ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ୧୯୦୫ ମସିହାରେ ଆଜିର ଦିନରେ କୋଲ୍କାତା ଟାଉନ ହଲ୍ରୁ ସ୍ବଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ବଦେଶୀ ଉତ୍ପାଦ ବିଶେଷ କରି ହସ୍ତତନ୍ତ ସମାଗ୍ରୀର ବ୍ୟବହାର କରିବାକୁ ଆହ୍ବାନ ଦିଆଯାଇଥିଲା । ସେହି ଐତିହାସିକ ଘଟଣାକୁ ସ୍ମରଣ କରି ୨୦୧୫ ମସିହାରେ କେନ୍ଦ୍ର ସରକାର ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ ।
ଆଜି ବିଶ୍ବ ହସ୍ତତନ୍ତ ଦିବସ
By madhulekha1 Min Read
