ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ । ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଆଖି ବୁଜିଲେ ଅଭିଜିତ୍। ତେବେ ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ୍ ଲୋକପ୍ରିୟ ହୋଇଥିଲା । ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସୁଚନା ମୁତାବକ ୫୪ ବର୍ଷୀୟ ଅଭିଜିତ ମଜୁମଦାର ଗୁରୁତର ଅସୁସ୍ଥତା କାରଣରୁ ୪ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ‘ଅସମୋଟିକ୍ ଡିମାୟେଲିନେସନ୍ ସିଣ୍ଡ୍ରୋମ୍’ ନାମକ ଏକ ମାରାତ୍ମକ ମସ୍ତିଷ୍କ ରୋଗ ହୋଇଥିଲା । ଶରୀରରେ ଲୁଣ ବା ଇଲେକ୍ଟ୍ରୋଲାଇଟ୍ ର ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୁଏ । ଏହା ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ , ରକ୍ତରେ ସଂକ୍ରମଣ ଏବଂ ପୁରୁଣା ଲିଭର ରୋଗ ମଧ୍ୟ ଥିଲା ।
