ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ । ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ । ଲାଇସେନ୍ସ ବାତିଲ ନେଇ ବିଏମସିର ଚେତାବନୀ । ଏନେଇ ବିଏମ୍ସିର ସାଧାରଣ ପରିଷଦ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଗକୁ ବିଏମ୍ସି ପକ୍ଷରୁ ଜୋରଦାର ହେବ ଗୁଟଖା ଏନଫୋର୍ସମେଣ୍ଟ ।ବୁଧବାର ଭୁବନେଶ୍ୱର ମହାନଗର ନିଗମ (BMC)ର ୩୮ ତମ ସାଧାରଣ ପରିଷଦ ଓ ସ୍ୱତନ୍ତ୍ର ଚିଠା ବଜେଟ୍ ଉପସ୍ଥାପନ ବୈଠକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଏମସି ମେୟର ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମସି ସାଧାରଣ ବରିଷଦ ବୈଠକରେ ଏନେଇ ନିଷ୍ପତ୍ତି ।ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି। ଏହା ଛଡ଼ା ବିଏମସି ଅଞ୍ଚଳରେ ଗୁଟଖା ହୋର୍ଡିଂ ବାହାର କରିବାକୁ ନିଷ୍ପତ୍ତି ହୋଇଛି। ଏହା ଛଡ଼ା ଆଜି ହଜାରେ ୫୦ କୋଟି ଟଙ୍କାର ଏକ ଡ୍ରାଫ୍ଟ ବିଲ ମଧ୍ୟ କର୍ପୋରେସନରେ ଆଗତ ହୋଇଛି। ବିଏମସି ନିଜ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ୩୦୦ କୋଟି ଟଙ୍କା ଆଦାୟ କରିବାକୁ ବିଏମସିର ନିଷ୍ପତି ହୋଇଛି।
ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ
By madhulekha1 Min Read
