ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ କମ ଇନିଂସ ଖେଳି ୧୦୦୦ ରନ୍ ପୂରଣ କରିବା ପ୍ରତ୍ୟେକ ବ୍ୟାଟରଙ୍କ ପାଇଁ ଏକ ବଡ଼ ସଫଳତା। ଭାରତୀୟ ଦଳର ଅନେକ ତାରକା ଖେଳାଳି ଏମିତି ଅଛନ୍ତି ଯେଉଁମାନେ ନିଜର ଦମଦାର ବ୍ୟାଟିଂ ବଳରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ତେବେ ବ୍ୟାଟିଂ ରାଙ୍କିଂରେ ଇଶାନ କିଶନ ଶୀର୍ଷ ସ୍ଥାନରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଅଭିଷେକ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ପାକିସ୍ତାନର ସାହିବଜାଦା ଫରହାନଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏବେ ଶୀର୍ଷ ସ୍ଥାନ ପାଇଁ ଇଶାନ ଓ ଅଭିଷେକଙ୍କ ମଧ୍ୟରେ ମୁକାବିଲା ଜାରି ରହିବ । ଉଭୟଙ୍କ ମଧ୍ୟରେ ୫୧ ରେଟିଂ ପଏଣ୍ଟର ତଫାତ ରହିଛି ।ସେହିପରି ସଞ୍ଜୁ ସାମସନଙ୍କୁ ମଧ୍ୟ ରାଙ୍କିଂରେ ଫାଇଦା ମିଳିଛି । ସେ ୪ଟି ସ୍ଥାନ ଉପରକୁ ଉଠି ୩୦ତମ ସ୍ଥାନରେ ପହଞ୍ଚିଛନ୍ତି । ବୋଲିଂ ରାଙ୍କିଂରେ ମଧ୍ୟ ଭାରତୀୟ ଖେଳାଳିଙ୍କ ଉନ୍ନତି ହୋଇଛି। ଯଶପ୍ରୀତ ବୁମ୍ରାଙ୍କୁ ୭ଟି ସ୍ଥାନର ଫାଇଦା ମିଳିଥିବା ବେଳେ ସେ ୧୦ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବରୁଣ ଚକ୍ରବର୍ତ୍ତୀ ୨ଟି ସ୍ଥାନ ଉପରକୁ ଉଠି ଟି-୨୦ର ଟପ୍-୫ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଅର୍ଶଦୀପ ସିଂହଙ୍କୁ ୧୧ଟି ସ୍ଥାନର ଫାଇଦା ମିଳିଛି ଏବଂ ସେ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ଅକ୍ଷର ପଟେଲ ମଧ୍ୟ ୬ଟି ସ୍ଥାନ ଉପରକୁ ଉଠି ୨୭ତମ ସ୍ଥାନ ହାସଲ କରିଛନ୍ତି।
ଆଇସିସି ଟି-୨୦ ରାଙ୍କିଂରେ ଚମକିଲେ ଭାରତୀୟ ଖେଳାଳି
By madhulekha
ଖେଳ
