ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଜବତ ହୋଇଛି।ଯୁବକ ଜଣକ ହେଲେ ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମର ପ୍ରବୀର କୁମାର ଦାସ (୩୨)।ସୂଚନାଥାଉକି, ମଙ୍ଗଳବାର ଅପରାହ୍ନରେ ତାଙ୍କ ମା’ଙ୍କର ଔଷଧ ଆଣିବା ପାଇଁ ପ୍ରବୀର ସିଂହପୁର ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ଘରଲୋକ ମାନପୁର ଘୋଷରା ନିକଟକୁ ଯାଇ ପ୍ରବୀରଙ୍କ ବାଇକ୍ ଘୋଷରା ପୋଲ ନିକଟରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । କିନ୍ତୁ ପ୍ରବୀରଙ୍କୁ ପାଇନଥିଲେ । ପ୍ରବୀର ବନ୍ୟାସ୍ରୋତରେ ଭାସି ଯାଇଥିବା ସନ୍ଦେହକରି ପରିବାର ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସେଠାରେ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରି ଫେରି ଆସିଥିଲେ।ପୁଣି ବୁଧବାର ସକାଳୁ ପୁଣି ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ମା’ଙ୍କ ଔଷଧ ଆଣିବାକୁ ଯାଇ ବନ୍ୟାରେ ଭାସିଗଲେ ଯୁବକ। ମିଳିଲା ମୃତ ଦେହ
By madhulekha1 Min Read
