କେରଳମରେ ମୌସୁମୀର ଆଗମନକୁ ନେଇ ପୁଣି ଥରେ ନୂଆ ଆକଳନ କରିଛି ପାଣିପାଗ ବିଭାଗ। ସାରା ଦେଶ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସଢୁଥିବା ବେଳେ ମୌସୁମୀର ଆସିବା ତାରିଖ ପୁଣି ଘୁଞ୍ଚିଛି। ସାଧାରଣତଃ ପ୍ରତିବର୍ଷ ମେ ମାସର ଶେଷ ସପ୍ତାହ ସୁଦ୍ଧା କେରଳମରେ ପ୍ରବେଶ କରିଥାଏ । ଏଥର ନିର୍ଦ୍ଧାରିତ ସମୟଠାରୁ ଟିକିଏ ବିଳମ୍ବରେ ଆସିବ ମୌସୁମୀ । ପାଣିପାଗ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ମୌସୁମୀର ଅଗ୍ରଗତି ପ୍ରକୃତରେ ମନ୍ଥର ହୋଇଥିଲେ ମଧ୍ୟ, ଏହି ବିଳମ୍ବ ପଛରେ ଅନେକ ଜଟିଳ ପାଣିପାଗ କାରଣ ଭୂମିକା ଗ୍ରହଣ କରୁଛି।ମିଳିଥିବା ସୂଚନାନୁଯାୟୀ, ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପରିସ୍ଥିତି ଅନୁକୂଳ ହେଉଛି ଏବଂ ଏହା ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଆଇଏମ୍ଡିର ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍ (GFS) ମଡେଲ୍ ଅନୁଯାୟୀ, ଏକ ପଶ୍ଚିମା ଝଡ଼ ସକ୍ରିୟ ଥିବାରୁ ଦକ୍ଷିଣ ଭାରତରେ ପୁରୁବା ବାୟୁ ଶକ୍ତିଶାଳୀ ହୋଇପାରୁ ନାହିଁ। ଏଥିସହିତ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ମୌସୁମୀ ବାୟୁର ପ୍ରବାହ ଦୁର୍ବଳ ହୋଇଯାଇଛି। କେରଳମରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇ ସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ମୌସୁମୀ ଆଗମନ ଘୋଷଣା ପାଇଁ ଆବଶ୍ୟକ ପଶ୍ଚିମା ବାୟୁର ବେଗ ଏବେ ବି କମ୍ ରହିଛି।
ବିଳମ୍ବ ହେଉଛି ମୌସୁମୀ, ପୁଣି ନୂଆ ଆକଳନ କଲା ପାଣିପାଗ ବିଭାଗ
By madhulekha1 Min Read
