ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ଦୁର୍ଘଟଣା ସମୟରେ ଅକ୍ଷୟ କୁମାରଙ୍କ ସମେତ ତାଙ୍କ ପତ୍ନୀ କାରକେଡ୍ ଆଗରେ ଯାଉଥିଲା । ଅକ୍ଷୟ କୁମାରଙ୍କ କାରଗେଡ୍ ଅଟୋ ରିକ୍ସା ସହିତ ଧକ୍କା ହେବା ପରେ ଅଭିନେତାଙ୍କ ଗାଡ଼ି ମଧ୍ୟ ସାମାନ୍ୟ ଆଘାତ ପାଇଥିଲା । ଏପରି ଘଟଣା ଜୁହୁଠାରେ ଦେଖିବାକୁ ମିଳିଥିଲା । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକ ଏବଂ ଅଟୋ ଯାତ୍ରୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଜଣକ ଆହତ ହୋଇଛନ୍ତି । ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ସମସ୍ତ ଯାନବାହନ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।ପୋଲିସ ବେପରୁଆ ଏବଂ ଅବହେଳାପୂର୍ଣ୍ଣ ଗାଡି ଚାଳନା ଅଧୀନରେ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଚାଲିଛି। ଆହତ ଅଟୋ-ରିକ୍ସା ଚାଳକଙ୍କ ଭାଇ କହିଛନ୍ତି ଯେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି।ରିପୋର୍ଟ ଅନୁଯାୟୀ, ଏକ ଦ୍ରୁତଗାମୀ ମର୍ସିଡିଜ କାର ପ୍ରଥମେ ଏକ ଅଟୋ-ରିକ୍ସାକୁ ଧକ୍କା ଦେଇଥିଲା, ଯାହା ଫଳରେ ଅଟୋ-ରିକ୍ସାଟି ଅକ୍ଷୟ କୁମାରଙ୍କ କନଭେରେ ଥିବା ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା।
ଜୁହୁ ଅଞ୍ଚଳରେ ଅକ୍ଷୟ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଭିନେତା ଓ ତାଙ୍କ ପତ୍ନୀ ସୁରକ୍ଷିତ
By madhulekha1 Min Read
