୧୧ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ କରୁଥିବା ଇଣ୍ଡୋନେସିଆର ଏକ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଆଜି ହଠାତ୍ ମଝି ଆକାଶରେ ନିଖୋଜ ହୋଇଯାଇଛି । ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟାଞ୍ଚଳରେ ବିମାନଟି ଉଡ଼ୁଥିବାବେଳେ ହଠାତ ଟ୍ରାଫିକ କଣ୍ଟ୍ରୋଲ୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।ସୂଚନା ଅନୁସାରେ ଇଣ୍ଡୋନେସିଆ ଏୟାର ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ ଟର୍ବୋପ୍ରପ୍ ATR 42-500, ଯୋଗ୍ୟାକାର୍ଟାରୁ ଦକ୍ଷିଣ ସୁଲାୱେସିର ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ଏହା ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା । ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟ ଜିଲ୍ଲା ମାରୋସର ଲିଆଙ୍ଗ-ଲିଆଙ୍ଗ ଅଞ୍ଚଳରେ ବିମାନଟି ଶେଷ ଥର ପାଇଁ ଅପରାହ୍ନ ୧:୧୭ରେ ଟ୍ରାକ କରାଯାଇଥିଲା ।ବାୟୁସେନା ହେଲିକପ୍ଟର ଏବଂ ଡ୍ରୋନ ଦ୍ୱାରା ସନ୍ଧାନ ଦଳକୁ ନିୟୋଜିତ କରାଯାଇଛି । ବୁଲୁସାରାଉଙ୍ଗ ପର୍ବତ ଉପରେ ପର୍ବତାରୋହୀମାନେ ବିକ୍ଷିପ୍ତ ଭଗ୍ନାବଶେଷ, ଇଣ୍ଡୋନେସିଆ ଏୟାର ଟ୍ରାନ୍ସପୋର୍ଟ ଲୋଗୋ ଏବଂ ଘଟଣାସ୍ଥଳରେ ନିଆଁ ଲାଗିଥିବାର ସୂଚନା ଦେଇଛନ୍ତି ।
୧୧ ଯାତ୍ରୀଙ୍କ ସହ ଇଣ୍ଡୋନେସିଆ ବିମାନ ନିଖୋଜ
By madhulekha1 Min Read
