ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା । ଭୁବନେଶ୍ୱର ଓ କଟକରେ ବର୍ଷା ଜାରି । ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ମୂଷଳଧାରାରେ ବର୍ଷା ଲାଗି ରହିଛି । ଏହି ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ସର୍ବବୃହତ୍ ୮୦ ଫୁଟ୍ ବିଶିଷ୍ଟ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଭାଙ୍ଗିରୁଜି ତଳେ ପଡ଼ି ଯାଇଛି। ହଠାତ୍ ଆସିଥିବା ଝଟକା ପବନ ଯୋଗୁଁ ବିଶାଳ ତୋରଣ ଓ ମଣ୍ଡପର ଢାଞ୍ଚା ମୋଡ଼ି ହୋଇ ଭୁଶୁଡ଼ି ପଡ଼ିଛି। ପୂଜା କମିଟି ପକ୍ଷରୁ କ୍ଷୟକ୍ଷତିର ଆକଳନ ଜାରି। ଏଥିରେ କାହାର ଜିବନ ହାନି ହୋଇନି।
