ଦୁର୍ଗାପୂଜା-୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକକ ବାତାୟନ ବ୍ୟବସ୍ଥା (Single Window System) କାର୍ଯ୍ୟକ୍ଷମ କରାଯାଇଛି । ଏହି Single Window System ଶୁକ୍ରବାର ଠାରୁ ବାରବାଟୀ ପ୍ୟାଲେସରେ କାର୍ଯ୍ୟ କରିବ ।। ସବୁ ପୂଜା କମିଟିର NOC ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବାରବାଟୀ ପ୍ୟାଲେସରେ ୪ ଦିନ ଚାଲିବ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା।
R&B, ଅଗ୍ନିଶମ, ବିଦ୍ୟୁତ, ତହସିଲ, KMC, କମିଶନରେଟ ପୋଲିସ ଭଳି ୧୧ ଟି ବିଭାଗ NOC ଦେବ। କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସଦର ଉପ ଜିଲ୍ଲାପାଳ ନୋଡାଲ ଅଫିସର ରହିବେ। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବଶିଷ ମହାନ୍ତି।
