ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା ଏବଂ କମିଯିବ ଶୀତ। ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ। ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ। ଆଜି ୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରରେ ରାତିର ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧୭ ଡିଗ୍ରୀ ରହିବ।ଗୁରୁବାର ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ନୟାଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ। ଏଥିସହ ପାଣିପାଗ ବିଭାଗ ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Author: madhulekha
ଆଜି ସଂସଦରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ କରିବେ ।ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ହେଉଛି ସରକାରଙ୍କ ଆର୍ଥିକ ପ୍ରଦର୍ଶନ ଓ ଦେଶରେ ଅର୍ଥନୈତିକ ସ୍ଥିତିର ଏକ ରିପୋର୍ଟ । ଯେଉଁଥିରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଅଭିବୃଦ୍ଧି ତଥ୍ୟ ସାମ୍ନାକୁ ଆସିବ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଏହି ରିପୋର୍ଟ ତିଆରି କରିଛନ୍ତି ।
ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ । ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ । ଲାଇସେନ୍ସ ବାତିଲ ନେଇ ବିଏମସିର ଚେତାବନୀ । ଏନେଇ ବିଏମ୍ସିର ସାଧାରଣ ପରିଷଦ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଗକୁ ବିଏମ୍ସି ପକ୍ଷରୁ ଜୋରଦାର ହେବ ଗୁଟଖା ଏନଫୋର୍ସମେଣ୍ଟ ।ବୁଧବାର ଭୁବନେଶ୍ୱର ମହାନଗର ନିଗମ (BMC)ର ୩୮ ତମ ସାଧାରଣ ପରିଷଦ ଓ ସ୍ୱତନ୍ତ୍ର ଚିଠା ବଜେଟ୍ ଉପସ୍ଥାପନ ବୈଠକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଏମସି ମେୟର ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମସି ସାଧାରଣ ବରିଷଦ ବୈଠକରେ ଏନେଇ ନିଷ୍ପତ୍ତି ।ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି। ଏହା ଛଡ଼ା ବିଏମସି ଅଞ୍ଚଳରେ ଗୁଟଖା ହୋର୍ଡିଂ ବାହାର କରିବାକୁ ନିଷ୍ପତ୍ତି ହୋଇଛି। ଏହା ଛଡ଼ା ଆଜି ହଜାରେ ୫୦ କୋଟି ଟଙ୍କାର ଏକ ଡ୍ରାଫ୍ଟ ବିଲ ମଧ୍ୟ…
ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରଙ୍କ ପାଇଁ ନୂଆ ବ୍ୟବସ୍ଥା । ଠିକାଦାର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ୩.୦ର ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କଲେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ଵଛ, ସରଳ ଓ କାର୍ଯ୍ୟକ୍ଷମ କରିବ । ଠିକାଦାରଙ୍କ ବାବଦରେ ସୂଚନା, ଲାଇସେନ୍ସ, କାର୍ଯ୍ୟଦକ୍ଷତା ସଂରକ୍ଷିତ ରହିବ । ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ ବିଭାଗ , ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟ ଏହି ବ୍ୟବସ୍ଥା ଆପଣାଇବେ । ଅନ୍ୟପଟେ ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା ଇନ୍ସପେକସନ ବଙ୍ଗଳା (IB) ଗୁଡ଼ିକର ବୁକିଂ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରାଯାଇଛି। ବୁଧବାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ…
PMAY Urban 2.0 ଫେଜରେ ଏବେ ବଡ଼ ନିୟମ ପରିବର୍ତ୍ତନ କରାଯାଇଛି।ଏବେ Eligibility Beneficiary Certificate ଅନିବାର୍ଯ୍ୟ କରାଯାଇଛି। ଏହା ପାଇଁ ଆବେଦକଙ୍କୁ PMAY ଅଫିସିଆଲ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ପରେ ନଗର ନିଗମ ଦ୍ୱାରା ଫିଜିକାଲ୍ ଭେରିଫିକେସନ୍ କରାଯିବ ଏବଂ ସବୁଠିକ୍ ଥିଲେ ୪ଟି କିସ୍ତିରେ ଟଙ୍କା ଦିଆଯିବ| ତେବେ ଏଥିପାଇଁ ଡକ୍ୟୁମେଣ୍ଟ ଆବଶ୍ୟକ ଅଟେ | ଯୋଗ୍ୟତା ପ୍ରମାଣ ପାଇଁ ୩୧ ଅଗଷ୍ଟ ୨୦୨୪ ପୂର୍ବର ବିଦ୍ୟୁତ କିମ୍ବା ପାଣି ବିଲ୍, ମ୍ୟୁନିସିପାଲ୍ ପ୍ରୋପର୍ଟି ଟ୍ୟାକ୍ସ ରସିଦ୍, ପୁରୁଣା ଭୋଟର ଲିଷ୍ଟରେ ନାମ ଥିବା ଜରୁରୀ । ତେବେ ସରକାର ଜିଓ-ଟ୍ୟାଗିଂ ଓ ସାଟେଲାଇଟ୍ ଇମେଜିଂ ମାଧ୍ୟମରେ ମଧ୍ୟ ଯାଞ୍ଚ କରୁଛନ୍ତି।ନୂଆ ନିୟମ ଅନୁସାରେ ୩୧ ଅଗଷ୍ଟ ୨୦୨୪ ପୂର୍ବରୁ ଯାହାଙ୍କ ନାମରେ ଜମି ରେଜିଷ୍ଟ୍ରି ଥିବ, ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ। ଏହି ତାରିଖ ପରେ ଜମି କିଣିଥିବା କିମ୍ବା ରେଜିଷ୍ଟ୍ରି କରାଇଥିବା ଲୋକଙ୍କୁ…
ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶାମ୍ଭବୀ ପାଠକ ମଧ୍ୟ ରହିଛନ୍ତି।ବିମାନର ମୁଖ୍ୟ ପାଇଲଟ୍ ସୁମିତ କପୁର ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ । କିନ୍ତୁ ତାଙ୍କ ସହିତ ଥିବା କ୍ୟାପ୍ଟେନ୍ ସମ୍ଭାବୀ ପାଠକ କହିଥିଲେ, ‘ଓଃ ସିଟ୍… ଓଃ ସିଟ୍’ । ଏହି ସୂଚନା ବାରମତିର ଏକ ଫ୍ଲାଇଂ ସ୍କୁଲର ଜଣେ ବ୍ୟକ୍ତି ଜାତୀୟ ଗଣମାଧ୍ୟମକୁ ଦେଇଛନ୍ତି ।ପ୍ରଥମ ଅବତରଣ ପ୍ରୟାସ ବିଫଳ ହୋଇଥିଲା । ସକାଳର କୁହୁଡ଼ି ଯୋଗୁଁ ଭିଜିବିଲିଟି ହ୍ରାସ ପାଇଥିଲା। ପାଇଲଟ୍ ବାରମତି ବିମାନବନ୍ଦରର ରନୱେ ୧୧ରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସେମାନେ ରନୱେ ଦେଖିପାରି ନଥିଲେ । ଦୁଇ ପାଇଲଟ୍ ବିମାନକୁ ପୁଣି ଉପରକୁ ନେଇ ଯାଇଥିଲେ । ପାଇଲଟ୍ ପୁଣି ଥରେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ ।ବିମାନଟି ଦ୍ୱିତୀୟ ଥର…
କମୁଛି ଶୀତ ବଢ଼ୁଛି ରାତି ତାପମାତ୍ରା । ଆସନ୍ତା ୩ ଦିନ ଭିତରେ ଆହୁରି ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବ । ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡି଼ ସହ କାକର ପଡି଼ବ । ଦିନର ତାପମାତ୍ରା ୩୧ ଡିଗ୍ରୀ ସହ ରାତି ତାପମାତ୍ରା ୧୭ ଡିଗ୍ରୀ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଗୁରୁବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଭଦ୍ରକ, ପୁରୀ, ଗଜପତି, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ସକାଳେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଭେଟିବେ ଭକ୍ତ ଦାସ । ଫେବୃଆରି ପ୍ରଥମ ସପ୍ତାହରେ ନବୀନଙ୍କୁ ଭେଟିବେ ଭକ୍ତ ଦାସ । ରାଜ୍ୟସଭା ସିଟ୍ ପାଇଁ ସମର୍ଥନ ମାଗିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।ଭକ୍ତ କହିଛନ୍ତି, ବିଜେଡି ବିରୋଧୀ ଦଳ, ଆମେ ବି ବିରୋଧୀ ଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ, ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ। ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ। ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତା’ହେଲେ ସପକ୍ଷରେ ଯିବୁ ବୋଲି ଭକ୍ତ କହିଛନ୍ତି।
କାଇ ଚଟଣୀ..ସାଧାରଣତଃ ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀ ଖାଦ୍ୟ ଭାବେ ପରିଚିତ । ଏବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟ ଆଉ ଏହି ଅଞ୍ଚଳରେ ସୀମିତ ହୋଇ ନାହିଁ । ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାର ଗୁମା ବ୍ଲକ ଅଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟ ପୀଢ଼ି ପୀଢ଼ି ଧରି କାଇ ଚଟଣୀକୁ ଏକ ପୁଷ୍ଟିକର ଖାଦ୍ୟ ଭାବେ ଖାଇ ଆସୁଛନ୍ତି । କାଇ ଚଟଣୀ ଏବେ ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ପରଷା ଯାଉଛି । ଏହି ଆଦିବାସୀ ଖାଦ୍ୟର ପୋଷକ ତତ୍ତ୍ୱ ପର୍ଯ୍ୟଟକ ଓ ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି । ଏପଟେ ଡାକ୍ତରଙ୍କ ମତରେ ଏହା ଜିଙ୍କ୍, କ୍ୟାଲସିୟମ୍ ଓ ଭିଟାମିନ୍–ସିରେ ପରିପୂର୍ଣ । ତେବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟକୁ ୨୦୨୪ରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (GI) ମାନ୍ୟତା ମିଳିଛି । ତେବେ ପାହାଡ଼ ଓ ଜଙ୍ଗଲ ଭିତରେ ବୁଲିବା ସମୟରେ ବିଭିନ୍ନ ଗଛରେ ଥିବା…
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୨ ତାରିଖ ଯାଏ ଆବେଦନ ଚାଲିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ବି ଫାର୍ମା, ନର୍ସିଂ (ବିଏସ୍ସି ନର୍ସିଂ, ପୋଷ୍ଟ ବିଏସ୍ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ,ଏ ଏମ୍ଏସ୍ସି ନର୍ସିଂ), ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି କ୍ୟାଟ୍, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ହେବ । ଏଥିସହ ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ବିଫାର୍ମା କୋର୍ସ ନାମଲେଖା ହେବ । ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ହେବ । ପରୀକ୍ଷା…