ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗଛରୁ ଟଙ୍କା ବର୍ଷା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।। ପଞ୍ଜୀକରଣ ପାଇଁ ଷ୍ଟାମ୍ପ ପେପର୍ କିଣିବା ପାଇଁ କୋର୍ଟହାଉସ୍ ଯାଉଥିବା ଜଣେ ଓକିଲଙ୍କଠାରୁ ଏକ ମାଙ୍କଡ଼ ଟଙ୍କା ଭର୍ତ୍ତି ଏକ ବ୍ୟାଗ୍ ଛଡ଼ାଇ ନେଇଥିଲା । ତା’ପରେ ମାଙ୍କଡ଼ ବ୍ୟାଗ୍ ସହିତ ଏକ ନିମ୍ବ ଗଛ ଉପରେ ଚଢ଼ିଗଲା। ପରବର୍ତ୍ତୀ ସମୟରେ, ମାଙ୍କଡ଼ଟି ପ୍ରଚୁର ପରିମାଣରେ ନୋଟ୍ ବର୍ଷା କରିବାକୁ ଲାଗିଲା। ପଡ଼ିଥିବା ନୋଟ୍ଗୁଡ଼ିକୁ ଉଠାଇବା ପାଇଁ ଓକିଲ ଏବଂ ସାଧାରଣ ଜନତା ଦୌଡୁଥିବା ଦେଖିବାକୁ ମିଲିଥିଲା । ରିପୋର୍ଟ ଅନୁସାରେ, ଘଟଣାଟି କଚେରୀ ରୋଡ୍ରେ ଥିବା ବୁଲନ୍ଦସହର ଜିଲ୍ଲା କୋର୍ଟ ପରିସରରେ ଘଟିଛି । ରବୀନ୍ଦ୍ର ନାମକ ଜଣେ ଓକିଲ ସମ୍ପତ୍ତି ବାବଦ ଏକ ପଞ୍ଜୀକରଣ କରିବା ଏବଂ ଷ୍ଟାମ୍ପ ପେପର କିଣିବା ଲାଗି ୨ ଲକ୍ଷ ନଗଦ ଟଙ୍କା ଥିବା ଏକ ବ୍ୟାଗ୍ ଧରି କୋର୍ଟରେ ପହଞ୍ଚିଥିଲେ । ସହଯୋଗୀ ଓକିଲଙ୍କ ଚାମ୍ବର ବାହାରେ ଛିଡ଼ା ହୋଇଥିବାବେଳେ ଏକ ମାଙ୍କଡ଼ ତାଙ୍କଠାରୁ ସେହି ବ୍ୟାଗ୍ ଛଡ଼ାଇନେଇଥିଲା । ପରେ କୋର୍ଟ ପରିସରରେ ଥିବା ଏକ ଗଛରେ ଚଢ଼ିଯାଇଥିଲା । ମାଙ୍କଡ଼ଟି ଗଛ ଉପରେ ବ୍ୟାଗ୍ଟିକୁ ଚିରି ଦେଇଥିଲା ନୋଟଗୁଡ଼ିକୁ ତଳକୁ ଫିଙ୍ଗିବା ଆରମ୍ଭ କରିଦେଇଥିଲା । ଆଖପାଖରେ ଲୋକେ ଏହା ଦେଖିବା ପରେ ଟଙ୍କା ଗୋଟାଇବାକୁ ଭିଡ଼ ଲଗାଇଥିଲେ । ଖବରପାଇ ପୁଲିସ ସେଠାରେ ପହଞ୍ଚି ଓକିଲଙ୍କୁ ତାଙ୍କ ଟଙ୍କା ଫେରାଇବାରେ ସହଯୋଗ କରିଥିଲା । ଓକିଲଙ୍କ କହିବା ଅନୁସାରେ, ତାଙ୍କୁ ଅଧିକାଂଶ ଟଙ୍କା ମିଳିଯାଇଛି । ପ୍ରାୟ ୫ ହଜାର ଟଙ୍କା ସେଥିରୁ ଗାଏବ ଅଛି । । ଏହି ସମୟରେ, ଲୋକମାନେ ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ କରିଛନ୍ତି ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ
ନିମ୍ବ ଗଛରୁ ୫୦୦ଟଙ୍କିଆ ନୋଟ୍ ବର୍ଷା! ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓ
By madhulekha1 Min Read
