ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ରେ ବୁଧବାର ଭାରତ ପାଇଁ ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ଷ୍ଟାର୍ ସଟ୍ଲର ପିଭି ସିନ୍ଧୁ ଏବଂ ଯୁବ ଖେଳାଳି ଆୟୁଷ ସେଟ୍ଟୀ ନିଜ ନିଜ ମ୍ୟାଚ୍ ଜିତି ପ୍ରି-କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି |ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ନିଜର ଚିରାଚରିତ ଦମଦାର ଫର୍ମ ପ୍ରଦର୍ଶନ କରି କାନାଡ଼ାର ଓ୍ବେନ୍ ୟୁ ଝାଙ୍ଗଙ୍କୁ ସିଧାସଳଖ ସେଟ୍ରେ ୨୧-୧୬, ୨୧-୧୭ରେ ପରାସ୍ତ କରି ଅନ୍ତିମ-୧୬ରେ ସ୍ଥାନ ପକ୍କା କରିଛନ୍ତି । ସେହିପରି ପୁରୁଷ ଏକକରେ ବିଶ୍ବର ୨୨ ନମ୍ବର ମାନ୍ୟତାପ୍ରାପ୍ତ ଭାରତର ପ୍ରତିଭାବାନ ସଟ୍ଲର ଆୟୁଷ ସେଟ୍ଟୀ ଏକତରଫା ଭାବେ ୮୭ ନମ୍ବର ମାନ୍ୟତାପ୍ରାପ୍ତ ଶ୍ରୀଲଙ୍କାର ଦାମିନ୍ଦୁ ଆବେଓ୍ବିକ୍ରମାଙ୍କୁ ୨୧-୮, ୨୧-୧୦ରେ ମାତ୍ ଦେଇ ପ୍ରି-କ୍ବାର୍ଟରରେ ପହଞ୍ଚିଛନ୍ତି ।
ବିଶ୍ବ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: ପ୍ରି-କ୍ବାର୍ଟରରେ ସିନ୍ଧୁ ଓ ଆୟୁଷ
By madhulekha
ଖେଳ
