ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୭ ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ସମ୍ବଲପୁରର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ସାଏ । ଚୌହାନ ବଂଶର ଏହି ବୀର ସନ୍ତାନ ମାତ୍ର ୧୮ ବର୍ଷ ବୟସରୁ ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୮୨୭ରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କ ମୃତ୍ୟୁ ପରେ, ବ୍ରିଟିଶ ସରକାର ଉତ୍ତରାଧିକାରୀ ନିୟମକୁ ଅବମାନନା କରି ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସାଇଲେ । ଏହି ଅନ୍ୟାୟ ବିରୋଧରେ ସୁରେନ୍ଦ୍ର ସାଏ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ଏକ ବଡ଼ ଅଂଶ କାରାଗାରରେ କଟିଥିଲା । ୧୮୪୦ ମସିହାରେ ବ୍ରିଟିଶ୍ ମାନେ ତାଙ୍କୁ ବନ୍ଦୀ କରି ହଜାରିବାଗ ଜେଲକୁ ପଠାଇ ଦେଇଥିଲେ ।…
Author: madhulekha
ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର । ଉଦ୍ଧାର ପରେ ବି ଗ୍ରହଣ କଲାନି ହାତୀପଲ । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁରରେ ଦେଖିବାକୁ ମିଳିଛି ଘଟଣା ।ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ୧୧ ଟିକିଆ ହାତୀ ପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ପବିତ୍ରପୁର ପଞ୍ଚାୟତ ପଟୁ ନଦୀ ପାର ହୋଇ ଯାଉଥିବା ବେଳେ ଛୁଆ ହାତୀଟି ପାଣିରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇ ଫସି ଯାଇଥିଲା । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ପାଳଲହଡା ବନ ବିଭାଗକୁ ସୂଚନା ଦେଇଥିଲେ । ୧୨ ଘଣ୍ଟା ପାଣି ଭିତରେ ଥିବା ହାତୀ ଛୁଆ ଉଦ୍ଧାର ପରେ ବନବିଭାଗ ତାର ଚିକିତ୍ସା କରିବା ପରିବର୍ତ୍ତେ ପବିତ୍ରପୁର ଆମ୍ବ ତୋଟା ରେ…
ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ । ଗ୍ରାମାଞ୍ଚଳ ଥାନା ଡାମରପୁର ଗାଁରେ ଶ୍ୱଶୂରର ଉନ୍ମତ୍ତ କାଣ୍ଡ । ବୋହୂର କନ୍ୟା ସନ୍ତାନ ଜନ୍ମ ହେବାରୁ ଜାଳିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଗତ କାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଛି । ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ସୁଶାନ୍ତଙ୍କର ପ୍ରଥମ ପତ୍ନୀଙ୍କ ଦୁଇଟି ଝିଅ ଥିଲା । ଦ୍ଵିତୀୟ ପତ୍ନୀଙ୍କ ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶ୍ବଶୁର ଘର ଲୋକ ନିର୍ଯାତନା ଦେଉଥିଲେ । ତେବେ ପୀଡିତ ମହିଳାଙ୍କ ପରିବାରେ ଲୋକେ ଶ୍ୱଶୂରଙ୍କ ବିରୋଧରେ ଝିଅକୁ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି…
ଦାନରେ ନୁହେଁ ବରଂ ଶକ୍ତି ବଳରେ ସ୍ବାଧୀନତା ପାଇବାର ଅଟଳ ଜିଦ୍ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦର ଚେତନାକୁ ଜାଗ୍ରତ କରିଥିଲା। ସେ ଥିଲେ ମହାନ ଜନନାୟକ ତଥା ସ୍ବାଧୀନତା ସଂଗ୍ରାମର ବାଜିଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହା ଥିଲା ‘ଆଜାଦ୍ ହିନ୍ଦ୍ ଫୌଜ୍’ ଉଦ୍ଦେଶ୍ୟରେ ସୁଭାଷ ବୋଷଙ୍କ ସେହି ନାରା, ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ।୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ…
ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଥମିବାର ନାମ ନେଉନାହିଁ। , ଜିଲ୍ଲାର ମହୁ ତହସିଲ ମୁଖ୍ୟାଳୟର ପଟ୍ଟି ବଜାର ଅଞ୍ଚଳରେ ୧୦ ରୁ ୧୫ ଦିନ ମଧ୍ୟରେ ୧୯ ଜଣ ପିଲାଙ୍କ ସମେତ ପ୍ରାୟ ୨୫ ଜଣ ଜଣ୍ଡିସ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାସିନ୍ଦାଙ୍କ ଅନୁଯାୟୀ, ଅଞ୍ଚଳର ଟ୍ୟାପ୍ରୁ ମଇଳା, ଦୁର୍ଗନ୍ଧଯୁକ୍ତ ଏବଂ କାଦୁଅ ପାଣି ବହିଯାଉଛି। ଫୁଟିବା ପରେ ମଧ୍ୟ ପାତ୍ରର ତଳ ଭାଗରେ ପଙ୍କ ଜମା ହେଉଛି।ଘଟଣା ସମ୍ପର୍କରେ ଖବର ପାଇ ଜିଲା କଲେକ୍ଟର ଶିବମ୍ ବର୍ମା ଗୁରୁବାର ବିଳମ୍ବିତ ରାତିରେ ହସ୍ପିଟାଲ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଶୁକ୍ରବାର ସକାଳୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସର୍ଭେ ଆରମ୍ଭ କରିଛି ଏବଂ ଜଳର ନମୁନା ସଂଗ୍ରହ କରିଛି। ଗତ ମାସ ଆରମ୍ଭରେ ଇନ୍ଦୋରର ଭାଗୀରଥପୁରା ଅଞ୍ଚଳରେ ସ୍ୱେରେଜ୍…
୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଜେ.ପି. ଦତ୍ତାଙ୍କ ‘ବର୍ଡର’ ଚଳଚ୍ଚିତ୍ର ଭାରତୀୟ ସିନେମା ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ପ୍ରାୟ୨୭ ବର୍ଷ ପରେ ସେହି ଦେଶଭକ୍ତିର ଭାବନା ପୁଣି ଥରେ ପରଦାକୁ ଫେରିଛି ।ସୋସିଆଲ ମିଡିଆରେ ଭାଇରାଲ୍ ଟ୍ରେଣ୍ଡ ଦ୍ୱାରା ଏହି ଚଳଚ୍ଚିତ୍ରଟି ଯଥେଷ୍ଟ ଚର୍ଚ୍ଚା ଏବଂ ଉତ୍ସାହ ସୃଷ୍ଟି କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସନ୍ନି ଦେଓଲ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୨୬ର ପ୍ରଥମ ପ୍ରମୁଖ ଥିଏଟର ରିଲିଜ୍ ହେବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ରଟି ଏକ ବଡ଼ ଝଟକା ପାଇଛି। ଏହାର ରିଲିଜ୍ ପୂର୍ବରୁ, ଏକ ରିପୋର୍ଟ ନିର୍ମାତା ଏବଂ ବିଦେଶୀ ବାଣିଜ୍ୟକୁ ନିରାଶ କରିଛି। ରିପୋର୍ଟ ଅନୁଯାୟୀ, “ବର୍ଡର ୨” ଛଅଟି ଇସଲାମିକ୍ ଦେଶରେ ରିଲିଜ୍ ପାଇଁ ମଞ୍ଜୁରୀ ପାଇନାହିଁ।ବଲିଉଡ୍ ରିପୋର୍ଟ ଅନୁଯାୟୀ, “ବର୍ଡର ୨” ଏପର୍ଯ୍ୟନ୍ତ ବାହାରିନ୍, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇ ଭଳି ଦେଶରେ…
ଆଜି ରଥକାଠ ଅନୁକୂଳ । ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ । ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡ ରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ।ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଘଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏହିପରି ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡ଼େ । ଗତବର୍ଷ ରଥଯାତ୍ରାରେ ୪୭ ଖଣ୍ଡ କାଠ ବଳକା ରହିଥିବା…
ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା’ ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ସରସ୍ବତୀ ଦିବ୍ୟଭାବର ପ୍ରତୀକ। ମା’ ସରସ୍ବତୀ ହେଉଛନ୍ତି କଣ୍ଠଚକ୍ର ବାଣୀ ଓ ସଙ୍ଗୀତର ଆଧାର। ତେଣୁ ମା’ ସରସ୍ବତୀଙ୍କୁ ପ୍ରାର୍ଥନା କଲେ ମନ, ବୁଦ୍ଧି, ବିଚାର ଓ ଚେତନା ଦୃଢ଼ୀଭୂତ ହୁଏ।ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ବିଭିନ୍ନ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ।
ଜାନୁଆରୀ ୨୪ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବେ ଘରୋଇ ବସ ମାଲିକ ସଂଘ। ପୂର୍ବରୁ ସଂଘର କର୍ମକର୍ତ୍ତାମାନେ କଟକସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) କାର୍ଯ୍ୟାଳୟରେ ପରିବହନ କମିଶନରଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଜିଲାପାଳ, RTO ଓ OSRTC ପ୍ରତିନିଧିଙ୍କୁ ନେଇ ଜିଲା ସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ସଂଘ ଏଥିରେ ସନ୍ତୁଷ୍ଟ ହୋଇନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକରୁ ଜିଲା ସଦର ମହକୁମା ପର୍ଯ୍ୟନ୍ତ ଚାଲୁଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’କୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ଶୁକ୍ରବାର ଜଗତସିଂହପୁର ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳିବା ପରେ ଧର୍ମଘଟ ସମ୍ପର୍କରେ ସଂଘ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଯଦି ଦାବି ପୂରଣ ନହୁଏ, ତେବେ ଶନିବାରଠାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ।ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି।