟିଲାଗଡ଼ ୩୧, ପାରଳାଖେମୁଣ୍ଡି ୩୧ ଡିଗ୍ରୀ ଥିଲା ।ଏଥିସହ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ। ୪ରୁ ୫ ଦିନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତନ ହେବାର ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ ଆସନ୍ତା ୨୪ ଘଂଟାରେ…

Read More

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ । ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ବେଶ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଥାଏ। ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ। ଏହି ବେଶ ପ୍ରସ୍ତୁତକାରୀ ହବିଷ ଅନ୍ନ ଭକ୍ଷଣ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି। ବର୍ଷକରେ ଏହି ଗୋଟିଏ ଦିନ ବଡ଼ସିଂହାର ନୀତିରେ ପଦ୍ମ ବେଶରେ ଥାଇ ପହୁଡ଼ ହୁଅନ୍ତି ମହାପ୍ରଭୁ।…

Read More

ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA ଏହା ଘୋଷଣା କରି କହିଛି, ତାଙ୍କର ଅବସର ଡିସେମ୍ବର ୨୭, ୨୦୨୫ରେ, ଗତ ଖ୍ରୀଷ୍ଟମାସ ପରେ ଲାଗୁ ହୋଇଥିଲା। ମହାକାଶ ଷ୍ଟେସନରେ ତାଙ୍କ ନେତୃତ୍ୱରେ ଗବେଷଣା ବେଶ୍ ଉଚ୍ଚକୋଟୀର। ତାଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିମ୍ନ ପୃଥିବୀ କକ୍ଷପଥକୁ ବାଣିଜ୍ୟିକ ମିଶନ ପାଇଁ ପଥ ପ୍ରଶସ୍ତ କରିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ପାଇଁ ତାଙ୍କର କାର୍ଯ୍ୟ ଚନ୍ଦ୍ରକୁ ଆର୍ଟେମିସ୍ ମିଶନ ଓ ମଙ୍ଗଳ ଗ୍ରହକୁ ଯାତ୍ରା ପାଇଁ ମୂଳଦୁଆ ପକାଇଥିଲା। ତାଙ୍କର ଅସାଧାରଣ ସଫଳତା ନୂଆ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ଓ ମହାକାଶ କ୍ଷେତ୍ରରେ ଯାହା ସମ୍ଭବ ତାହାର ସୀମାକୁ ଆଗକୁ ବଢାଇବାକୁ ପ୍ରେରଣା ଦେବ। ଭାରତୀୟ ଜନ୍ମିତ ମହାକାଶଚାରୀ ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ ଏବଂ ତିନୋଟି…

Read More

ପାରାଦ୍ଵୀପ ଲକ୍ ଥାନା ଅଧୀନ ପିପ୍ପଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାଳଗଦାରେ ନିଆଁ ଲାଗି ଘର ସହିତ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ମୃତ ବରଣ କରିଥିବା ସୂଚନା ମିଳିଛି । ମୃତକ ମହିଳା ହେଲେ ରିନି କୁମାରୀ ଦଳାଇ । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ , ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସେପଟେ ମହିଳାଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ, ରିନା ଦେଢ ବର୍ଷ ତଳେ ପିପ୍ପଳ ଗାଁର ସ୍ମୃତି ରଞ୍ଜନ ସ୍ୱାଇଁଙ୍କୁ ବାହା ହୋଇଥିଲେ । ଆଜି ସକାଳୁ ସ୍ୱାମୀ ସ୍ମୃତି ରଞ୍ଜନ କାମ କରିବା ପାଇଁ ଘରୁ ବାହାରକୁ ଯାଇଥିବା ସମୟରେ ଶ୍ୱଶୁର ରୋଗାଗ୍ରସ୍ତ ଅବସ୍ଥାରେ ଘରେ ପଡି ରହିଥିଲେ । ଶାଶୁ କଟକ ବଡ ମେଡିକାଲକୁ ଯାଇଥିଲେ । ସେହି ସମୟରେ ଏକ…

Read More

ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ଦୁର୍ଘଟଣା ସମୟରେ ଅକ୍ଷୟ କୁମାରଙ୍କ ସମେତ ତାଙ୍କ ପତ୍ନୀ କାରକେଡ୍ ଆଗରେ ଯାଉଥିଲା । ଅକ୍ଷୟ କୁମାରଙ୍କ କାରଗେଡ୍ ଅଟୋ ରିକ୍ସା ସହିତ ଧକ୍କା ହେବା ପରେ ଅଭିନେତାଙ୍କ ଗାଡ଼ି ମଧ୍ୟ ସାମାନ୍ୟ ଆଘାତ ପାଇଥିଲା । ଏପରି ଘଟଣା ଜୁହୁଠାରେ ଦେଖିବାକୁ ମିଳିଥିଲା । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକ ଏବଂ ଅଟୋ ଯାତ୍ରୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଜଣକ ଆହତ ହୋଇଛନ୍ତି । ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ସମସ୍ତ ଯାନବାହନ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।ପୋଲିସ ବେପରୁଆ…

Read More