ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇନି ତ୍ରୁଟି । ଏହି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଲେ ପ୍ରଥମ ଶ୍ରେଣୀ ବହିରେ ଯେଉଁ ତ୍ରୁଟି କଥା କୁହାଯାଉଛି ସେଭଳି ତ୍ରୁଟି ହୋଇନି । ଖୁବଶୀଘ୍ର ପିଲାଙ୍କୁ ନୂଆ ସଠିକ ବହି ଯୋଗାଇ ଦିଆଯିବ । ଅନ୍ୟପଟେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ନେଇ ଗଣମାଧ୍ୟମରେ ହେଉଥିବା ଉପସ୍ଥାପନାକୁ ମନ୍ତ୍ରୀ ଭୁଲ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷାନୀତିରେ ଅନ୍ୟ ରାଜ୍ୟର ଗୀତକୁ ମଧ୍ୟ ସ୍ଥାନ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହାକୁ ଭୁଲ ଭାବେ ପ୍ରଚାର କରାଯାଉଛି । ଅନୁଧ୍ୟାନ କରାନଯାଇ ଅପପ୍ରଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ।
ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇନି ତ୍ରୁଟି: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
By madhulekha1 Min Read
