ଆଜି ହେଉଛି ୭୭ ତମ ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଆଜିର ଦିନରେ ସ୍ବାଧୀନ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ୧୯୫୧ ମସିହା ଜାନୁଆରୀ ୨୬ ରେ ଦେଶ ପାଳିଥିଲା ପ୍ରଥମ ଗଣତନ୍ତ୍ର ଦିବସ । ଏହି ଦିନକୁ ଭାରତବାସୀ ଆନନ୍ଦ ଉଲ୍ଲାସରେ ପାଳନ କରିଆସୁଛନ୍ତି । ପ୍ରତିବର୍ଷ ଆଜିର ଦିନରେ ଦିଲ୍ଲୀଠୁ ପଲ୍ଲୀ ସବୁଠି ଫର୍ ଫର୍ ଉଡେ ତ୍ରିରଙ୍ଗା । ନୂଆଦିଲ୍ଲୀରେ ପ୍ରତିବର୍ଷ ଭବ୍ୟ କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି । ତେବେ ଜାନୁଆରୀ୨୬ତାରିଖ ଭାରତୀୟ ଇତିହାସର ଏକ ସୁନେଲି ଫର୍ଦ୍ଦ ।୧୯୩୦ମସିହା ଆଜିର ଦିନରେ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ ଘୋଷଣା କରିଥିଲା ।ଜାନୁଆରୀ୨୬କେବଳ ଏକ ତାରିଖ ନୁହେଁ ଏହା ଦେଶବାସୀଙ୍କ ପାଇଁ ଏକ ଗୌରବର ଦିନ । ଏହି ଦିନ ଭାରତବାସୀଙ୍କୁ ସେମାନଙ୍କ ଅଧିକାର, ଉତ୍ତମ ପ୍ରଶାସନ ଏବଂ ଦେଶର ଅଖଣ୍ଡତାକୁ ମନେ ପକାଇଥାଏ । ଏହି ପବିତ୍ର ଦିନ ନ୍ୟାୟ, ସମାନତା ଏବଂ…
Author: madhulekha
ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସାମରିକ ଶକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିଛି । ଏହି ପରେଡ ଦେଖି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଗର୍ବରେ ଭରିଯାଇଛି । ସାମରିକ ପରେଡ ସହିତ ରାଜ୍ୟ ଏବଂ ବିଭାଗ ଗୁଡିକର ପ୍ରଜ୍ଞାପନ ମେଢ ଗୁଡିକ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି । ଏହି ପରେଡ ଆଧୁନିକ ଭାରତ, ଏକ ବିକାଶଶୀଳ ଭାରତ ଏବଂ ଭାରତୀୟ ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଛି ।ଏଥର ସାଧାରଣତନ୍ତ୍ର ଦିବସରେ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି…
ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ଆମ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଶଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ । ଦେଶ ସ୍ବାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଲାଇବା।
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ । ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଆଖି ବୁଜିଲେ ଅଭିଜିତ୍। ତେବେ ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ୍ ଲୋକପ୍ରିୟ ହୋଇଥିଲା । ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସୁଚନା ମୁତାବକ ୫୪ ବର୍ଷୀୟ ଅଭିଜିତ ମଜୁମଦାର ଗୁରୁତର ଅସୁସ୍ଥତା କାରଣରୁ ୪ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ‘ଅସମୋଟିକ୍ ଡିମାୟେଲିନେସନ୍ ସିଣ୍ଡ୍ରୋମ୍’ ନାମକ ଏକ ମାରାତ୍ମକ ମସ୍ତିଷ୍କ ରୋଗ ହୋଇଥିଲା । ଶରୀରରେ ଲୁଣ ବା ଇଲେକ୍ଟ୍ରୋଲାଇଟ୍ ର ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୁଏ । ଏହା ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ , ରକ୍ତରେ ସଂକ୍ରମଣ ଏବଂ ପୁରୁଣା ଲିଭର ରୋଗ ମଧ୍ୟ ଥିଲା ।
ଖଣ୍ଡଗିରି କୁମ୍ଭମେଳାରେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବାକୁ ପ୍ରସ୍ତୁତ ଆରମ୍ଭ କରିଲେଣି ସାଧୁସନ୍ଥ ଗଣ । ପ୍ରାରମ୍ଭିକ ପୂଜାପାଠ ସହ ଅନ୍ୟାନ୍ୟ ବିଧି ଆରମ୍ଭ କରିଛନ୍ତି । ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ । ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦ରୁ ଅଧିକ ସାଧୁସନ୍ଥ ଆସିବେ ବୋଲି ଆକଳନ କରାଯାଇଛି ।ଏହି ଖଣ୍ଡଗିରି ମେଳାରେ ନାଗା ସନ୍ନ୍ୟାସୀଙ୍କଠାରୁ ଆରମ୍ଭ କରି ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସମ୍ପ୍ରଦାୟ, ଗୌଡ଼ିୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ଧୀରେ ଧୀରେ ସମାଗମ ହେଉଛି । ମାଘ ସପ୍ତମୀରେ ଖଣ୍ଡଗିରି- ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ ଆବାହମାନ କାଳରୁ ହୋଇଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୭ ଦିନ ଧରି ଚାଲି ମାଘ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତୀ ଦିଆଯାଇଥାଏ ।…
ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏଥିପାଇଁ ୬ମାସ ମଧ୍ୟରେ ଅଧୁରା କାମ ଶେଷ କରିବାକୁ ସେ ବିଜେପିର ପଞ୍ଚାୟତ ପ୍ରତିନିଧିଙ୍କୁ ଟାସ୍କ ଦେଇଛନ୍ତି । ପୂର୍ବରୁ ରାଜ୍ଯ ନିର୍ବାଚନ କମିସନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ ପରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧିନ ୮ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଶନର ପ୍ରାକ୍ ପ୍ରସ୍ତୁତି ବୈଠକ କରିଛନ୍ତି । ସମ୍ୱେଦନଶୀଳ ଓ ଅତି ସମ୍ୱେଦନଶୀଳ ବୁଥ୍ ଚିହ୍ନଟ କରି ସିସିଟିଭି ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ମହାକାଶ ଜଗତରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ, ISRO ଏହାର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ, ଭାରତୀୟ ମହାକାଶ ଷ୍ଟେସନ (BAS), ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିବାକୁ ପ୍ରସ୍ତୁତ ହୋଇଛି। ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) BAS ର ପ୍ରଥମ ମଡ୍ୟୁଲ୍, BAS-01 ର ବିକାଶ ଏବଂ ନିର୍ମାଣ ପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକୁ ଏକ ଆଗ୍ରହ ପ୍ରକାଶ (EoI) ଜାରି କରିଛି।ରିପୋର୍ଟ ଅନୁଯାୟୀ, BAS ର ପ୍ରଥମ ପର୍ଯ୍ୟାୟ ୨୦୨୮ ରେ ପ୍ରଥମ ମଡ୍ୟୁଲ୍ ର ଲଞ୍ଚ ସହିତ ଆରମ୍ଭ ହେବ। ଷ୍ଟେସନଟି ପୃଥିବୀଠାରୁ ପ୍ରାୟ ୪୦୦-୫୦୦ କିଲୋମିଟର ଉଚ୍ଚତାରେ ଅବସ୍ଥିତ ହେବ। ଏହା ଏକ ସମୟରେ ୩ ରୁ ୪ ଜଣ ମହାକାଶଚାରୀଙ୍କୁ ସ୍ଥାନ ଦେବ। ୨୦୩୫ ସୁଦ୍ଧା ସମସ୍ତ ପାଞ୍ଚଟି ମଡ୍ୟୁଲ୍ ସମ୍ପୂର୍ଣ୍ଣ ଭାବରେ…
ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ଜାଲିଆ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ।କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ ବୋଲି କହି କପ୍ତିପଦା ଥାନା ପରାସୀବାଡ଼ି ଅଂଚଳରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିବା ବେଳେ ତାହା ଫେରାଇ ନ ଥିଲେ କି ଋଣ ମଧ୍ୟ କରାଇ ଦେଇ ନ ଥିଲେ। ଯାହାକୁ ନେଇ ଠକାମୀ ର ଶିକାର ହୋଇଥିବା ମହିଳା କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ତଦନ୍ତ ପରେ ମହିଳାଙ୍କୁ ଭୁବନେଶ୍ୱର ହଂସପାଳ ଅଞ୍ଚଳ ରୁ ଉଠାଇ ଆଣି ଥାନାରେ ତଦନ୍ତ କରିବା ପରେ ସୁଧାରଗୃହକୁ ପଠେଇଛି । ତଦନ୍ତ ପରେ ପୋଲିସ ମହିଳାଙ୍କ ଠକାମୀ ତାଲିକା ଦେଖି ତାଜୁବ…
ରବିବାର ପବିତ୍ର ମାଘ ସପ୍ତମୀ ବୁଡ। ଶନିବାର ରାତି ୪ଟା୪୧ରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଶନିବାର ଅପରାହ୍ନରୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି। ତେବେ ପବିତ୍ର ମାଘ ବୁଡ଼ ପାଇଁ ଦୁଇ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ । ଆଜି ଓ ଆସନ୍ତା କାଲି ବିନା ପ୍ରବେଶ ଶୁଳ୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବେ ଦେଶ ବିଦେଶ ର ପର୍ଯ୍ୟଟକ । ବିଜ୍ଞପ୍ତି ଜାରି କରିଛନ୍ତି ଆର୍କୋଲୋଜିକାଲ ଅଫ ଇଣ୍ଡିଆ ।
ଆମେରିକା ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି। ଏହି ସମୟରେ, ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ଆମଦାନୀ ହ୍ରାସ କରିଛି, ଯାହା ଫଳରେ ଶୀଘ୍ର ୨୫% ଶୁଳ୍କ ଉଠାଇ ଦିଆଯାଇପାରେ।ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଋଷରୁ ତେଲ କିଣିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଶୁଳ୍କ ଲାଗୁ କରାଯାଇଥିଲା । ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ, ସେ କହିଥିଲେ, ଭାରତ ଉପରେ ଶୁଳ୍କ ଲଗାଇବାର ଉଦ୍ଦେଶ୍ୟ ସଫଳ ହୋଇଛି ଏବଂ ଏବେ ଏହାକୁ ଉଠାଇ ଦିଆଯାଇପାରିବ ।