Author: madhulekha

ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା ।ପୁରୀଘାଟ ଥାନାରେ ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିଲେ। ଆବେଦନ ଖାରଜ ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବେ ଅନୁଭବ।

Read More

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ତଡୁଆ ବାହାଲରେ ଦୁର୍ଘଟଣା । ୫୨୦ ଜାତୀୟ ରାଜପଥ ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହେଲା ଟ୍ରକ ଡ୍ରାଇଭର । ଭାରସାମ୍ୟ ହରାଇ ବସଟି ଆଗରେ ଯାଇଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡିରେ ବସିଥିବା ଯାବାନ ଆହତ ହୋଇଛନ୍ତି । ୧୦ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ସୂଚନାମୁତାବକ ୨୮ ଜଣ ଯବାନଙ୍କୁ ଙ୍କୁ ନେଇ ଏହି ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଘଟଣା । ଆଜି ସକାଳୁ ଏକ ବସରେ ୨୮ ଜଣ ଯବାନଙ୍କୁ ନେଇ ଏହି ବସଟି ଗୁଆଲିରୁ ଘଟଗାଁ ଯାଉଥିବାବେଳେ ଏହି ଦୁର୍ଘଟଣାର ଶିକାର…

Read More

କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ ପାଇଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୭୮,୮୫୦ ଥିଲା, ଯାହା ଆଜି ୧,୭୦,୬୨୦। ଏହା ୮,୨୩୦ ହ୍ରାସକୁ ପାଇଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୭୦,୬୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୬,୪୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୭୦,୬୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୫୬,୪୦୦ ଟଙ୍କାକୁ ପହଞ୍ଚିଛି ।ସୁନା ପରି, ଆଜି ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧ କିଲୋଗ୍ରାମ ରୂପାର ମୂଲ୍ୟ ୧୫,୦୦୦ ହ୍ରାସ ପାଇଛି। ଗତକାଲି ପ୍ରତି କିଲୋଗ୍ରାମ ରୁପାର ମୂଲ୍ୟ ୪,୧୦,୦୦୦ରେ ପହଞ୍ଚିଥିଲା, ଯାହା ବର୍ତ୍ତମାନ…

Read More

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଥିଲେ ଦେଶର ମହାନତମ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରୁ ଜଣେ। ଜଣେ ମହାନୁଭବ, କ୍ରାନ୍ତିକାରୀ ସମାଜ ସୁଧାରକ ବ୍ୟତୀତ ସେ ଜଣେ ଭଲ ବକ୍ତା ବି ଥିଲେ। ତାଙ୍କର ସିଦ୍ଧାନ୍ତଗୁଡ଼ିକ କେବଳ ଆଦର୍ଶବାଦୀ ଥିଲା ତାହା ନୁହେଁ ସେଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସେ ସକ୍ଷମ ହୋଇ ପାରୁଥିଲେ। ଅପରପକ୍ଷେ ବାପୁଙ୍କ ତିରୋଧାନ ଦିବସକୁ ପ୍ରତିବର୍ଷ ଶହୀଦ ଦିବସ ଭାବରେ ମଧ୍ୟ ପାଳନ କରାଯାଏ ।୧୯୪୮ ମସିହା ଜାନୁଆରୀ ୩୦ ତାରିଖ । ପ୍ରାର୍ଥନା ସଭାରେ ଟଳି ପଡ଼ିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ନାଥୁରାମ ଗଡ଼ସେଙ୍କ ଗୁଳିରେ ଜୀବନ ଚାଲି ଯାଇଥିଲା । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା…

Read More

ମାଲକାନଗିରି ଜିଲା ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ ଏନକାଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଟପ୍ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀ ହେଲେ ପ୍ରଦୀପ ଏବଂ ଭୀମା । ଉଭୟେ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ | ନିହତ ମାଓବାଦୀ ପ୍ରଦୀପ ଓରଫ ଜଗାର ମୁଣ୍ଡ ଉପରେ ପୁର୍ବରୁ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ଭୀମା ଭେକୋ ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।

Read More

ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଥିଲେ ସରକାର।ଏହାରି ଭିତରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ୨୧.୦୧.୨୦୨୬ ତାରିଖର ବିଜ୍ଞପ୍ତି ସଂଖ୍ୟା ୨୦୬୫ ଅନୁଯାୟୀ ଲାଗୁ କରାଯାଇଥିବା ନିଷେଧାଦେଶ ଅଧୀନରେ ଆସୁନାହିଁ । ପ୍ରତିବନ୍ଧକ କେବଳ ତମାଖୁ ବା ନିକୋଟିନ୍ ମିଶ୍ରିତ ପାନ ମସଲା ପାଇଁ ଲାଗୁ ହେବ । ସାଧାରଣ (ତମାଖୁ ବିହୀନ) ପାନ ମସଲା ଉପରେ ଏହି ନିଷେଧାଦେଶ ଲାଗୁ ହେବ ନାହିଁ । CT, GST ଏବଂ ଅର୍ଥ ବିଭାଗକୁ ଚିଠି ଲେଖାଯାଇଛି ।

Read More

ସେଲୁନ ମାଲିକର ସାଇବର ଠକେଇ ନେଟୱର୍କ । ଅସଲି ଟ୍ରେଡ କମ୍ପାନୀର ନକଲି ଆପ୍ ତିଆରି କରି ଠକିଥିଲେ ୯୪ଲକ୍ଷ ଟଙ୍କା । ଅଢ଼େଇ କୋଟିର ଲୋଭ ଦେଖାଇ ଠକେଇ କରି ଧରାପଡିଲେ ୩ଜଣ । ଦେବଗଡ଼ରୁ ସେଲୁନ ମାଲିକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଏମାନେ ଗତ ଡିସେମ୍ବର ମାସରେ ନକଲି ଟ୍ରେଡ ଆପ କରି ନିବେଶକଙ୍କୁ ଆକୃଷ୍ଟ କରିଥିଲେ । ଡିସେମ୍ବର ୫ରେ ଡିଜିଟାଲ ଇନଭେଷ୍ଟମେଣ୍ଟର ଲୋଭ ଦେଖାଇ ୯୪ଲକ୍ଷ ଠକି ନେଇଥିଲେ । ଗିରଫ ହୋଇଥିବା ଏହି ତିନି ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିଥିଲା । ଏମାନଙ୍କୁ ଗିରଫ କରିବା ସହ ଆକାଉଣ୍ଟକୁ ସିଜ୍ କରିଛି ସାଇବର ଥାନା ପୋଲିସ ।

Read More

ସର୍ବୋଚ୍ଚ ଅଦାଲତ ୟୁଜିସିର ନୂତନ ନିୟମାବଳୀ-୨୦୨୬ କାର୍ଯ୍ୟକାରୀ କରିବାକୁ ସ୍ଥଗିତ ରଖିଛନ୍ତି । ଏହା କେବଳ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ସଂରକ୍ଷଣର ଲାଭ ପ୍ରଦାନ କରୁଥିବା ବେଳେ ସାଧାରଣ କିମ୍ବା ଉଚ୍ଚ ଜାତିକୁ ସମାନ ସୁରକ୍ଷା ପ୍ରଦାନ ନକରି ପକ୍ଷପାତମୂଳକ ବୋଲି ଅଭିଯୋଗ କରାଯାଇଛି ।ୟୁଜିସିର ନୂଆ ନିୟମକୁ ଚାରିଆଡ଼ୁ ବିରୋଧ କରାଯାଇଥିଲା। ଗତ ଜାନୁଆରି ୧୩ରେ ୟୁଜିସିର ବିଜ୍ଞପ୍ତି ପ୍ରକାଶ ପରେ ନୂଆ ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଗତ ବିଭେଦ ବଢ଼ିବା ଆଶଙ୍କା କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ରାସ୍ତାକୁ ଓହ୍ଲାଇଥିଲେ। ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ସର୍ବୋଚ୍ଚ ଅଦାଲତ ଆଜି ମଧ୍ୟବର୍ତ୍ତୀ ରାୟ ଦେଇ ନିୟମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

Read More

ବିରଳ କୃଷ୍ଣସାର ମୃଗ ଗଣନା ଜାରି । ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳ ବିରଳ କୃଷ୍ଣସାର ମୃଗଙ୍କ ଗଣନା କରାଯାଉଛି ।ବିଭାଗୀୟ କର୍ମଚାରୀଙ୍କଠୁ ଆରମ୍ଭ କରି ସ୍ବେଛାସେବୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ଗଣନା କାର୍ଯ୍ୟରେ ସାମିଲ୍ ହୋଇଛନ୍ତି ।୨୦୧୧ ଏହି ଅଞ୍ଚଳର ଏହି ବିରଳ କୃଷ୍ଣ ସାର ମୃଗ ଗଣନା କାର୍ୟ୍ୟ ଆରମ୍ଭ ହୋଇଥିଲା । ପୂର୍ବ ଦୁଇ ବର୍ଷକୁ ଥରେ ଏହାର ଗଣନା କରାଯାଉଥିବା ବେଳେ ଏବେ ବିଗତ ବର୍ଷ ଠାରୁ ବର୍ଷକୁ ବର୍ଷକ ଏହାର ଗଣନା କରାଯାଉଛି । ପ୍ରତି ବର୍ଷ ଏହି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଛି । ସେହି କ୍ରମରେ ଆଜି ଏଠାରେ ମୃଗ ଗଣନା କାର୍ୟ୍ୟ ଚାଲିଛି ।

Read More

ମୁସଲିମ ମହିଳାଙ୍କ ଝୋଟି ପ୍ରୀତି । ରାସ୍ତାରେ ଆଙ୍କି ଦେଲେ ମା’ ଲକ୍ଷ୍ମୀଙ୍କ ଝୋଟି ।ବାଲେଶ୍ୱରର ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ଆଜି(ଗୁରୁବାର) ଆୟୋଜିତ ହୋଇଛି ଝୋଟି ମହୋତ୍ସବ । ସେ ପୁଣି କେଉଁ ଘରେ କିମ୍ବା କାନ୍ଥରେ ନୁହେଁ ବରଂ ସହରର ଓଟି ରୋଡ଼ରେ ପ୍ରାୟ ଏକ କିଲୋମିଟର ଯାଏ ଯୁବତୀ ଓ ମହିଳା ମାନଙ୍କ ମଧ୍ୟରେ ଝୋଟି ଅଙ୍କନ ପ୍ରତିଯୋଗିତା କରାଯାଇଛି । ଯେଉଁଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଏହାରି ଭିତରେ ଜଣେ ଏମିତି ପ୍ରତିଯୋଗୀ ବାରିପଦାରୁ ଆସି ଭାଗ ନେଇଥିଲେ ଯିଏ କି ଓଡ଼ିଆ ପର୍ବ ପର୍ବାଣୀ ବିଷୟରେ ଅଜ୍ଞ କିନ୍ତୁ ମା’ ଲକ୍ଷ୍ମୀଙ୍କ ବିଷୟରେ ତାଙ୍କର ବେଶ ଜ୍ଞାନ ରହିଛି । ସେ ଜଣେ ମୁସଲିମ ମହିଳା ହୋଇଥିବା ବେଳେ ତାଙ୍କ ନାଁ ଚାନ୍ଦିନୀ ଖାତୁନ । ଝୋଟି ପ୍ରତିଯୋଗିତାରେ ଭାଗ ନେଇ ମହାଲକ୍ଷ୍ମୀଙ୍କ ଚିତ୍ର ଝୋଟିରେ…

Read More