Author: madhulekha

ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଗତ କିଛି ମାସ ଧରି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ୨୦୨୫ ମସିହାରେ ସେ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ଛାଡପତ୍ର ଦେଇଥିଲେ । ସେମାନଙ୍କର ବିବାହ ପାଞ୍ଚ ବର୍ଷରୁ କମ୍ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ସେମାନଙ୍କର ଛାଡପତ୍ର ମଧ୍ୟ ହୋଇଥିଲା । ନିକଟରେ, ୟୁଜଭେନ୍ଦ୍ର ଚହଲଙ୍କୁ ବିଗ୍ ବସ୍ ୧୩ ଫେମ୍ ଶେଫାଲି ବାଗାଙ୍କ ସହ ଦେଖିବାକୁ ମିଳିଥିଲା । ଚହଲଙ୍କୁ ଶେଫାଲିଙ୍କ ସହିତ ଦେଖିବା ପରେ, ସେମାନଙ୍କ ନାମ ଯୋଡା ହେବା ଆରମ୍ଭ ହୋଇଥିଲା, ଏବଂ ଲୋକମାନେ ଅନୁମାନ କରିବା ଆରମ୍ଭ କରିଥିଲେ ଯେ ସେମାନେ ଡେଟ୍ କରୁଛନ୍ତି । ଏହି ସମୟରେ, ଧନଶ୍ରୀ, ମହଭାଶ ଏବଂ ଶେଫାଲିଙ୍କ ସହିତ ଚହଲଙ୍କ ଏକ ଏଆଇ-ଜେନେରେଟେଡ୍ ପୋଷ୍ଟର ତିଆରି ହୋଇଥିଲା, ଯାହାର ଶୀର୍ଷକ ଥିଲା ‘କିସ୍ କିସ୍କୋ ପ୍ୟାର୍ କରୁଁ 3 ’।

Read More

ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ‘ଏପେକ୍ସ ଗ୍ରେଡ୍’ ବା ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ କରାଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ପ୍ରଦାନ କରାଯାଇଛି । ଏହି ୩ ଅଧିକାରୀ ହେଲେ ଶ୍ରୀ ଶାଶ୍ୱତ ମିଶ୍ର (IAS, -୧୯୯୬) ଶ୍ରୀ ବିଶାଲ କୁମାର ଦେବ ଏବଂ ଶ୍ରୀମତୀ ଉଷା ପାଢ଼ୀ ସାମିଲ ଅଛନ୍ତି । ନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତି ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

Read More

ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର ।ପୁରୀଜିଲ୍ଲା ଅସ୍ତରଙ୍ଗର ଯାହାନିଆ ନିକଟ ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳିଛି କୁମ୍ଭୀର । ଏହି କୁମ୍ଭୀରଟି ପ୍ରଥମେ ଦେବୀନଦୀର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଯାହା ପରେ ନଦୀ କୂଳିଆ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେବୀନଦୀକୁ ଲୋକମାନଙ୍କ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଏହାର କିଛି ମାସ ପରେ ଅସ୍ତରଙ୍ଗ ସମୁଦ୍ରରେ ସେହି କୁମ୍ଭୀରଟି ଦେଖାଯାଇଛି । ଅସ୍ତରଙ୍ଗ ସମୁଦ୍ର କୂଳରେ କୁମ୍ଭୀରକୁ ଦେଖିବା ପରେ ଲୋକମାନେ ଅସ୍ତରଙ୍ଗ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅସ୍ତରଙ୍ଗ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରର ଗତିପଥ ଉପରେ ନଜର ରଖିଛନ୍ତି । ଏହା ସହିତ ଲୋକମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ସମୁଦ୍ର କୂଳିଆ ଲୋକେ ଜଙ୍ଗଲ ମଧ୍ୟକୁ ଜାଳେଣୀ ସଂଗ୍ରହ କରିବା…

Read More

ରାଜ୍ୟରେ ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଏହାରି ମଧ୍ୟରେ ଆଉ ଏକ କଟକଣା ଲଗାଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ନିକୋଟିନ ନଥିବା ପାନ ମସଲା କେବଳ ରାଜ୍ୟରେ ବିକ୍ରି ହୋଇପାରିବ । ନିକୋଟିନ ଯୁକ୍ତ ଟବାକୋ ବିକ୍ରି ବନ୍ଦ ପାଇଁ ଜୋରଦାର ହେବ ରେଡ। ରାଜ୍ୟରେ ନିକୋଟିନ ଯୁକ୍ତ ପ୍ରଡକ୍ଟର ଉତ୍ପାଦନ, ଷ୍ଟୋରେଜ, ବିକ୍ରି ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଟବାକୋ ଓ ନିକୋଟିନ ବ୍ୟାନ ପାଇଁ ଜିଲ୍ଲା ସ୍ତରୀୟ ଟିମ ଗଠନ କରାଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ,…

Read More

ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ନିଆରା ପ୍ରୟାସ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ଉପସ୍ଥିତିରେ ଡେମୋ ପ୍ରଦର୍ଶନ ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବାର କୌଶଳ ଦେଖାଇଛନ୍ତି ଫାୟାର ଫାଇଟର । କେବଳ ନିଆଁ ଲିଭା ନୁହେଁ ଅନ୍ୟାନ୍ୟ କ୍ଷେତ୍ରର କାର୍ଯ୍ୟ ନେଇ ଡେମୋ ପ୍ରଦର୍ଶନ ହୋଇଛି । ସଡକ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟର ଡେମୋ ପ୍ରଦର୍ଶନ କରାଯାଇଛି । କାର୍ ଉପରେ ଚଢିଯାଇଥିବା ଟ୍ୟାଙ୍କରରୁୁ ଆହତଙ୍କୁ ଉଦ୍ଧାର ବେଳର ଡେମୋ ଦିଆଯାଇଛି । ଏହି ଅବସରରେ ଅଗ୍ନିଶମ ଡିଜି ୧୧୨କୁ ଫୋନ କରି ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏପରି କି ଫାଷ୍ଟ ଏଡ୍‌ ସମ୍ପର୍କରେ ଅବଗତ ହେବା ଜରୁରୀ ବୋଲି ଲୋକଙ୍କୁ କହିଥିଲେ।ରାଜ୍ୟରେ ସମସ୍ତ ବ୍ଲକ ସମେତ ୩୪୬ଟି ଅଗ୍ନିଶମ କେନ୍ଦ୍ର ରହିଛି। କେନ୍ଦ୍ରରେ ସମସ୍ତ ପ୍ରକାର ସରଞ୍ଜାମ ରହିଛି। ଅଗ୍ନିଶମ ବିଭାଗ ଲୋକଙ୍କ ସେବା…

Read More

ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ ୯ମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର। ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରେମୁଣା ହାଇସ୍କୁଲରେ। ଗୁରୁତର ଛାତ୍ର ଜଣକ ଏଫଏମ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ହାତ ପାପୁଲି ଓ ପଛପଟ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଆସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଛାତ୍ର ଜଣକ ଥାନାରେ ଆତ୍ମସମର୍ପଣ କରିଛି । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମସମର୍ପଣ କରିଥିବା ଛାତ୍ରଙ୍କୁ କାହିଁକି ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ ପଚରାଉଚରା କରୁଛି ପୋଲିସ ।

Read More

ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ମାଙ୍କେଡି କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୮ ବର୍ଷୀୟ ମଡେଲ ତନ୍ନୁ ସିଂହ ତାଙ୍କ ସ୍ୱାମୀ ରାହୁଲ ସିଂହଙ୍କ ଠାରୁ ମଜାଳିଆ କଥା ଶୁଣି ନିଜ ଦୁପଟାରେ ସିଲିଂ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର କହିଛନ୍ତି ଯେ ରାହୁଲ ମଜାରେ ତନ୍ନୁଙ୍କୁ “ମାଙ୍କେଡି” ବୋଲି କହିଥିଲେ। ପୋଲିସ ପୋଷ୍ଟମର୍ଟମ କରି ମୃତଦେହ ପରିବାରକୁ ହସ୍ତାନ୍ତର କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇନାହିଁ।ରିପୋର୍ଟ ଅନୁସାରେ, ତନୁ ମଡେଲିଂ ପ୍ରତି ଆଗ୍ରହୀ ଥିଲେ। କିନ୍ତୁ ସ୍ବାମୀଙ୍କ ମଜାକ୍‌ କଥାକୁ ଅତ୍ୟନ୍ତ ଗମ୍ଭୀର ସହ ନେଇ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଯିବେ ବୋଲି କେହି ବିଶ୍ୱାସ କରିନଥିଲେ । ବହୁତ ସମୟ ପର୍ଯ୍ୟନ୍ତ କୋଠରୀରୁ କୌଣସି…

Read More

ମଣିଷ-ଭାଲୁ ଲଢେଇ। ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ନବମ ଶ୍ରେଣୀର ଛାତ୍ର। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳା ଗାଁରେ ଅଭାବନୀୟ ଘଟଣା ଘଟିଛି । ରାତିରେ ଖାଦ୍ୟ ଅନ୍ୱେଷଣରେ ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରୁ ଆସିଥିଲେ ଦୁଇଟି ଭାଲୁ । ତେବେ ରାସ୍ତା ନପାଇ ବାଟବଣା ହୋଇ ଫେରି ପାରିନଥିଲେ ଭାଲୁମାନେ । ଏମିତିକି ଗାଁ ପଶି ଉପଦ୍ରବ ଜାରି ରଖିଥିଲେ । ଗାଁରେ ଆତଙ୍କ ଖେଳାଇବାବେଳେ ଜଣେ ନବମ ଶ୍ରେଣୀ ଛାତ୍ର ପ୍ରଭାତ ପାତ୍ର ପଡିଯାଇଥିଲେ ଭାଲୁ ହାବୁଡ଼ରେ । ଏତେ ନିକଟରୁ ବିରାଟକାୟ ପଶୁକୁ ଦେଖି ଡରିନଥିଲେ ପ୍ରଭାତ । ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସାହସର ସହ ଲଢିଥିଲେ ପ୍ରଭାତ । ଶେଷରେ ଭାଲୁ କବଳରୁ ନିଜକୁ ରକ୍ଷା କରି ନୂଆ ଜୀବନ ପାଇଛନ୍ତି ସେ । ଗୁରୁତର ଭାବେ ନିଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

Read More

ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍‌’ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚଦ୍ର ମହାପାତ୍ର । ମହିଳାଙ୍କ ସୁରକ୍ଷା ଏବଂ ଗତିଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ସୁଭଦ୍ରା ବସ୍‌ ସେବା ପ୍ରଚଳନ କରିବାକୁ ଯାଉଛନ୍ତି । ଏହି ବସ୍‌ରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପୁନେରେ ଇ ବସ୍ ଟ୍ରେନିଂ ପରେ ଭୁବନେଶ୍ୱରରେ ଚଲାଇବେ ମହିଳା । କେବଳ ମହିଳା ମାନେ ହି ବସ୍‌ରେ ଦାୟିତ୍ୱ ନେବେ। ଏହାସହ ମହିଳା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ରହିବେ । ସୁରକ୍ଷିତ ଯାତାୟାତ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ବସ୍‌ଗୁଡ଼ିକ ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ, ସିସିଟିଭି ଏବଂ ଜରୁରୀକାଳିନ ପ୍ରଣାଳୀ ସହ ଗଡ଼ିବ।

Read More

ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର । ଆଜି ପୁଣି କମିଲା ସୁନା ରୁପା ଦର । ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୬୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା । ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର । ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇ ହେଲା ୩ ଲକ୍ଷ ୫୦ ହଜାର ଟଙ୍କା ।ଆମେରିକା ଶୁଳ୍କ, ଭୂରାଜନୈତିକ…

Read More