ଉଜ୍ଜଳା ହିତାଧିକାରୀଙ୍କୁ ବଡ଼ ଝଟ୍କା। ସବ୍ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ଏହାର ଅର୍ଥ ହେଉଛି ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ବର୍ଷକୁ କେବଳ ୪ଟି ସିଲିଣ୍ଡର ଉପରେ ହିଁ ଅତିରିକ୍ତ ସବ୍ସିଡିର ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍ସିଡି ସିଲିଣ୍ଡର ମିଳୁଥିଲା। ସାଂପ୍ରତିକ ଗ୍ୟାସ ସଙ୍କଟ ଭିତରେ ସବ୍ସିଡି ସିଲିଣ୍ଡର ସଂଖ୍ୟା କମାଯାଇଛି। ଦେଶରେ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମୟୁୱାଇ) ଆରମ୍ଭ ହୋଇଥିଲା। ଯୋଜନାରେ ଗରିବ ପରିବାରର ବୟଷ୍କା ମହିଳାଙ୍କୁ ବିନା ଡିପୋଜିଟ୍ ରେ ଏଲପିଜି କନେକ୍ସନ ଦିଆଯାଇଥିଲା। ଯୋଜନା ପ୍ରାରମ୍ଭରେ ହିତାଧିକାରୀଙ୍କୁ ବାର୍ଷିକ ୧୨ଟି ୧୪.୨ କେଜିଆ ସିଲିଣ୍ଡର ସବସିଡି ଦରରେ ଉପଲବ୍ଧ କରାଯାଉଥିଲା। ଗତ ବର୍ଷ ସବସିଡି ସିଲିଣ୍ଡର କୋଟା ହ୍ରାସ କରି ୯ କରିଦିଆଯାଇଥିବା ବେଳେ ଏବେ ଏହାକୁ ଆହୁରି କମ କରି ବାର୍ଷିକ ୪ଟି କରି ଦିଆଯାଇଛି।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ
