ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର । ଆଜି ପୁଣି କମିଲା ସୁନା ରୁପା ଦର । ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୬୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା । ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର । ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇ ହେଲା ୩ ଲକ୍ଷ ୫୦ ହଜାର ଟଙ୍କା ।ଆମେରିକା ଶୁଳ୍କ, ଭୂରାଜନୈତିକ ସଙ୍କଟ, ବାଣିଜ୍ୟ କଟକଣା, ଶକ୍ତିଶାଳୀ ଡଲାର ଭଳି ବିଭିନ୍ନ କାରଣ ପ୍ରଭାବରେ ସୁନା ଓ ରୁପା ଉଭୟ ମହଙ୍ଗା ହେଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୫,୫୧୧.୭୯ ଡଲାର ରହିଛି। ପ୍ରଥମ ଥର ପାଇଁ ସୁନା ୫୦୦୦ ଡଲାରରୁ ଉପରେ ଦେଖିବାକୁ ମିଳିଛି।
ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର
By madhulekha1 Min Read
