ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଛନ୍ତି । ୪୦ ବର୍ଷୀୟ ଧାୱନ ତାଙ୍କ ଦୀର୍ଘଦିନର ବାନ୍ଧବୀ ତଥା ପ୍ରେମିକା ଆୟର୍ଲାଣ୍ଡ ମଡେଲ ସୋଫି ସାଇନଙ୍କ ହାତ ଧରିବେ । ବିବାହ ଲାଗି କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ସରିଛି । ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ଶିଖର-ସୋଫିଙ୍କ ବିହାଘର ହେବ ।ଶିଖର ଧାୱନ ଏବଂ ସୋଫି ସାଇନଙ୍କୁ ୨୦୨୫ ମସିହାରେ ଦୁବାଇରେ ଏକ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ସମୟରେ ଏକାଠି ଦେଖିବାକୁ ମିଳିଥିଲା ।
ସୋଫି ସାଇନ୍ ଆୟର୍ଲାଣ୍ଡର ଜଣେ ଉତ୍ପାଦ ପରାମର୍ଶଦାତା । ସେ ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ମାର୍କେଟିଂ ଏବଂ ପରିଚାଳନା ପାଠ ପଢ଼ିଥିଲେ । ସେ ବର୍ତ୍ତମାନ ଆବୁଧାବିରେ କାର୍ଯ୍ୟାଳୟ ଥିବା ଏକ ପ୍ରମୁଖ ଆର୍ଥିକ ସେବା କମ୍ପାନୀ, ନର୍ଦର୍ଣ୍ଣ ଟ୍ରଷ୍ଟ କର୍ପୋରେସନରେ ଦ୍ୱିତୀୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି । ସୋଫି ସାଇନ୍ ବର୍ତ୍ତମାନ ଶିଖର ଧାୱନ ଫାଉଣ୍ଡେସନ ସହିତ ଜଡିତ ଏବଂ ତାହାର ଜଣେ ପ୍ରମୁଖ ସଦସ୍ୟ । କିଛି ବର୍ଷ ପୂର୍ବେ ଶିଖର ଓ ସୋଫି ଦୁବାଇରେ ଦେଖା ହୋଇଥିଲେ । ପ୍ରଥମେ ସେମାନେ ବନ୍ଧୁ ହୋଇଥିଲେ । ଏହାପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସୋଫିଙ୍କୁ ଆଇପିଏଲ ୨୦୨୪ରେ ଅନେକ ଥର ଦେଖିବାକୁ ମିଳିଥିଲା । ୨୦୨୧ରେ ଆୟେଶାଙ୍କଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ ଶିଖର ଧାୱନ ।
