ପଡ଼ିଆରେ ଟ୍ରାଭିସ୍ ହେଡ୍ ଓ ବିରାଟ କୋହଲି ମଧ୍ୟରେ ହୋଇଥିବା ବଚସା ଓ ହାଣ୍ଡ୍ସେକ୍ ଘଟଣାକୁ ନେଇ ବିବାଦ କମିବାର ନାଁ ଧରୁ ନାହିଁ । ଏହି ଘଟଣାକୁ ପ୍ରଶଂସକମାନେ ଭୁଲିପାରୁନାହାନ୍ତି । ଟ୍ରାଭିସ୍ଙ୍କ ପତ୍ନୀ ଜେସିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ପରିବାରକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଧମକ ଓ ଅସଭ୍ୟ ଭାଷାରେ ଗାଳି ଦିଆଯାଉଛି। ଏପରିକି ତାଙ୍କ ବନ୍ଧୁବାନ୍ଧବମାନଙ୍କୁ ବି ଗାଳି ଦିଆଯାଉଛି।ସେ ପ୍ରକାଶ କରିଛନ୍ତି ଯେ ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍, ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ୨୦୨୪ ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ରେ ଭାରତ ବିରୋଧରେ ଅଷ୍ଟ୍ରେଲିଆର ବିଜୟ ପରେ ମଧ୍ୟ ସେମାନଙ୍କୁ ଏଭଳି ଅପମାନ ସହିବାକୁ ପଡ଼ିଥିଲା। ଏପରିକି ସେମାନଙ୍କର ଛୋଟ ଝିଅକୁ ମଧ୍ୟ ଅନଲାଇନ୍ରେ ଧମକ ଦିଆଯାଇଥିଲା। ସେ ସମସ୍ତ ପ୍ରଶଂସକଙ୍କୁ ଖେଳାଳି ଏବଂ ସେମାନଙ୍କ ପରିବାରର ମାନସିକ ସ୍ୱାସ୍ଥ୍ୟ ପ୍ରତି ସମ୍ମାନ ଓ ଦୟାଭାବ ଦେଖାଇବାକୁ ଅନୁରୋଧ କରିଛନ୍ତି।
ହେଡ୍ଙ୍କ ପରିବାରକୁ ମିଳୁଛି ଧମକ, ପତ୍ନୀ ଜେସିକା ଆଣିଲେ ଅଭିଯୋଗ
By madhulekha1 Min Read
