ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର। କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। କିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ସୋମବାର ବସିଥିବା ବୈଠକରେ ହୋଇଛି ନିଷ୍ପତି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରୀୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ନାଁ ଘୋଷଣା । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଯେଉଁଥିରେ ଦଳର ନା ରେଜିଷ୍ଟ୍ରେସନ ନେଇ ମତାମତ ନିଆ ଯାଇଥିଲା ।ଗତ କିଛି ମାସ ଧରି ମହମ୍ମଦ ମୋକିମ ସାରା ଓଡ଼ିଶା ଗ୍ରସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଥିଲେ। ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶାଳ ଯୁବ ସମାବେଶ ତାଙ୍କ ଶକ୍ତି ପ୍ରଦର୍ଶନର ଏକ ଝଲକ ଥିଲା।
ଓଡ଼ିଶା ରାଜନୀତିରେ ମୋକିମଙ୍କ ନୂଆ ଦଳର ନାଁ ହେବ ‘ଓଡ଼ିଶା ଜନତା କଂଗ୍ରେସ’
By madhulekha1 Min Read
