ମୋଡିଫାଏଡ୍ ସାଇଲେନ୍ସର ଲଗାଇ ରାସ୍ତାରେ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ଚାଳକଙ୍କ ଉପରେ ଏବେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଏଭଳି ଗାଡ଼ି ବିରୋଧରେ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି ପୋଲିସ।କମିଶନରେଟ୍ ପୋଲିସ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ସାଧାରଣ ଲୋକମାନେ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବେ। ନିୟମ ଉଲ୍ଲଂଘନକାରୀ ଗାଡ଼ିର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ଲୋକମାନେ ସିଧାସଳଖ ପୋଲିସକୁ ପଠାଇ ପାରିବେ। ଏଥିପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର +୯୧ ୮୨୮୦୩ ୩୮୩୦୨ (+91 82803 38302) ଜାରି କରାଯାଇଛି। ଲୋକମାନେ ଉକ୍ତ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ସହିତ ପ୍ରମାଣ ସ୍ୱରୂପ ଫଟୋ ବା ଭିଡିଓ ଏହି ନମ୍ବରରେ ସେୟାର କରିବାକୁ କୁହାଯାଇଛି। ମିଳୁଥିବା ସୂଚନା ଆଧାରରେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିସହ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନ ଦିଆଯାଇଛି।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
