ଏକାମ୍ର ରେସିଡେନ୍ସି ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା। ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଆବେଦନ କରିପାରିବେ |ପ୍ରକ୍ରିୟାକୁ ସ୍ଵଚ୍ଛ କରିବାକୁ ୟୁନିକ ଆକାଉଣ୍ଟ ନମ୍ବର ବ୍ୟବସ୍ଥା କରାଯାଇଛି। ପ୍ରଥମେ ବିଡିଏ ୱେବସାଇଟରେ ୟୁନିକ ଆକାଉଣ୍ଟ ନମ୍ବର ପାଇଁ ଆବେଦନ କରିବେ। ୟୁନିକ ଆକାଉଣ୍ଟ ନମ୍ବର ମିଳିବା ପରେ ବୁକିଂ ପାଇଁ ଆବେଦନ କରିବେ। ଗୋଟିଏ ପରିବାରର ଜଣେ ହିଁ ସଦସ୍ୟ ଆବେଦନ କରିପାରିବେ। ଆପାର୍ଟମେଣ୍ଟଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ ପ୍ରକ୍ରିୟାରେ ଲଟେରି ଦ୍ବାରା ଆବଣ୍ଟନ କରାଯିବ।ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଆବଶ୍ୟକତା ଥିବା ସର୍ବାଧିକ ଲୋକଙ୍କୁ ଏହି ଯୋଜନାର ସୁଯୋଗ ଦେବା । ତେଣୁ ସମସ୍ତ ଆବେଦନକାରୀ ନିର୍ଦ୍ଧାରିତ ନିୟମ ଅନୁସରଣ କରି ସଠିକ୍ ତଥ୍ୟ ଓ ଦସ୍ତାବିଜ ସହ ଆବେଦନ କରିବାକୁ କୁହାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି
