କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ।ପୂର୍ବ ସରକାର ଏହାକୁ ୫ ଲକ୍ଷକୁ ବଢ଼ାଇଥିଲେ । କିନ୍ତୁ ଏବେ ନୂଆ ସରକାର ଏହି ଯୋଜନାର ରୂପରେଖ ବଦଳାଇ ଏହାକୁ ଆୟୁଷ୍ମାନ ଭାରତ ଯୋଜନାରେ ବିଲୟ କରିବାକୁ ମସୁଧା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ବୈଠକ ବସିଥିଲା । ଯେଉଁଥିରେ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି । ଯଦି ସାମ୍ବାଦିକ ମାନେ ଆୟୁଷ୍ମାନରେ ସାମିଲ ନହେବା ପାଇଁ ମନା କରୁଛନ୍ତି, ସରକାର ଏହାର ତର୍ଜମା କରିବେ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଆୟୁଷ୍ମାନରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ମିଶିବା ପ୍ରକ୍ରିୟା ନେଇ ସାମ୍ବାଦିକ ଅସନ୍ତୋଷ । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ସରକାର କରିବେ ତର୍ଜମା
By madhulekha1 Min Read
