ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ ରେ ସ୍କୁଲ୍ ଆସିବେ ପିଲା। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲ୍ ସ୍ତରରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏନ୍ ଇପି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ ହୋଇଛି। ଏଣିକି ଏନଇପି ଆଧାରରେ ସ୍କୁଲରେ ହେବ ପାଠପଢ଼ା। ସମସ୍ତ ଶ୍ରେଣୀର ପିଲାଙ୍କ ଉପରୁ ବିଷୟବସ୍ତୁର ଭାର ହ୍ରାସ କରାଯିବ । ଗୋଟିଏ ଶିକ୍ଷାବର୍ଷରେ ୨୩୦ଦିନ ସ୍କୁଲ ଖୋଲାଯିବ । ଏଥିରୁ ୨୦ଦିନ ବିଭିନ୍ନ ଗଠନମୂଳକ ମାନ ନିର୍ଦ୍ଧାରଣ, ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ଭଳି ଅନ୍ୟ କାର୍ଯ୍ୟ ପାଇଁ ଦିଆଯିବ । ୨୦ଦିନ ସ୍କୁଲର ବାର୍ଷିକ ଉତ୍ସବ, କ୍ରୀଡ଼ା ଉତ୍ସବ ଓ ଅନ୍ୟ ଉତ୍ସବ ଆଦି ପାଳନ କରାଯିବ । ଏଥିସହ ବାର୍ଷିକ ୧୦ ଦିନ ବ୍ୟାଗ୍ବିହୀନ ଦିବସ ଅର୍ଥାତ୍ ବିନା ବ୍ୟାଗ୍ରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ ।ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ୧୦ ଦିନ ସ୍କୁଲ୍ ବ୍ୟାଗ୍ ମନା। ବୃଦ୍ଧିଗତ ଶିକ୍ଷା ପାଇଁ ଉଦ୍ଦିଷ୍ଟ ୪ଟି ପିରିୟଡ୍ ରୁ ଗୋଟିଏ ବସ୍ତାନି ବିହୀନ ଦିବସ ରହିବ। ଏସବୁକୁ ବାଦ୍ ଦେବା ପରେ ଶିକ୍ଷାବର୍ଷରେ ୧୯୦ଦିନ ଶିକ୍ଷାଦାନ କରାଯିବ । ଏପରି ଏକ ନୂଆ ସମୟ ସାରଣୀ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ
