Author: madhulekha

ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର। କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। କିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ସୋମବାର ବସିଥିବା ବୈଠକରେ ହୋଇଛି ନିଷ୍ପତି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରୀୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ନାଁ ଘୋଷଣା । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଯେଉଁଥିରେ ଦଳର ନା ରେଜିଷ୍ଟ୍ରେସନ ନେଇ ମତାମତ ନିଆ ଯାଇଥିଲା ।ଗତ କିଛି ମାସ ଧରି ମହମ୍ମଦ ମୋକିମ ସାରା ଓଡ଼ିଶା ଗ୍ରସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଥିଲେ। ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶାଳ ଯୁବ ସମାବେଶ…

Read More

ଆଜି ଅର୍ଥାତ୍ ୨୭ ଜାନୁଆରୀ ୨୦୨୬, ମଙ୍ଗଳବାର ଦିନ ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ୫-ଡେ ବ୍ୟାଙ୍କିଙ୍ଗ୍ ଏବଂ ପେନସନ୍ ସଂସ୍କାର ଭଳି ବିଭିନ୍ନ ଦାବିକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ କାମ ବାଧାପ୍ରାପ୍ତ ହୋଇପାରେ। ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିଲା । ରାଷ୍ଟ୍ରାୟତ୍ତ ବ୍ୟାଙ୍କ (Public Sector Banks): ଏହି ଧର୍ମଘଟର ସର୍ବାଧିକ ପ୍ରଭାବ SBI, ବ୍ୟାଙ୍କ ଅଫ୍ ବରୋଦା (BoB), କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଏବଂ ୟୁନିୟନ ବ୍ୟାଙ୍କ ଭଳି ସରକାରୀ ବ୍ୟାଙ୍କ ଗୁଡ଼ିକ ଉପରେ ପଡ଼ିବ। ଏହି ବ୍ୟାଙ୍କ ଗୁଡ଼ିକର କର୍ମଚାରୀମାନେ ଧର୍ମଘଟରେ ସାମିଲ ହେଉଛନ୍ତି। ଘରୋଇ ବ୍ୟାଙ୍କ (Private Banks): HDFC,…

Read More

ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ । କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନର୍ସଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ନିପା ଭାଇରସ୍ ଏକ ବିପଜ୍ଜନକ ଭାଇରସ୍ ଯାହା ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ଏଥିରେ ମୃତ୍ୟୁ ହେବାର ଆଶଙ୍କା ୪୦% ରୁ ୭୫% ପର୍ଯ୍ୟନ୍ତ ରହିଥାଏ ।ଏହାର କୌଣସି ନିର୍ଦ୍ଦିଷ୍ଟ ଟିକା ବା ଔଷଧ ଏପର୍ଯ୍ୟନ୍ତ ବାହାରି ନଥିବାରୁ ଆକ୍ରାନ୍ତଙ୍କ ପାଇଁ ବିପଜ୍ଜନକ । ଭାଇରସ୍ ସଂସ୍ପର୍ଶରେ ଆସିବାର ୪ ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଦିଏ । ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଏବଂ ଗଳା କୁଣ୍ଡେଇ ହେବା ଭଳି ପ୍ରାଥମିକ ଲକ୍ଷଣ ଦେଖାଯାଏ । ପରେ ନିଶ୍ୱାସ ନେବାରେ କଷ୍ଟ, ମୁଣ୍ଡ ବୁଲାଇବା, ମାନସିକ…

Read More

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ହଦଗଡ଼ ପଞ୍ଚାୟତ ହରଡବାଡ଼ି ଗ୍ରାମରେ ପରକୀୟା ପ୍ରୀତିରୁ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ଉଭୟେ ହାରିଲେ ଜୀବନ। ଗ୍ରାମର ବାଗରାଇ ହାଂସଦା ପୂର୍ବରୁ ବିବାହିତ ଥିବା ବେଳେ ଗତ ୧୫ଦିନ ତଳେ ମନୋହରପୁର ଗ୍ରାମର ରାଇମଣି ସୋରେନ ନାମକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବାପ ଘରେ ଥିବା ପ୍ରଥମ ପତ୍ନୀ ଘରକୁ ଫେରିବା ପରେ ଉଭୟଙ୍କ ଭିତରେ ମନୋ ମାଳିନ୍ୟ ହୋଇଥିଲା । ଏହାକୁ ନେଇ ଗ୍ରାମରେ ସଭା ହୋଇ ମିଳିମିଶି ଚଳିବା ପାଇଁ ଗାଁ ଲୋକେ ପରାମର୍ଶ ଦେଇଥିଲେ । କିନ୍ତୁ କିଛି ସମୟ ପରେ ଉଭୟ ବାଗରାଇ ଓ ଦ୍ୱିତୀୟ ପତ୍ନୀ ରାଇମଣି ନିକଟସ୍ଥ ଏକ ଗଛରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ ବୋଲି ଶୁଣିବାକୁ ମିଳିଛି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ।

Read More

ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ ବାପା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲା ବାଂଶଡା ଥାନା ଚଡଦିଆରୁ। ସୂଚନାମୁତାବକ ଚଡଦିଆ ଗାଁର ଲମ୍ବଧର ତରାଇଙ୍କ ଝିଅ ଚୋରା ମଦ ବିକ୍ରି କରୁଥିବା ମହିଳାମାନେ ଖବର ପାଇଥିଲେ । ପ୍ରଥମେ ମହିଳା ମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡ଼େଇ ଭାଙ୍ଗିଥିଲେ । ପରେ ଲମ୍ବଧର ତରାଇଙ୍କ ଘରକୁ ଯାଇ ମାଡ଼ପିଟ କରିବା ସହ ଝିଅକୁ ବିଚ୍ ରାସ୍ତାରେ ଚଲାଇ ଚଳାଇ ଆଣି ମାର୍କେଟ ମଝିରେ ଛିଡା କରି ଜରିମାନା ବାବଦକୁ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ମଦ ବିକ୍ରି କରୁଥିବା ମହିଳା ଏବଂ ତାଙ୍କ ବାପା ଭୁଲ ମାଗିବା ପରେ ମଧ୍ୟ ସେମାନଙ୍କୁ ଛାଡ଼ିନଥିଲେ ଉତ୍ୟକ୍ତ ମହିଳା । ଶେଷରେ ୩୦…

Read More

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥ ଫି ନିୟମ, ୨୦୦୮ରେ ସଂଶୋଧନ କରିଛି। ଏହା ଅଧୀନରେ, ଯଦି ଏକ ଦୁଇ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ (ପକ୍କା ପାର୍ଶ୍ୱ ରାସ୍ତା ସମେତ) ଚାରି ଲେନ୍ କିମ୍ବା ତା’ଠାରୁ ଅଧିକକୁ ପ୍ରଶସ୍ତ କରାଯାଉଛି, ତେବେ ଗାଡ଼ି ଚାଳକଙ୍କଠାରୁ ସମ୍ପୂର୍ଣ୍ଣ ଟୋଲ୍ ଟିକସ ନିଆଯିବ ନାହିଁ । ନିର୍ମାଣ ଆରମ୍ଭରୁ ପ୍ରକଳ୍ପ ସରିବା ପର୍ଯ୍ୟନ୍ତ, ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ଟୋଲର କେବଳ ୩୦ ପ୍ରତିଶତ ଦେବାକୁ ପଡିବ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ୭୦ ପ୍ରତିଶତ ରିହାତି।ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂଆ ବର୍ଷରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେଉଛି। ଏହି ନିୟମ କେବଳ ନୂଆ ପ୍ରକଳ୍ପ ପାଇଁ ସୀମିତ ରହିବ ନାହିଁ, ବରଂ ସମସ୍ତ ଜାତୀୟ ରାଜପଥରେ ମଧ୍ୟ ଲାଗୁ ହେବ ଯେଉଁଠାରେ ଦୁଇ ଲେନ୍ ରାସ୍ତାକୁ ଚାରି ଲେନ୍ କିମ୍ବା ତଦୁର୍ଦ୍ଧ୍ୱ ଲେନ୍‌ରେ ପରିଣତ କରାଯାଉଛି।

Read More

ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ କଲା ପୋଲିସ । ୧୦ ବର୍ଷ ଧରି ଜଣେ ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି ।୪୧ ବର୍ଷୀୟ ମହିଳା ଜଣକଙ୍କ ମାଲାଓ୍ବାନୀ ପୋଲିସ ଷ୍ଟେସେନରେ ଅଭିଯୋଗ କରିବା ପରେ ନଦୀମ ଗିରଫ ହୋଇଛନ୍ତି ।ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁସାରେ, ୧୦ ବର୍ଷ ହେବ ନଦୀମ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ସେ ତାଙ୍କ ଘରେ ଘରୋଇ କର୍ମଚାରୀ ଭାବେ କାମ କରୁଥିଲେ କିନ୍ତୁ ବାହା ହେବାକୁ କହି ଦୀର୍ଘଦିନ ସମ୍ପର୍କ ରଖିବା ପରେ ଏବେ ଠକି ଦେଇଥିବା ଅଭିଯୋଗ ଆଣିଥିଲେ । ଏହାସହ ସେ ତାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

Read More

ରାଜ୍ୟର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ଅଞ୍ଚଳ‌ରେ ଥଣ୍ଡାର ପ୍ରକୋପ ବହୁ ମାତ୍ରାରେ ଜାରି ରହିଛି । ହେଲେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ବଢ଼ିଛି । ଆସନ୍ତାକାଲି ସକାଳୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ।ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି ।ତେବେ ଆଗକୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଥିବାବେଳେ, ସୋମବାର ଠାରୁ ଶୀତ ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ।

Read More

ବାଲିଘର ହାତୀ ମୃତ୍ୟୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ସୁରକ୍ଷା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଛନ୍ତି, ଘଟଣାକୁ ନେଇ ତତ୍ପର ରହିଛି ବନ ବିଭାଗ। ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ। କାହାରିକୁ ଛଡା ଯିବନି ବୋଲି କହିଥିଲେ।ସୂଚନାଯୋଗ୍ୟ ଗତକାଲି ଏହି ଘଟଣାରେ ବ୍ରହ୍ମପୁର ଆରସିସିଏଫ କହିଥିଲେ ଯେ ହାତୀକୁ ୩୨ ଖଣ୍ଡ କଟାଯାଇଥିଲା । ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା । ବିଭାଗ ଆକ୍ସନ ନେବା ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର । ହାତୀକୁ କାଟିବାରେ ସାମିଲ ୮ ଜଣ ସ୍କ୍ୱାଡ୍‌ଙ୍କୁ ୩୫୩ରେ ନୋଟିସ୍ ହୋଇଛି । ନିଲମ୍ବିତ…

Read More

ପୁରୀ ସର୍ବୋଦୟ ନଗରର ମୃତ୍ୟୁଞ୍ଜୟ ତ୍ରିପାଠୀ ଏଭଳି ସାଇବର ଠକାମୀର ଶିକାର ହୋଇଛନ୍ତି । ତାଙ୍କ ମୋବାଇଲକୁ ହ୍ବାଟ୍ସଆପ୍ ଯୋଗେ ଏକ ମେସେଜ ଆସିଥିଲା । ମେସେଜ ଯୋଗେ ଆସିଥିବା ଆପ୍ ଖୋଲିବାରୁ ତାଙ୍କ ଫୋନ୍ ଓ ବ୍ୟାଙ୍କର ସମସ୍ତ ବିବରଣୀ ସାଇବର ଠକ ପାଖକୁ ପଳାଇଥିଲା । ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧,୬୨,୦୦୦ ଟଙ୍କା ଗାଏବ ହୋଇଯାଇଥିଲା । ଏନେଇ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପ ଲାଇନ ୧୯୩୦ ରେ ଅଭିଯୋଗ କରିବା ସହ ସାଇବର ଥାନାରେ ଅଭିଯୋଗ କରିଥିଲେ ମୃତ୍ୟୁଞ୍ଜୟ । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସମୟରେ ବଲାଙ୍ଗୀର କଣ୍ଟାବାଞ୍ଜିର କାର୍ତ୍ତିକ ହାତୀ ତାର ଜଣେ ସହଯୋଗୀ ସହ ଏହି ସାଇବର ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରାଯିବା ସହ ତା ଠାରୁ ଏକ ମୋବାଇଲ ଫୋନ୍…

Read More