ବାହା ହେଲେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ |ରୋନାଲ୍ଡୋ ବହୁଦିନର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ଆନୁଷ୍ଠାନିକ ଭାବେ ଜୀବନସାଥୀ କରିଛନ୍ତି । ମଙ୍ଗଳବାର କାସାଇସ୍ରେ ଗୋପନୀୟ ଭାବେ ଏକ ନିରାଡମ୍ବର ଉତ୍ସବରେ ରଡ୍ରିଗ୍ସଙ୍କ ସହ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି ରୋନାଲ୍ଡୋ। ଏହି ବିବାହ ଉତ୍ସବରେ ତାଙ୍କର ୫ ସନ୍ତାନଙ୍କ ସହ ଅତି ଘନିଷ୍ଠ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।ପର୍ତ୍ତୁଗାଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଜର୍ଜିନା ରୋଡ୍ରିଗେଜ୍ ବର୍ତ୍ତମାନ ବିଦ୍ଧିବଧ ଭାବେ ସ୍ୱାମୀ-ସ୍ତ୍ରୀ । ପ୍ରାୟ ୧୦ ବର୍ଷ ଏକାଠି ରହିବା ପରେ, ଦୁହେଁ ଅଗଷ୍ଟ ୧୧, ୨୦୨୬ ରେ ପର୍ତ୍ତୁଗାଲର କାସ୍କାଇସରେ ଏକ ସମାରୋହରେ ବିବାହ କରିଛନ୍ତି । ଏହି ଦମ୍ପତି ନିଜେ ସୋସିଆଲ ମିଡିଆରେ ବିବାହର ସୂଚନା ଦେଇ ସେୟାର କରିଛନ୍ତି । ଫଟୋରେ ଦୁହିଁଙ୍କୁ ଧଳା ପୋଷାକରେ ଦେଖିବାକୁ ମିଳିଛି । ସେମାନେ ବାମ ହାତରେ ବିବାହ ମୁଦି ମଧ୍ୟ ଦେଖାଇଥିଲେ । ଏହି ଦମ୍ପତି ବିବାହକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିଥିଲେ ଏବଂ ସମାରୋହରେ ପରିବାରକୁ ପ୍ରାଥମିକତା ଦେଇଥିଲେ।
୧୦ ବର୍ଷର ପ୍ରେମ ପରେ ବିବାହ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ
By madhulekha
ଖେଳ
