ଟିଉସନ୍ରୁ ଫେରିବା ସମୟରେ କଲେଜ ଛାତ୍ରୀଙ୍କୁ ଉଠାଇନେଇ ଗଣଦୁର୍ଷ୍କମ । ବାଲେଶ୍ବର ସୋର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଲା ଅଭିଯୋଗ । ସୁଚନା ମୁତାବକ ଗତକାଲି ରାତିରେ ନାବାଳିକା ଜଣଙ୍କ ଟ୍ୟୁସନ୍ ସାରି ଫେରୁଥିବା ବେଳେ ଗାଁ ଛକ ନିକଟରେ ଦୁଇଜଣ ଯୁବକ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ।
ନାବାଳିକା ଜଣଙ୍କ ପାଟି କରିବାରୁ ଦୁଇ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସୋର ପୋଲିସ ।
