ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି ଏବଂ ଦଶଜଣ ଆହତ ହୋଇଥିବା ସୂଚନା ରହିଛି । ଡୋଡାର ଭାଦରୱାହ-ଚମ୍ବା ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । କାସପର ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଥିଲା। ସୈନିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ ବଡ କଥା ହେଉଛି ଦୁର୍ଘଟଣା କିପରି ଘଟିଲା ତାହା ଏ ଯାଏଁ ଅସ୍ପଷ୍ଟ ରହିଛି। ତଦନ୍ତ ଜାରି ରହିଛି । ସୂଚନାଥାଉ କି ପୂର୍ବରୁ, ୪ ମଇ, ୨୦୨୫ରେ, ଜମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାର ବ୍ୟାଟେରୀ ଚଷମା ଅଞ୍ଚଳରେ ଏକ ସେନା ଗାଡ଼ି ୬୦୦ ମିଟର ଗଭୀର ଗର୍ତ୍ତରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ତିନି ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା।ଡିସେମ୍ବର ୨୪ ତାରିଖରେ ପୁଞ୍ଚ ଜିଲ୍ଲାରେ ଏକ ସେନା ଭ୍ୟାନ ୩୫୦ ଫୁଟ ଗଭୀର ଘାଟିରେ ଖସିପଡ଼ିଥିଲା। ଭ୍ୟାନ୍ ଭିତରେ ଅଠର ଜଣ ସୈନିକ ଥିଲେ, ଯେଉଁମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।
ଜମ୍ମୁ କଶ୍ମୀର ଡୋଡାରେ ୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ
By madhulekha1 Min Read
