ନୀଳଗିରି ବ୍ଲକ ମଛୁଆ ଓ ବେଗୁନିଆ ପଞ୍ଚାୟତରେ ଚାଷୀଙ୍କୁ ନକଲି ସରକାରୀ ସାର ବଣ୍ଟନ କରାଯାଇଥିବା ନେଇ ଆସିଛି ଅଭିଯୋଗ । ଓରମାସ ପକ୍ଷରୁ ଏପିଓଙ୍କ ଜରିଆରେ କୃଷିମିତ୍ରଙ୍କ ଦ୍ବାରା ବେଗୁନିଆର ୧୫ ଓ ମଛୁଆର ୧୪ ଚାଷୀଙ୍କୁ ଡିଏପି, ୟୁରିଆ ଓ ପଟାସ ସାର ବଣ୍ଟନ କରାଯାଇଥିଲା। ବିନା କାଗଜପତ୍ରରେ ୧୩୪ ବସ୍ତା ସାର ପାଇଁ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ମଧ୍ୟ ନିଆଯାଇଥିଲା। ପରେ ଚାଷୀ ବିଲରେ ସାର ପକାଇବାରୁ ସତ ସାମ୍ନାକୁ ଆସିଛି। ଡିଏପି ସାରର ରଙ୍ଗ ଧଳା ପରିବର୍ତ୍ତେ କଳା ହୋଇଥିବା ବେଳେ ପଟାସ ସାରରେ ଲୁଣ ସହ ଇଟା ଗୁଣ୍ଡ ବା ଲାଲ୍ ରଙ୍ଗ ମିଶାଯାଇ ଦିଆଯାଇଥିବା ଅଭିଯୋଗ ହୋଇଛି।ପରେ ଏହା ନକଲି ଜାଣିପାରି କୃଷି ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣିରେ ସାର ବସ୍ତା ଆଣି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଚାଷୀ। ସେପଟେ ସାର ବସ୍ତା ଗୁଡ଼ିକୁ ଜବତ କରାଯାଇ ଲ୍ୟାବ ଟେଷ୍ଟ ପାଇଁ ଭୁବନେଶ୍ବର ପଠାଯାଇଛି। ବିନା କାଗଜପତ୍ରରେ ସାର ବଣ୍ଟନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବଂ ସାରର ଯାଞ୍ଚ ହେବା ପରେ ପୁନଃକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
