ବିଜେଡିକୁ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ । କାହା ନାଁ ନନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ପିଲା ଛୋଟ ଥିଲା ବେଳେ ବାପା ତା ସବୁ କଥାରେ ହଁ କୁହେ । ଗାଈକୁ ବି ହାତୀ କହିଦିଏ , କିନ୍ତୁ ବଡ ହେବା ପରେ ଯଦି ବାପା ପିଲାର ମିଛକୁ ସତ କହି ତା ହଁରେ ହଁ କୁହନ୍ତି ତେବେ ଜନେ ହସନ୍ତି ବୋଲି ଲେଖିଛନ୍ତି, ଶ୍ରୀମୟୀ ।ଅନ୍ୟପଟେ ଶ୍ରୀମୟୀ ମିଶ୍ରଙ୍କ ପରେ ବିଜେଡିକୁ ଏଲିନା ଦାଶ ଟାର୍ଗେଟ କରିଛନ୍ତି। ଏଲିନା କହିଛନ୍ତି,ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା। ତାଳ ଗଛର ବରଡ଼ା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ସେ କହିଛନ୍ତି, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି। ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି। ୫୧ରୁ ୫୦ ହେଲେ, ଏବେ ୪୮ ହେଲେ।
ନାଁ ନ ନେଇ ନବୀନ-ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତେର୍ଚ୍ଛାବାଣ-ଶ୍ରୀମୟୀ
By madhulekha1 Min Read
