‘ସୁଭଦ୍ରା’ର ଚତୁର୍ଥ କିସ୍ତି ଆସିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ ମହିଳାଙ୍କ ଖାତାକୁ ଏକାଥରେ ୫ ହଜାର ଲେଖାଏଁ ଟଙ୍କା ପଠାଇବେ ରାଜ୍ୟ ସରକାର।ସମସ୍ତଙ୍କ ଖାତାକୁ ଗତ ମାସ ୨୨ ତାରିଖରେ ସୁଭଦ୍ରା ଟଙ୍କା ଆସିଛି ।୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ। ଏହା ସହିତ ଗତ ୨୨ ତାରିଖରେ ନୂଆ କରି ଆବେଦନ କରିଥିବା ଏବଂ ପୂର୍ବ କିସ୍ତି ପାଇନଥିବା ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର
Author: madhulekha
ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି ।କୋର୍ଟ କହିଥିଲେ ଯେ ଯଦି ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ। ଯଦି ସେ ଏପରି କରିବାରେ ବିଫଳ ହୁଅନ୍ତି, ତେବେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ଫେବୃଆରୀ ୧୭ ତାରିଖରେ ଘୋଷଣା କରାଯିବ। ତଥାପି, ଅଭିନେତା ଏବେ ଡିଡି ଦାଖଲ କରିଛନ୍ତି, ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖରେ ଧାର୍ଯ୍ୟ କରାଯାଇଛି। ରାଜପାଲଙ୍କ ଜାମିନ ଆବେଦନ ତାଙ୍କ ଭଣଜାଙ୍କ ବିବାହରେ ଯୋଗଦେବା ପାଇଁ ଦାଖଲ କରାଯାଇଥିଲା, ଯାହା ଫେବୃଆରୀ ୧୯ ତାରିଖରେ ହେବାକୁ ଯାଉଛି।ବାର…
ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ ।। ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ ଲାଗୁ ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି । ପସେରା ଆକ୍ଟ ଆଧାରରେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ ହେବେ। ବା ଗତ ୧୪ ଫେବୃଆରୀ ଭାଲେଣ୍ଟାଇନ ଡେ’ରେ ରାତି ତମାମ ଖୋଲାଥିଲା ବାର। ନିଶା ଖାଇ ଭୋର ପର୍ଯ୍ୟନ୍ତ ନାଚିଲେ ଯୁବପୀଢ଼ି । ନିୟମ କାନୁନର ଉଡିଲା ଧଜ୍ଜିଆ । ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ଏହି ଘଟଣା ଘଟିଛି ଖାରବେଳନଗର ଅଞ୍ଚଳରେ ଥିବା ବାର ଓ ପବ୍ ଉପରେ । ଡିଜେ ବଜାଇ ଛାତି ଥରାଇ ଦେଉଥିଲେ ବାର କର୍ତ୍ତୃପକ୍ଷ। ଭୋର…
ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ହେବ । ଏହି ଗ୍ରହଣ ଫାଲଗୁନ ମାସର ଅମାବାସ୍ୟା ଦିନ ଅପରାହ୍ନ ୩:୨୬ ରୁ ସନ୍ଧ୍ୟା ୭:୫୭ ପର୍ଯ୍ୟନ୍ତରହିବ। ଏହା ଏକ ବଳୟକାର ସୂର୍ଯ୍ୟ ପରାଗ ହେବ । ଏହି ପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରେ ନାହିଁ; ବରଂ, ସୂର୍ଯ୍ୟର ଧାର ଏକ ବଳୟ ପରି ଦେଖାଯାଏ । ଏହି ଦିନଟି ଫାଲଗୁନ ମାସର ଅମାବାସ୍ୟା ମଧ୍ୟ ପଡ଼ିବ ।ବିଶ୍ୱାସ କରାଯାଏ ଯେ ରାହୁ ଏବଂ କେତୁ, ଛାୟା ଗ୍ରହ, ଏକ ଗ୍ରହଣ ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଗ୍ରାସ କରନ୍ତି। ଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନୀୟ ଘଟଣା ଯେଉଁଥିରେ କୁହାଯାଏ ଯେ ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଗତି କରେ, ସୂର୍ଯ୍ୟଙ୍କ ପ୍ରତିଛବି ଅସ୍ଥାୟୀ ଭାବରେ ଚନ୍ଦ୍ର ପଛରେ ଲୁଚି ରହିଥାଏ। ଶାସ୍ତ୍ରରେ ସୂର୍ଯ୍ୟଗ୍ରହଣ ସମ୍ପର୍କରେ ଅନେକ ନିୟମ କୁହାଯାଇଛି। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୧୭ ଫେବୃଆରୀ…
ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ିଲେ ଯୁବକ । ମହାଶିବରାତ୍ରୀରେ ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ି ଗଡ଼ି ମନ୍ଦିରରେ ପଞ୍ଚିଥିଲେ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ନିଜ ଗାଁ ଡାଙ୍ଗବାଡ଼ି ଠାରୁ ଅମ୍ଳଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଧାରଣାରେ ପଡିପଡି ଆସିଛନ୍ତି । ମନ୍ଦିରରେ ପହଞ୍ଚିବା ପରେ ଶିବଙ୍କୁ ଦର୍ଶନ କରିବା ସହ ଭଗବାନଙ୍କ ନିକଟରେ ମାନସିକ ରଖିଛନ୍ତି । ତେବେ ପୁଅର ଏହି ନିଷ୍ଠା ସମର୍ପଣ ଭାବ ଦେଖି ବାପା-ମାଆ ବି ଆଗେଇ ଆସିଛନ୍ତି ସହଯୋଗ କରିବାକୁ ।ସକାଳ ୩ଟାରୁ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ ଲୋକନାଥ ।। କହିବାକୁ ଗଲେ ଲୋକନାଥ ଉଚ୍ଚ ଶିକ୍ଷିତ, ଚେନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି…
CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଙ୍ଗଳବାର ଅର୍ଥାତ୍ ୨୦୨୬ ଫେବୃଆରୀ ୧୭ରୁ ଆରମ୍ଭ ହେବ । CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସକାଳ ୧୦.୩୦ ରେ ଆରମ୍ଭ ହେବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ୧୦.୦୦ ଟା କିମ୍ବା ତା ପୂର୍ବରୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଚଳିତ ବର୍ଷ ଭାରତ ତଥା ବିଦେଶର ୨୬ଟି ଦେଶରେ ପାଖାପାଖି ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିଭଳି ଭାବରେ ଛାତ୍ରଛାତ୍ରୀମାନେ ସମୟ ଆନୁସାରେ ପରୀକ୍ଷା କେନ୍ଦ୍ରରେ ପହଁଚିବେ ସେନେଇ CBSE ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।
ଚୌଦ୍ୱାର ସର୍କଲ୍ ଜେଲ୍ରୁ ଫେରାର୍ ହେବାର ପ୍ରାୟ ୧୩୪ ଦିନ ପରେ ପୁଣି ଗିରଫ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବ । ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ପାଖରେ ପ୍ରାର୍ଥନା କରାଯାଇଛି । ଏହି ରିମାଣ୍ଡ ସମୟରେ ଜେଲ୍ ଭାଙ୍ଗି ଫେରାର ହେବା ଏବଂ ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ ଏବେ କେଉଁଠି ସେନେଇ ମଧୁକାନ୍ତ ଠାରୁ ସତ ଓଗାରିବ ପୁଲିସ୍ । ଅନ୍ୟପଟେ ଜେଲ୍ର ସୁରକ୍ଷା ବ୍ୟବସ୍ଥା କିଭଳି ଅଛି ତାହା ଜାଣିବା ପାଇଁ ପ୍ରତି ସପ୍ତାହରେ ଚୌଦ୍ଵାର ଥାନା ଅଧିକାରୀ ଓ ଜୋନ୍ ଏସିପି ଜେଲ୍ ଯିବାକୁ ସ୍ଥିର ହୋଇଛି ।ସେହିପରି ଜେଲ୍ରୁ ବାହାରିବା ପରେ ଗତ ୧୩୪ ଦିନ କେଉଁ ରାଜ୍ୟରେ ଥିଲେ, କିଏ ତାଙ୍କୁ ସାହାଯ୍ୟ କରୁଥିଲା, ଟଙ୍କା କେଉଁଠାରୁ ପାଇଥିଲେ ତାହା ମଧ୍ୟ ଜେରା କରାଯିବ । ଅନ୍ୟପଟେ ଜେଲ୍ର ସୁରକ୍ଷାକୁ ନେଇ…
ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ହାର ମାନିଗଲେ ଡାକ୍ତର । ଗତ ଗୁରୁବାର ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ମସ୍ତିସ୍କାଘାତ ହୋଇଥିବା ଜଣା ପଡ଼ିବା ପରେ ସେହି ଅନୁସାରେ ଚିକିତ୍ସା ଚାଲିଥିଲା । ତେବେ ତାଙ୍କୁ ଆଉ ବଞ୍ଚାଇ ହେଲା ନାହିଁ । ତାଙ୍କ ପାର୍ଥିବ ଶରୀର ଉକ୍ତ ଘରୋଇ ହାସପାତାଳରୁ ଆଜି କାଫଲା ବଜାରସ୍ଥିତ ବାସଭବନକୁ ଯିବ ଏବଂ ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।୧୯୫୪ ମସିହା ଡିସେମ୍ବର…
ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଶୀତ ଧୀରେ ଧୀରେ କମୁଛି। ତେବେ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ପ୍ରାୟ ୩ ଡିଗ୍ରୀ କମ୍ ରହିଛି। ସେହିପରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ଡିଗ୍ରୀ କମ୍ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ଥିଲା। ତେବେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, କଟକ ଏବଂ ବାଲେଶ୍ୱର ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ସୂଚନା ଦିଆଯାଇଛି।
ସଲମାନ ଖାନ୍ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ ପାଇଁ ଖବରରେ ରହିଛନ୍ତି । ନିକଟରେ ଫିଲ୍ମର ପ୍ରଥମ ଗୀତ ‘‘ମାତୃଭୂମି” ରିଲିଜ୍ ହୋଇଥିଲା, ଯାହାକୁ ଅରିଜିତ ସିଂହ ଗାଇଥିଲେ। ଏହି ଗୀତକୁ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ଭାଲେଣ୍ଟାଇନ୍ସ ଡେ’ ଅବସରରେ ନିର୍ମାତାମାନେ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ର ଦ୍ବିତୀୟ ଗୀତ ରିଲିଜ୍ କରିଛନ୍ତି । ୪ ମିନିଟ୍ ଏବଂ ୩୧ ସେକେଣ୍ଡର ଏହି ଗୀତରେ ସଲମାନ ଏବଂ ଚିତ୍ରାଗନ୍ଦାଙ୍କ ଅନ୍ ସ୍କ୍ରିନ୍ ଲଭଷ୍ଟୋରୀ ଦେଖିବା ସହିତ ଜଣେ ସୈନିକ ପରିବାରର ବଳିଦାନକୁ ଦେଖିବାକୁ ପାଇବେ ଦର୍ଶକ ।ଶ୍ରେୟା ଘୋଷାଲ୍ ଏବଂ ଆୟନ୍ ଲାଲ୍ ଗାଇଥିବା ‘ମୈଁ ହୁଁ’ ପ୍ରେମର ପବିତ୍ର ରୂପକୁ ପାଳନ କରେ । ଏହି ଗୀତ ଗଭୀର ଭାବନାକୁ ପ୍ରକାଶ କରୁଥିବାର ଏକ ସ୍ୱର । ‘ମୈଁ ହୁଁ’ ଗୀତଟି ଏବେ ରିଲିଜ୍ ହୋଇଛି ।”ଯେଉଁଥିରେ ଯୁଦ୍ଧକ୍ଷେତ୍ରରେ ଜଣେ ସୈନିକଙ୍କୁ ତାଙ୍କ…