ଭୁବନେଶ୍ବର CBI ନାଁରେ ମାମଲା ରୁଜୁ କଲା ଦିଲ୍ଲୀ ସିବିଆଇ। ସୁନ୍ଦରଗଡ଼ MCLରେ ଦିଲ୍ଲୀ CBIର ଚଢ଼ଉ ପରେ ନୂଆ ତଥ୍ୟ । ସନ୍ଦେହ ଘେରରେ ସିବିଆଇ ଭୁବନେଶ୍ବର ଶାଖାରେ ASI ପ୍ରଶାନ୍ତ ପଲେଇ ।ବସୁନ୍ଧରା ଅଞ୍ଚଳରେ ଏମ୍ ସିଏଲ୍ ଗର୍ଜନବାହାଲ ଓପନ କାଷ୍ଟ ପ୍ରୋଜେକ୍ଟର ଡେସ୍ ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ,କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଫାଇଦା ନେଉଥିବା ଜଣାପଡ଼ିଛି । ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି CBIର ASI ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ସେହି ଆଧାରେ ସିବିଆଇ ପକ୍ଷରୁ CBI ଏଏସ୍ ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Author: madhulekha
କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ । କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହୋଇପାରେ ଦରମା । ଏନେଇ ବିଭାଗ ପକ୍ଷରୁ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା । କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ । କ୍ଲାସ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍ରେ ବ୍ୟସ୍ତ ଥିଲେ ।ଏପରିକି ଯାଞ୍ଚ ସମୟରେ କଲେଜ କର୍ତ୍ତୃପକ୍ଷଙ୍କୁ ଅଧିକାରୀମାନେ ଉପସ୍ଥାନ ରେଜିଷ୍ଟର ମାଗିଥିଲେ । ହେଲେ ଦେଖିବାକୁ ମିଳିଥିଲା ଏଥିରେ ଅଧ୍ୟକ୍ଷ ଓ କିଛି କର୍ମଚାରୀ ୪ ଦିନ ଧରି ଦସ୍ତଖତ କରିନଥିଲେ । ଯାହା ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀକୁ ବ୍ୟାପକ ଉଲ୍ଲଂଘନ । କେବଳ ଏତିକି ନୁହେଁ ପରିଦର୍ଶନରେ ଯାଇଥିବା ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କଲେଜ ଅଧ୍ୟକ୍ଷଙ୍କୁ ବାୟୋମେଟ୍ରିକ୍…
ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ କମ ରହିବ ।ରବିବାର ମଧ୍ୟ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ । ଅଧିକାଂଶ ସ୍ଥାନରେ ପାରଦ ୧୬ରୁ ୧୮ ଡିଗ୍ରୀ ରହିବ । ପୁରୀରେ ୨୦ ଡିଗ୍ରୀ ରହିପାରେ । ସେହିପରି ୨ ତାରିଖ ସୋମବାର ଦିନ ଫୁଲବାଣୀରେ ୧୧ଡିଗ୍ରୀ ରହିବ । ନବରଙ୍ଗପୁରରେ ୧୩, କୋରାପୁଟ ଓ ମାଲକାନଗିରିରେ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଘରୋଇ ରନ୍ଧନ ଗ୍ୟାସ୍ (ଏଲ୍ପିଜି) ମିଳିବାରେ ଏବେ ବଡ ସମସ୍ୟା ହେଉଛି । ତିନିରୁ ଚାରିଦିନ ମଧ୍ୟରେ ମିଳୁଥିବା ଏହି ସିଲିଣ୍ଡର ଏବେ ବୁକିଂ ହେବାର ୨୦ ଦିନ ପରେ ବି ମିଳୁନି । ଏଚ୍ପି ଗ୍ୟାସ୍ରେ ଏହି ସମସ୍ୟା ୧ ମାସେ ହେଲା ଲାଗିଥିବା ବେଳେ ଏବେ ଇଣ୍ଡେନ୍ ଗ୍ୟାସ୍ରେ ବି ସମାନ ସମସ୍ୟା ଦେଖାଦେଇଛି ।୩ ମାସ ତଳୁ ଏଚ୍ପି ଗ୍ୟାସ୍ରେ ପ୍ରଥମେ ଏହି ସମସ୍ୟା ଦେଖାଦେଇଥିଲା । ତାର ସିଲିଣ୍ଡର ରିଫିଲିଂ ପ୍ଲାଣ୍ଟରେ ବୈଷୟିକ ସମସ୍ୟା ଦେଖାଦେବାରୁ ଯୋଗାଣ ପ୍ରଭାବିତ ହେଲା । ଧିରେ ଧିରେ ଏହି ସମସ୍ୟା ବଢ଼ିଲା । ତେବେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏହି ସମସ୍ୟା ରହିବା ପରେ ହଠାତ୍ ସଂସ୍ଥା ପକ୍ଷରୁ ଅଡିଟ୍ ଆରମ୍ଭ ହେଲା । ଏହା ସମସ୍ୟାକୁ ଦୁଇ ଗୁଣା ବଢ଼ାଇଲା । ବୁକିଂର ୩ରୁ ୪ ଦିନରେ ମିଳୁଥିବା ଗ୍ୟାସ୍ ୧୦ରୁ ୧୨ ଦିନ ପରେ…
ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି l ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦି । ଲକ୍ଷଲକ୍ଷ ସଂଖ୍ୟାରେ ଜନ ସମାଗମ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।୧ ତାରିଖ ଅପରାହ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି l ମେଳାକୁ ମହିମା ସାଧୁମାନେ ଦୁଇ ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୩ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ବିଭିନ୍ନ ନୀତିକାନ୍ତି ସହ ଗାଦି ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ଏହି ଅବସରରେ…
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ । ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି କରାଯାଇଛି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଅଧୀନରେ ସମ୍ମତି ଫର୍ମ ସଂଗ୍ରହକୁ ବ୍ୟକ୍ତିଗତ ଭାବରେ ତଦାରଖ ଏବଂ ତ୍ୱରାନ୍ୱିତ କରିବାକୁ ପର୍ଯ୍ୟଟନ ବିଭାଗ ସମସ୍ତ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛି। ଯଦିଓ ଏହି ଯୋଜନା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଯୋଗ୍ୟ ହିତାଧିକାରୀ ୬୦-୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଓ ୭୫ ବର୍ଷ ପର୍ଯ୍ୟନ୍ତ ବିଧବାମାନଙ୍କୁ ପେନସନ ଯୋଜନାରେ ସ୍ୱୟଂଚାଳିତ ଭାବରେ…
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପତ୍ନୀ ସୁନେତ୍ରା ପୱାର । ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ ।ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇ ଏନସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକ କହିଥଲେ । ଏବେ ଯାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତ ପୱାରଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ସମ୍ଭାଳିବେ । କିନ୍ତୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଫଡନାଭିସଙ୍କ ପାଖରେ ରହିବ । କିନ୍ତୁ ପରେ ଏନସିପିକୁ ଯିବ ।
ଫେବୃଆରୀ ୧୭ ତାରିଖରୁ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୨୦ରେ ଆଗତ ହେବ ରାଜ୍ୟ ବଜେଟ ୨୦୨୬- ୨୭ । ଏପ୍ରିଲ ୮ ଯାଏ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୨୩ ଓ ୨୪ରେ ବଜେଟ୍ ଉପରେ ଗୃହରେ ଆଲୋଚନା କରାଯିବ ।ତେବେ ବଡ କଥା ହେଉଛି ରାଜ୍ୟ ସରକାର ଫେବୃଆରୀ ୨୦ରେ କେତେ ଟଙ୍କାର ବଜେଟ ଆଣୁଛନ୍ତି, ଚଳିତ ବଜେଟରେ କାହାକୁ କାହାକୁ ଗୁରୁତ୍ୱ ଦିଆଯାଉଛି , ଭିତ୍ତିଭୂମି ତା ସହିତ ଆଉ କିଛି ନୂଆ ଯୋଜନା ଆଣୁଛନ୍ତି କି ? ଏସବୁ ଉପରେ ଜନତାଙ୍କ ନଜିର ରହିଛି ।
ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲରେ ମାସିକ ଧର୍ମ (ମାସିକ ଋତୁସ୍ରାବ) ସମୟରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି।ସୁପ୍ରିମକୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ, ସୁନିଶ୍ଚିତ ଜୀବନଯାପନର ଅଧିକାରରେ ଋତୁସ୍ରାବ ସ୍ବାସ୍ଥ୍ୟର ଅଧିକାର ଅନ୍ତର୍ଭୁକ୍ତ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ ସହିତ, କୋର୍ଟ ତାଙ୍କ ନିର୍ଦ୍ଦେଶରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ମଧ୍ୟ କହିଛନ୍ତି। ଏହି ନିଷ୍ପତ୍ତି କେବଳ ବ୍ୟବସ୍ଥାରେ ଜଡିତ ଲୋକଙ୍କ ପାଇଁ ନୁହେଁ, ବରଂ ଶ୍ରେଣୀଗୃହ ପାଇଁ ମଧ୍ୟ, ଯେଉଁଠାରେ ଝିଅମାନେ ସାହାଯ୍ୟ ମାଗିବାକୁ ସଂକୋଚ କରନ୍ତି। ଏହି ନିର୍ଦ୍ଦେଶ ସେହି…
ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ଚଳିତ ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ମଢେଇ କହିଛନ୍ତି ବର୍ଦ୍ଧିତ ଦରମା ସମ୍ପର୍କରେ ପୁନଃବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଆସନ୍ତା ବଜେଟ ଅଧିବେଶନରେ ପୁନଃବିଚାର ହୋଇ ବିଲ ପାରିତ ହୋଇପାରେ । କିଛି କମ ହୋଇପାରେ ବିଧାୟକଙ୍କ ଦରମା । ଭାସ୍କର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ପୂର୍ବରୁ ତିନିଥର କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ୧୭ଶ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।। ସୂଚନାଥାଉକି, ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ପା ହୋଇଥିଲା । ସଂସଦୀୟ ପରମ୍ପରାରେ ଏହା…