ତିବ୍ବତୀୟ ବୌଦ୍ଧ ଧର୍ମର ଶ୍ରେଷ୍ଠ ଆଧ୍ୟାତ୍ମିକ ତଥା ଧର୍ମଗୁରୁ ଦଲାଇ ଲାମା ତାଙ୍କର ପ୍ରଥମସମ୍ମାନଜନକ ଗ୍ରାମୀ ପୁରସ୍କାର ଜିତିଛନ୍ତି । ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଅଡି ଆଲବମ୍ ‘ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା’ ପାଇଁ ସର୍ବୋତ୍ତମ ଅଡିଓବୁକ୍, ନାରେସନ୍ ଏବଂ ଷ୍ଟୋରିଟେଲିଂ ରେକର୍ଡିଂ ପାଇଁ ଏହି ପୁରସ୍କାର ଜିତିଛନ୍ତି ।ଏହା ସହିତ, ସେ ପ୍ରଥମ ଥର ପାଇଁ ପୁରସ୍କାର ବିଜେତାଙ୍କ ତାଲିକାରେ କେ-ପପ୍ ଓ ଷ୍ଟିଭେନ୍ ସ୍ପିଲବର୍ଗଙ୍କ ସହିତ ଯୋଗ ଦେଇଛନ୍ତି। ଗ୍ରାମୀ ହେଉଛି ସଂଗୀତ ଜଗତର ସବୁଠାରୁ ପ୍ରତିଷ୍ଠିତ ସମ୍ମାନ। ପ୍ରତିବର୍ଷ ରେକର୍ଡିଂ ଏକାଡେମୀ ଦ୍ୱାରା କଳାକାର ଓ ବୈଷୟିକ ବୃତ୍ତିଗତଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଏହା ପ୍ରଦାନ କରାଯାଇଥାଏ।ଦଲାଇ ଲାମା ଯେଉଁ ଅଡିଓ ଆଲବମ ପାଇଁ ଗ୍ରାମୀ ପୁରସ୍କାର ପାଇଥିଲେ ତାହା ବିଶ୍ୱର ଲୋକମାନଙ୍କୁ ଶାନ୍ତିର ବାର୍ତ୍ତା ପ୍ରଦାନ କରେ। ‘ମେଡିଟେସନ୍ସ: ଦି ରିଫ୍ଲେକ୍ସନ୍ସ…
Author: madhulekha
ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ରହିବ । ମଙ୍ଗଳବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା ଓ କଟକ, ବୁଧବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁହୁଡି ହେବ ବୋଲି ପୂର୍ବାନୁମାନ କରାଯାଇଛି। ୪/୫ ଦିନ ପରେ ପୁଣି ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରାଯାଇଛି।
ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ସୁନା ଏବଂ ରୂପା ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ରବିବାର ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପା ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ରବିବାର ରୂପା ଲୋୟର ସର୍କିଟରେ ପ୍ରବେଶ କରି 26,273 (9%) ହ୍ରାସ ପାଇ 2,65,652 ପ୍ରତି କିଲୋଗ୍ରାମ ହୋଇଛି। ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ଖସିଛି। ଫଳରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା ରହିଛି। ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ହୋଇଛି ୩ ଲକ୍ଷ।
ବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନା ହୋଇଛି ବଜେଟ୍-୨୦୨୬। ଏଥିରେ ଅନେକ କିଛି ଜିନିଷ ଶସ୍ତା ହୋଇଛି । ସୋଲାର ପ୍ୟାନେଲଠୁ ଆରମ୍ଭ କରି ବିଦେଶ ଭ୍ରମଣ, ବ୍ୟାଟେରୀ,ଇଭି କାର୍ ଆଦି ଶସ୍ତା ହୋଇଛି । ତେବେ ନିଶାଡି ଏବଂ ମଦ୍ୟପଙ୍କୁ ଝଟକା ଦେଇଛନ୍ତି ସରକାର । ବିଭିନ୍ନ ମଦ ଏବଂ ସିଗାରେଟର ଦାମ୍ ବଢିବ ବୋଲି ଜଣାପଡିଛି ।ନୂଆ ଏକ୍ସାଇଜ୍ ଶୁଳ୍କ ପରେ ଏହାର ପ୍ରଭାବ ସିଧାସଳଖ ସିଗାରେଟ୍ ଉପରେ ପଡିବ ।୧୦ଟି ସିଗାରେଟ୍ ଥିବା ପ୍ୟାକେଟ୍ ର ଦାମ୍ ଅତି କମରେ ୨୨ରୁ୨୫ ଟଙ୍କା ବୃଦ୍ଧି ପାଇବ । କାରଣ ସରକାର ଦୀର୍ଘ ୭ବର୍ଷ ପରେ ପ୍ରଥମ ଥର ସିଗାରେଟ୍ ଉପରେ ଟିକସ୍ ବୃଦ୍ଧି କରିଛନ୍ତି । ସ୍ୱାସ୍ଥ୍ୟକୁ ନଜରରେ ରଖି ଟିକସ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦାମ୍ ସିଗାରେଟର ଆକାର ଏବଂ ପ୍ରକାର ହିସାବରେ ପୃଥକ ପୃଥକ ରହିବ ।୮୪ ମିମି ଲମ୍ବର ସିଗାରେଟ୍ ଯେପରିକି…
ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର କଏଦୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ବିଚାରଧିନ କଏଦୀ ହେଲେ କଟକ ଦରଘାବଜାର ଅଞ୍ଚଳର ମହମ୍ମଦ କଲିମ । ତେବେ କଏଦୀ ଜଣକ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ଜଣାପଡିଛି । ଆତ୍ମହତ୍ୟା ନେଇ ଚୌଦ୍ବାର ଥାନାରେ ଏତଲା ଦିଆଯାଇଛି । ପ୍ରାଥମିକ ତଦନ୍ତରୁ କଏଦୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ଜେଲ୍ ଡିଆଇଜି ଅନସୂୟା ଜେନା ସୂଚନା ଦେଇଛନ୍ତି ।ପୁଣି ଉଠିଲା ପ୍ରଶ୍ନ ! କଣ କରୁଥିଲେ ସୁରକ୍ଷାରେ ଥିବା ୱାର୍ଡର । ଏହି ଘଟଣା ଚୌଦ୍ୱାର ଜେଲର ହୁଗୁଳା ସୁରକ୍ଷା ବ୍ୟବସ୍ଥା ପୁଣି ପଦାରେ ପକାଇଛି ।
ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା। ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତେବେ ୧୦ଜଣ ଓଡ଼ିଶା ଅର୍ଥ ସେବା ଅଧିକାରୀଙ୍କୁ ଅର୍ଥ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଜାନୁଆରୀ ୨୮ରେ ଅର୍ଥବିଭାଗ ଅନୁସଚିବ ସୁନେଇନା ସିଂହ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯଦି ଏହି ଚିଠି ପାଇବା ପରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସରକାରଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ସିଂହ ପତ୍ରରେ ଦର୍ଶାଇଛନ୍ତି । ପତ୍ରରେ ବରିଷ୍ଠ ଓଏଫ୍ଏସ୍ ସତ୍ୟସାଇ ଦାସ, ବିଜୟଲକ୍ଷ୍ମୀ ବିଶ୍ୱାଳ, ସନତ କୁମାର ଜେନା, ଗୀତା ଦାସ, ନିରୁପମା ସାହୁ, ପଦ୍ମଜ୍ୟୋତି ସାହୁ, ବିଚିତ୍ର ଗମାଙ୍ଗୋ, ବିରଞ୍ଚିି ମହାନନ୍ଦିଆ,…
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ। ୫ ଜିଲାରେ ୬ ଦିନ ରହଣି କରିବେ ରାଷ୍ଟ୍ରପତି। ଏହି ୬ ଦିନରେ ରାଷ୍ଟ୍ରପତିଙ୍କ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସଂଧ୍ୟା ୬ଟା ୪୦ରେ ଭୁବନେଶ୍ବର ବିମାନନ ବନ୍ଦରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଲୋକ ଭବନରେ ରାତ୍ରି ଯାପନ ପରେ ଫେବ୍ରୁଆରୀ ୩ ତାରିଖ ସକାଳେ ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବେ । ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୩ରେ ଯାଜପୁରରୁ ବାଲେଶ୍ବର ଗସ୍ତ କରି ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।ଫେବ୍ରୁଆରୀ ୬ରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ରହିଛି ବିଭିନ୍ନ କାର୍ଯ୍ୟକ୍ରମ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଶିମିଳିପାଳ ଯାଇ ସେଠାରେ ରାତ୍ରୀ ଯାପନ କରିବେ…
ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କର୍ତ୍ତୃପକ୍ଷ କୁମ୍ଭୀରଙ୍କ ପୋଷ୍ଟମର୍ଟମ କରିଛନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ ୨୩ ଜାନୁଆରୀରୁ ୩୦ ଜାନୁଆରୀ ମଧ୍ୟରେ ମୋଟ ପାଞ୍ଚଟି ଲୁଣିପାଣି କୁମ୍ଭୀରଙ୍କ ମୃତ୍ୟୁ ହୋଇଛି । କୁମ୍ଭୀରଙ୍କ ମୃତ୍ୟୁ ପୂର୍ବରୁ, ଦୁର୍ବଳତା ଏବଂ ଭୋକ ହ୍ରାସର ଲକ୍ଷଣ ଦେଖାଇଥିଲେ । ହେଲେ କୌଣସି ବାହ୍ୟ ଆଘାତ କିମ୍ବା ଅସ୍ୱାଭାବିକ ଆକ୍ରମଣାତ୍ମକ ଆଚରଣ ପରିଲକ୍ଷିତ ହୋଇନଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ ।ଏହାପରେ ୩ ବାଡ଼ରେ ଗଜ ଉଦ୍ଧାରଣ ବେଶ ହୋଇଥାଏ। ଭିତରଚ୍ଛ ,ତଳିଚ୍ଛ, ପୁଷ୍ପାଳକ ନିଯୋଗ, ଖୁଣ୍ଟିଆ ଓ ମେକାପ ସେବକମାନଙ୍କ ସାହାଯ୍ୟ ସହଯୋଗରେ ଏହି ବେଶ କାର୍ଯ୍ୟ ସଂପାଦନ କରାଯାଇଥାଏ। ଠାକୁରମାନେ ଏହି ବେଶରେ ଚୂଳ, କିରୀଟ, କର୍ଣ୍ଣ କୁଣ୍ଡଳ, ସୂର୍ଯ୍ୟ ଚନ୍ଦ୍ର,ଅଣ୍ଟାପଟି,ହାତ ,ବାଜୁବନ୍ଧ, ହାତଫେର, ଆୟୁଧ- ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ,ଅଣ୍ଟାପିଠି, ବାଙ୍କି, ପାହୁଡ,ଗୋଡ଼ ଖଡ଼ୁ,ହାତମାଳ,ନାକଚଣା, ପଦ୍ମ କଢି ପ୍ରଭୃତି ଅଳଙ୍କାର ଯାହାକି ସୋଲ, ଜରି, ଜମ୍ବୁରା, କନା,କଇଥ ଅଠା ଦ୍ବାରା ନିର୍ମିତ ହୋଇଥାଏ।କୁଶଳୀ କାରିଗରମାନେ ଏହି ବେଶ କାର୍ଯ୍ୟ ଅନ୍ତତଃ ୧୫ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତ କରିଥାନ୍ତି। ପୌରାଣିକ କଥାବସ୍ତୁ ଅନୁଯାୟୀ ବରୁଣ ହ୍ରଦରେ ଗଜରାଜ ସ୍ନାନ…
ଟିଉସନ୍ରୁ ଫେରିବା ସମୟରେ କଲେଜ ଛାତ୍ରୀଙ୍କୁ ଉଠାଇନେଇ ଗଣଦୁର୍ଷ୍କମ । ବାଲେଶ୍ବର ସୋର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଲା ଅଭିଯୋଗ । ସୁଚନା ମୁତାବକ ଗତକାଲି ରାତିରେ ନାବାଳିକା ଜଣଙ୍କ ଟ୍ୟୁସନ୍ ସାରି ଫେରୁଥିବା ବେଳେ ଗାଁ ଛକ ନିକଟରେ ଦୁଇଜଣ ଯୁବକ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ପାଟି କରିବାରୁ ଦୁଇ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସୋର ପୋଲିସ ।