ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ତାରିଖ ପରିବର୍ତ୍ତନ କରିଛି ।21 ତାରିଖରେ ହେବାକୁ ଥିବା OTET 2026 ପରୀକ୍ଷା ଜୁନ୍ 28 ତାରିଖରେ ଅନୁଷ୍ଠିତ ହେବ। ପେପର୍-1 ପରୀକ୍ଷା ସକାଳ 9 ରୁ 11.30 ମଧ୍ୟରେ ଅନୁଷ୍ଠିତ ହେବ, ପେପର୍-2 ପରୀକ୍ଷା ଅପରାହ୍ନ 2 ରୁ 4.30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୋର୍ଡ ଆହୁରି ସୂଚନା ଦେଇଛି ଯେ OTET 2026 ଆଡମିଟ୍ କାର୍ଡ ଜୁନ୍ 17 ତାରିଖରୁ BSE ୱେବସାଇଟ୍ www.bseodisha.nic.in ରେ ଉପଲବ୍ଧ ହେବ। ଏଥି ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଏକ ବିଜ୍ଞପ୍ତି ପ୍ରକାଶ କରିଛି।
OTET 2026 ପରୀକ୍ଷା ତାରିଖରେ ପରିବର୍ତ୍ତନ
By madhulekha1 Min Read
