କମୁଛି ଶୀତ ବଢ଼ୁଛି ରାତି ତାପମାତ୍ରା । ଆସନ୍ତା ୩ ଦିନ ଭିତରେ ଆହୁରି ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବ । ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡି଼ ସହ କାକର ପଡି଼ବ । ଦିନର ତାପମାତ୍ରା ୩୧ ଡିଗ୍ରୀ ସହ ରାତି ତାପମାତ୍ରା ୧୭ ଡିଗ୍ରୀ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଗୁରୁବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଭଦ୍ରକ, ପୁରୀ, ଗଜପତି, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ସକାଳେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Author: madhulekha
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଭେଟିବେ ଭକ୍ତ ଦାସ । ଫେବୃଆରି ପ୍ରଥମ ସପ୍ତାହରେ ନବୀନଙ୍କୁ ଭେଟିବେ ଭକ୍ତ ଦାସ । ରାଜ୍ୟସଭା ସିଟ୍ ପାଇଁ ସମର୍ଥନ ମାଗିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।ଭକ୍ତ କହିଛନ୍ତି, ବିଜେଡି ବିରୋଧୀ ଦଳ, ଆମେ ବି ବିରୋଧୀ ଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ, ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ। ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ। ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତା’ହେଲେ ସପକ୍ଷରେ ଯିବୁ ବୋଲି ଭକ୍ତ କହିଛନ୍ତି।
କାଇ ଚଟଣୀ..ସାଧାରଣତଃ ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀ ଖାଦ୍ୟ ଭାବେ ପରିଚିତ । ଏବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟ ଆଉ ଏହି ଅଞ୍ଚଳରେ ସୀମିତ ହୋଇ ନାହିଁ । ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାର ଗୁମା ବ୍ଲକ ଅଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟ ପୀଢ଼ି ପୀଢ଼ି ଧରି କାଇ ଚଟଣୀକୁ ଏକ ପୁଷ୍ଟିକର ଖାଦ୍ୟ ଭାବେ ଖାଇ ଆସୁଛନ୍ତି । କାଇ ଚଟଣୀ ଏବେ ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ପରଷା ଯାଉଛି । ଏହି ଆଦିବାସୀ ଖାଦ୍ୟର ପୋଷକ ତତ୍ତ୍ୱ ପର୍ଯ୍ୟଟକ ଓ ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି । ଏପଟେ ଡାକ୍ତରଙ୍କ ମତରେ ଏହା ଜିଙ୍କ୍, କ୍ୟାଲସିୟମ୍ ଓ ଭିଟାମିନ୍–ସିରେ ପରିପୂର୍ଣ । ତେବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟକୁ ୨୦୨୪ରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (GI) ମାନ୍ୟତା ମିଳିଛି । ତେବେ ପାହାଡ଼ ଓ ଜଙ୍ଗଲ ଭିତରେ ବୁଲିବା ସମୟରେ ବିଭିନ୍ନ ଗଛରେ ଥିବା…
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୨ ତାରିଖ ଯାଏ ଆବେଦନ ଚାଲିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ବି ଫାର୍ମା, ନର୍ସିଂ (ବିଏସ୍ସି ନର୍ସିଂ, ପୋଷ୍ଟ ବିଏସ୍ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ,ଏ ଏମ୍ଏସ୍ସି ନର୍ସିଂ), ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି କ୍ୟାଟ୍, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ହେବ । ଏଥିସହ ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ବିଫାର୍ମା କୋର୍ସ ନାମଲେଖା ହେବ । ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ହେବ । ପରୀକ୍ଷା…
ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସିଟ୍ କଟକଣା ଲଗାଇଲା କମିଶନରେଟ୍ ପୋଲିସ୍। ଏଥର ଯାତ୍ରା ପେଣ୍ଡାଲରେ ୧୮ଶହ ସିଟ୍ ପକାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗୋଟିଏ ଲାଇନରୁ ଆଉ ଗୋଟିଏ ଲାଇନ୍ ୩ ଫୁଟ୍ ଫାଙ୍କା ରହିବ। ତାସହ ପେଣ୍ଡାଲ୍ ଭିତରକୁ ଚଉଡା ରାସ୍ତା ରହିବ। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭ତାରିଖ ଯାଏ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫେବୃଆରୀ ମାସର ବ୍ୟାଙ୍କ ଛୁଟିର ସମ୍ପୂର୍ଣ୍ଣ ତାଲିକା ଘୋଷଣା କରିଛି। ଏଥିରେ ସାପ୍ତାହିକ ଛୁଟି, ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରାଜ୍ୟ ପର୍ବପର୍ବାଣୀ ପାଇଁ ଛୁଟି ଅନ୍ତର୍ଭୁକ୍ତ। ଫେବୃଆରୀ ୨୦୨୬ର ବ୍ୟାଙ୍କ ଛୁଟିର ତାଲିକା ଏହି ତାରିଖଗୁଡ଼ିକରେ ସାରା ଭାରତରେ ସମସ୍ତ ସରକାରୀ ଏବଂ ଘରୋଇ କ୍ଷେତ୍ରର ବ୍ୟାଙ୍କ ଶାଖା ବନ୍ଦ ରହିବ। ରାଜ୍ୟ ଅନୁଯାୟୀ ବ୍ୟାଙ୍କ ଛୁଟି ତାଲିକା ଫେବୃଆରୀ ୧୫ – ମହାଶିବରାତ୍ରି ଅବସରରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯେହେତୁ ୨୦୨୬ ମସିହାରେ ମହାଶିବରାତ୍ରି ରବିବାର ଦିନ ପଡୁଛି, ତେଣୁ ସାପ୍ତାହିକ ଛୁଟି ଯୋଗୁଁ ଏହି ଦିନ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ।୧୮ ଫେବୃଆରୀ – ତିବ୍ଦତୀୟ ନବବର୍ଷ ପାଳନ ଯୋଗୁଁ ସିକିମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ଫେବୃଆରୀ ୧୯ – ଛତ୍ରପତି ଶିବାଜୀ…
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ ଘରୋଇ କମ୍ପାନୀର ଏକ ଚାର୍ଟର୍ଡ ବିମାନରେ ବାରାମତି ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।ପ୍ରାଥମିକ ସୂଚନା ଅନୁସାରେ, ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଅଜିତ୍ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଦୁର୍ଘଟଣାରେ ମୃତ୍ୟୁର କେଇ ମିନିଟ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଅଜିତ୍ । ଏଥିରେ ସେ ସ୍ବତନ୍ତ୍ରତା ସେନାନୀର ପୁରୋଧା ଲାଲା ଲାଜପତ୍ ରାୟଙ୍କ ଜୟନ୍ତିରେ ତାଙ୍କୁ ମନେପକାଇ ଲେଖିଛନ୍ତି, ’ ମହାନ୍ ସ୍ବତନ୍ତ୍ରତା ସେନାନୀ ସ୍ବରାଜ୍ୟ ପ୍ରଚାରକ, ’ପଞ୍ଜାବ କେସରୀ’ ଲାଲା ଲାଜପତ୍ ରାୟଙ୍କୁ ତାଙ୍କ ଜନ୍ମ ଜୟନ୍ତିରେ ବିନମ୍ର ଶ୍ରଦ୍ଧାଞ୍ଜଳି, ଯିଏ ଦେଶର ସ୍ବାଧୀନତା ପାଇଁ…
ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ଅରିଜିତ ସିଂ । ନିଜ ନିଆରା କଣ୍ଠସ୍ୱରରେ ସେ କରନ୍ତି ମତୁଆଲା । ସଂଗୀତର ସୁମଧୁର ସ୍ୱରରେ ସେ ଭରିପାରନ୍ତି ରଙ୍ଗୀନ୍ ରୋମାନ୍ସ । ଦୁଃଖର ସ୍ୱରରେ ବିଚ୍ଛେଦର ଜ୍ୱାଳାକୁ ବଢ଼ାଇପାରନ୍ତି । ଆଖିରେ ଆଣନ୍ତି ‘ଲୁହର ଶ୍ରାବଣ’ । ବର୍ଷର ପ୍ରଥମ ମାସରେ ହିଁ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଅରିଜିତ୍ ସିଂ । ସେ ବଲିଉଡରେ ପ୍ଲେ-ବ୍ୟାକ୍ ସିଙ୍ଗିଙ୍ଗ୍ ବା ଫିଲ୍ମ ପାଇଁ ଗୀତ ଗାଇବାକୁ ନୂଆ ପ୍ରୋଜେକ୍ଟ ନେବେ ନାହିଁ । ନିଜ ସୋସିଆଲ ମିଡିଆ ସାଇଟ୍ରେ ପୋଷ୍ଟ କରି ସେ ଏହି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ବର୍ତ୍ତମାନ ସମୟରେ ଅନେକ “ବଲିଉଡକୁ ଅଲବିଦା” ବୋଲି କହୁଛନ୍ତି ।ତେବେ ଅରିଜିତ୍ କୌଣସି କାରଣ ସ୍ପଷ୍ଟ କରି କହିନାହାନ୍ତି କିନ୍ତୁ ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଭଳି ଲାଗୁଛି । ନୂଆ ଫିଲ୍ମ ଗୀତ ଗାଇବେ ନାହିଁ ।…
ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା । ଅଜିତ ପାୱାରଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା । ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ ଦୁର୍ଘଟଣା ।ରିପୋର୍ଟ ଅନୁସାରେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ଏଥିରେ ଅନ୍ୟ ୬ ଜଣ ଥିଲେ। ସେ ବାରାମତିରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ।ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଅଜିତ ପାୱାର ମହାରାଷ୍ଟ୍ରର ଜଣେ ପ୍ରମୁଖ ରାଜନେତା। ତାଙ୍କର ପୂର୍ଣ୍ଣ ନାମ ଅଜିତ ଅନନ୍ତରାଓ ପାୱାର ଏବଂ ସେ ରାଷ୍ଟ୍ରବାଦୀ…
ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନଁାରେ ଲୁଟ୍ କରିବାରେ ଲାଗିପଡ଼ିଛି। ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ପାଇଁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇଛି କଂଗ୍ରେସ । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଏହାକୁ ସମର୍ଥନ ଜଣାଇବାକୁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଜେଡି ମଧ୍ୟ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛି । ବନ୍ଦ ପାଳନ ବେଳେ ଦୋକାନ ବଜାର ସହ ସ୍କୁଲ କଲେଜ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି ନବ ନିର୍ମାଣ କୃଷକ…