ଓଡ଼ିଶାରେ ୫ଟଙ୍କିଆ ଡାଲମା ଭାତ ପରି ପଶ୍ଚିମବଙ୍ଗରେ ବି ୫ ଟଙ୍କିଆ ମିଲ୍ ମିଳୁଥିଲା। ହେଲେ ଏବେ ସେଥିରେ ମାଛ ବି ମିଳିବ।ଏଥିପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ପ୍ରାୟ ୪୦୦ଟି ସ୍ପେଶାଲ କ୍ୟାଣ୍ଟିନ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି।ଏହି ସ୍ପେଶାଲ କ୍ୟାଣ୍ଟିନଗୁଡ଼ିକ ଜରିଆରେ ବିଶେଷ କରି ଶ୍ରମିକ, ଦିନମଜୁରିଆ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିବେ। ପଶ୍ଚିମବଙ୍ଗରେ ମାଛ ଏବଂ ଭାତ ମୁଖ୍ୟ ଖାଦ୍ୟ ହୋଇଥିବାରୁ, ସରକାରଙ୍କ ଏହି ସୁଲଭ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମ୍ସିର ଅଭିଯୋଗରେ ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି। କାରଣ ନିର୍ବାଚନ ସମୟରେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନେ ପ୍ରଚାର କରିଥିଲେ ଯେ ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ। ଫଳରେ ବଙ୍ଗାଳୀମାନେ ତାଙ୍କର ପ୍ରିୟ କାଦ୍ୟ ଖାଇବାରେ ବଞ୍ଚିତ ହେବେ।ତେବେ ବିଜେପି ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଥିଲା ଏବଂ ପ୍ରତିଶ୍ରୁତି ଦେଇଥିଲା ଯେ ଦଳ କ୍ଷମତାକୁ ଆସିଲେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ।
ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ
By madhulekha1 Min Read
