ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଶନିବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଇନଷ୍ଟାଗ୍ରାମରେ ନିଧିଙ୍କୁ ଟ୍ୟାଗ୍ କରି ଓମାର ଅବୁଦୁଲ୍ଲା ବିବାହର ଏକ ଫଟୋ ଶେୟାର କରିଛନ୍ତି।ଉମର ଅବଦୁଲ୍ଲା ନିଜର ଏକ୍ସ ଆକାଉଣ୍ଟରେ ବିବାହ ସମ୍ପର୍କିତ ଫଟୋ ସେୟାର କରି ଲେଖିଛନ୍ତି, ‘ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହେଲା ।’ ଉମର ଓ ନିଧିଙ୍କ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ଚର୍ଚ୍ଚା ହେଉଥିଲା । ନିଧି ରାଜଦାନ ଏହା ପୂର୍ବରୁ ମଧ୍ୟ ଉମର ଅବଦୁଲ୍ଲାଙ୍କ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ଶପଥ ଗ୍ରହଣ ସମାରୋହରେ ନଜର ଆସିଥିଲେ ।୩ ମାସ ପୂର୍ବେ ସୁପ୍ରିମକୋର୍ଟ ଓମାର ଅବୁଦ୍ଲାଙ୍କ ଛାଡ଼ପତ୍ର ମଞ୍ଜୁର କରିଥିଲେ। ଓମାରଙ୍କର ପୂର୍ବତନ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ସହ ତାଙ୍କର ଛାଡ଼ପତ୍ର ହେବା ପରେ ଏହି ଖବର ସାମ୍ନାକୁ ଆସିଛି।
