ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ୩ ବର୍ଷ ଧରି ପ୍ରଚେଷ୍ଟା ବିଫଳ ହେବା ପରେ ୨୦୨୫ରେ ସଫଳତାର ସହ ନାମାଙ୍କନ ଦାଖଲ କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବ। ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗ ଜରିଆରେ ୟୁନେସ୍କୋକୁ ଚିଠି ଲେଖିଛି। ଆଉ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ସେପଟେ ଶେଷ ହୋଇଛି ନାମାଙ୍କନ ଦାଖଲ। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ପ୍ରଶାସନ ନାମାଙ୍କନ ପତ୍ର ଦାଖଲ କରିଛି। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା, ଅଣସର, ରଥଯାତ୍ରା ଓ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ସମସ୍ତ ନୀତିକାନ୍ତି ସହ ଭିଡିଓ ଫୁଟେଜ ମଧ୍ୟ ଦାଖଲ କରାଯାଇଛି। ସେପଟେ ଆସନ୍ତା ନଭେମ୍ବରରେ ପ୍ୟାରିସରେ ବସିବାକୁ ଥିବା ୟୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଙ୍ଗ ଅପେକ୍ଷା ରହିଛି। ଉଦ୍ୟମ ସଫଳ ହେଲେ ଚଳିତ ରଥଯାତ୍ରା ଅବସରରେ ପୁରୀ ଆସି ସମୀକ୍ଷା କରିପାରେ ୟୁନେସ୍କୋ ଟିମ୍ । ୟୁନେସ୍କୋର ଆସନ୍ତା ବୈଠକ ପରେ ବିଭିନ୍ନ ଦେଶର ଭୋଟିଂ ପରେ ଐତିହ୍ୟ ମାନ୍ୟତା ମିଳିପାରିବା ଆଶା ରହିଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ପ୍ୟାରିସ୍ରେ ନଭେମ୍ବରରେ ବୈଠକ
By madhulekha1 Min Read
