ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓଡ଼ିଶାରୁ ଯାଇନଥିବା ବେଳେ ଆଉ ଏକ ଲଘୁଚାପ ଆସୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ସମୁଦ୍ର ପତ୍ତରୁ ଏହା ୫.୮ କିଲୋମିଟର ଯାଏଁ ବ୍ୟାପିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତେବେ ପରବର୍ତ୍ତୀ ସ୍ଥିତି ନେଇ ଏଯାଏଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇନି। କିଛି ବିଦେଶୀ ସଂସ୍ଥା ମଧ୍ୟ ଘୂର୍ଣ୍ଣିବଳୟକୁ ନେଇ ଅକଳନ କରିଛନ୍ତି। ସେମାନଙ୍କ ଅନୁସାରେ, ୩୦ ତାରିଖ ଆଡ଼କୁ ଏହି ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଓଡ଼ିଶା ଉପକୂଳ ମୁହାଁ ହେବ ଏବଂ ନଭେମ୍ବର ୧ ତାରିଖ ବେଳକୁ ଗଞ୍ଜାମରୁ ବାଲେଶ୍ୱର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।
