ଆଫଗାନିସ୍ତାନ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଓପନର୍ ଅଭିଷେକ ଶର୍ମା ବ୍ୟାଟ୍ରେ ଧମାକା କରିଛନ୍ତି। ମାତ୍ର ୩୦ ବଲ୍ରେ ଶତକ ହାସଲ କରି ସେ ଟି-୨୦ରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର୍ ହୋଇଛନ୍ତି। ଏଥିସହ ସେ ରୋହିତ ଶର୍ମାଙ୍କ ରେକର୍ଡକୁ ପଛରେ ପକାଇଛନ୍ତି।ରୋହିତ ୨୦୧୭ରେ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରିଥିଲେ। ଶତକ ପୂରଣ କରିବା ସମୟରେ ଅଭିଷେକଙ୍କ ବ୍ୟାଟ୍ରୁ ୯ଟି ଚୌକା ଓ ୧୦ଟି ଛକା ଦେଖିବାକୁ ମିଳିଥିଲା।ତେବେ ବିଶ୍ୱସ୍ତରୀୟ ରେକର୍ଡ ଦେଖିଲେ ଅଭିଷେକ ତୃତୀୟ ସ୍ଥାନରେ ରହିଛନ୍ତି। ଏଷ୍ଟୋନିଆର ସାହିଲ ଚୌହାନ ୨୦୨୪ରେ ସାଇପ୍ରସ ବିପକ୍ଷରେ ମାତ୍ର ୨୭ ବଲ୍ରେ ଶତକ ହାସଲ କରିଥିଲେ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ତୁର୍କୀର ମହମ୍ମଦ ଫହାଦ ମୌଦୂଜ ଅଛନ୍ତି, ଯିଏ ୨୯ ବଲ୍ରେ ଶତକ କରିଥିଲେ। ତେବେ ସାହିଲ ଓ ଫହାଦଙ୍କ ଦଳ ଫୁଲ୍ ମେମ୍ବର ଟିମ୍ ନୁହେଁ। ତେଣୁ ଫୁଲ୍ ମେମ୍ବର ଦଳ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ଦ୍ରୁତତମ ଶତକର ରେକର୍ଡ ଏବେ ଅଭିଷେକଙ୍କ ନାମରେ ରହିଛି।
ଆଫଗାନିସ୍ତାନ ବିପକ୍ଷରେ ଅଭିଷେକଙ୍କ ଧମାକା; ୩୦ ବଲ୍ରେ ଶତକ
By madhulekha
ଖେଳ
